Home Coronavirus Outbreak ପୁରୀରେ ୧୬ କରୋନା ଆକ୍ରାନ୍ତ ଚିହ୍ନଟ

ପୁରୀରେ ୧୬ କରୋନା ଆକ୍ରାନ୍ତ ଚିହ୍ନଟ

124

ପୁରୀ, ୨୪/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଜି ସକାଳ ୧୦ଟା ସୁଦ୍ଧା ଅସ୍ତରଙ୍ଗର ୬, କାକଟପୁରର ୬, ଡେଲାଙ୍ଗର ୨, ବ୍ରହ୍ମଗିରିରୁ ୧ ଓ ପୁରୀରୁ ଗୋଟିଏ କରୋନା ଆନ୍ତ୍ରାନ୍ତ ପଜେଟିଭ୍ ଚିହ୍ନଟ ହୋଇଥିବା ଜିଲ୍ଲାସୂଚନା ଓ ଲୋକସଂପର୍କ ବିଭାଗ ସୂତ୍ରରୁ ଜଣାଯାଇଛି। ଏହି ୧୬ଜଣ ପଜେଟିଭ୍ ଚିହ୍ନଟ ମଧ୍ୟରେ ୧୫ଜଣ କ୍ୱାରେଟାଂଇନ ସେଂଟରରେ ରହୁଥିଲେ। ୧୧ଜଣ ସୁରଟ, ୧ ତାମିଲନାଡୁ, ୩ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ ଜଣେ ସ୍ଥାନୀୟ ହୋମ କ୍ୱାରେଟାଠଇନର ବୋଲି ଜଣାଯାଇଛି। ପୁରୀରୁ ଚିହ୍ନଟ ହୋଇଥିବା ପଜେଟିଭ୍ ଜଣକ ପୂର୍ବରୁ ଚିହ୍ନଟ ହୋଇଥିବାଙ୍କ ସଂସ୍ପର୍ଶରେ ଆସିଥିବା ଜଣାଯାଇଛି। ଆଜି ସୁଦ୍ଧା ପୁରୀରେ ଚିହ୍ନଟ ହୋଇଥିବା ପଜେଟିଭଙ୍କ ସଂଖୃା ୭୮ରେ ପହଂଚଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି। ବର୍ତମାନ ୭୪ଜଣ ଆକ୍ଟିଭ୍ ଚିକିତ୍ସାଧିନ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.