Home ଓଡ଼ିଶା ତିର୍ତ୍ତୋଲରେ ବାହାରିଲା କରୋନା ପଜେଟିଭ୍

ତିର୍ତ୍ତୋଲରେ ବାହାରିଲା କରୋନା ପଜେଟିଭ୍

141

ତିର୍ତ୍ତୋଲ୨୪/୫ (ଓଡ଼ିଆ ପୁଅ/ଟୁକନ ସେଠୀ) – ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ଜଣେ କରୋନା ପଜେଟିଭ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ବ୍ୟକ୍ତି ଜଣକ ଗତ ୧୮ ତାରିଖ ଦିନ ଅହମ୍ମଦାବାଦରୁ ନିଜ ଗ୍ରାମକୁ ଆସି ତେନ୍ତୂଲିପଦା ପଞ୍ଚାୟତ ର କ୍ୱାରାଣ୍ଟାଇନ କେନ୍ଦ୍ରରେ ରହିଥିଲେ। ଏହି ବ୍ୟକ୍ତିଙ୍କ ଘର ଦଣ୍ଡାସାହି ଗ୍ରାମରେ ବୋଲି ଜଣାପଡ଼ିଥିବାବେଳେ ଗତ ୧୯ ତାରିଖ ଦିନ ସ୍ୱାବ ଓ ରକ୍ତ ନମୁନା ପରିକ୍ଷା ପାଇଁ ପଠାଯାଇଥିଲା। ଏହି ବ୍ୟକ୍ତିଙ୍କର ପରୀକ୍ଷାରେ କରୋନା ପଜେଟିଭ୍ ଆସିବାପରେ ମଣିଜଙ୍ଗା ମେଡ଼ିକାଲ ଟିମ୍‌, ଜଗତସିଂହପୁର ମେଡ଼ିକାଲ ଟିମ୍‌, ସ୍ଥାନୀୟ ସରପଞ୍ଚ ଲକ୍ଷ୍ମିପ୍ରିୟା ବେହେରା, ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ମହାପାତ୍ର ପ୍ରମୁଖ ସେହି ବ୍ୟକ୍ତିଙ୍କୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଭୁବନେଶ୍ୱର କିମ୍ସ୍ ହସ୍ପିଟାଲକୁ ପଠାଯାଇଛି। ଏହି କ୍ୱାରାଣ୍ଟାଇନ କେନ୍ଦ୍ରରେ ୩୩ ଜଣ ପ୍ରବାସୀ ଓଡ଼ିଆ ରହିଛନ୍ତି। ସେଥିମଧ୍ୟରୁ ୫ ଜଣଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା। ୪ ଜଣ ବ୍ୟକ୍ତିଙ୍କ ନମୁନା ନେଗେଟିଭ୍ ଆସିଥିବାବେଳେ ଜଣଙ୍କର ପଜେଟିଭ୍ ବହାରିଥିଲା। ସେହି ବ୍ୟକ୍ତି ଜଣଙ୍କୁ କିମ୍ସ ପଠାଜିବାପରେ ଏବେ ୩୨ ଜଣ ପ୍ରବାସୀ ଓଡ଼ିଆ କ୍ୱାରାଣ୍ଟାଇନରେ ରହିଛନ୍ତି। ନେଗେଟିଭ୍ ଆସିଥିବା ୪ ଜଣ ବ୍ୟକ୍ତିଙ୍କୁ ଘରକୁ ପଠାନଯାଇ କାଳେ ଏହି ପଜେଟିଭ୍ ସଂସ୍ୱର୍ଶରେ ଆସିଥିବେ ତାଙ୍କୁ ମଧ୍ୟ କ୍ୱାରାଣ୍ଟାଇନରେ ରଖ୍‌ାଯାଇଛି। ଏହି ବ୍ୟକ୍ତି ମାନଙ୍କର ତିର୍ତ୍ତୋଲ ଆଦି କବି ସାରଳା ଦାସ କଲେଜରେ ସ୍ୱାବ ପରିକ୍ଷା ପାଇଁ ପଠାଯାଇଥିଲା। ଜଣଙ୍କର ପଜେଟିଭ୍ ଆସିବା ପରେ ନୋଡ଼ାଲ କେନ୍ଦ୍ରରୁ କ୍ୱାରାଣ୍ଟାଇନ କେନ୍ଦ୍ରକୁ ନେଇଥିବା ବୋଲର ଗାଡ଼ିଟିକୁ ସାନିଟାଇଜର କରାଯିବା ସହିତ ଗାଡ଼ିର ଚାଳକଙ୍କୁ ମଧ୍ୟ କ୍ୱାରାଣ୍ଟାଇନ କେନ୍ଦ୍ରରେ ରଖାଯାଇଛି। ପଜେଟିଭ୍ ବ୍ୟକ୍ତି ଜଣକ ଘର ଲୋକଙ୍କୁ ତାର ଏକ ମନିପର୍ସ ଦେଇଥିବାବେଳେ ତାର ପରିବାର ୩ ଜଣଙ୍କୁ ହୋମ କ୍ୱାରାଣ୍ଟାଇନରେ ରଖାଯାଇଛି। ସ୍ଥାନୀୟ ସରପଞ୍ଚ ଲକ୍ଷ୍ମି ପ୍ରିୟା ବେହେରା ଓ ମଣିଜଙ୍ଗା ମେଡ଼ିକାଲ ଟିମ୍ ସେହି ବ୍ୟକ୍ତିଙ୍କ ଘରେ ପହଞ୍ଚି ହୋମ କ୍ୱାରାଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ସ୍ୱାବ ପରିକ୍ଷା କରାଯିବବୋଲି ସୂଚନା ମିଳିଛି। ଏବେ କ୍ୱାରାଣ୍ଟାଇନ କେନ୍ଦ୍ରରେ କଡ଼ା କଡ଼ିଭାବେ ନିୟମ ପାଳନ କରାଯାଉଥିବାବେଳେ ଏହି ଘଟଣାକୁ ନେଇ ତିର୍ତ୍ତୋଲ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.