Home ଅନୁଗୁଳ ତାଳଚେରରେ ୨ଟି କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ କରିବେ ଧର୍ମେନ୍ଦ୍ର ପ୍ରଧାନ

ତାଳଚେରରେ ୨ଟି କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ କରିବେ ଧର୍ମେନ୍ଦ୍ର ପ୍ରଧାନ

32

ତାଳଚେର, ୨୮/୬ (ଓଡ଼ିଆ ପୁଅ/ଅଜିତ ବେହେରା) : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଚଳିତ ଜୁନ ମାସ ୩୦ ତାରିଖରେ ଦିନିକିଆ ତାଳଚେର ଗ୍ରସ୍ତ କାର୍ଯ୍ୟକ୍ରମ ରହିଛି। ଏମସିଏଲ ଜଗନ୍ନାଥ କ୍ଷେତ୍ର, ଏବଂ ସୁଭଦ୍ରା କ୍ଷେତ୍ରରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଉଦ୍‌ଘାଟନ କରିବା ସହ କେନ୍ଦ୍ରୀୟ ବିଦ୍ୟାଳୟ ଗୃହର ଭୂମିପୂଜନ କରିବା ସହ ଦିନ ୧୦ଟାରେ ସାଉଥବଲଣ୍ଡା ଠାରେ ଏକ ସାଧାରଣ ସଭାରେ ଯୋଗ ଦେବେ। ପବିତ୍ର ରଥଯାତ୍ରା ଉପଲକ୍ଷେ ବହୁ ପ୍ରତିକ୍ଷୀତ ତାଳଚେର ବାସୀଙ୍କର ଦୀର୍ଘ ଦିନର ସ୍ୱପ୍ନ ଏବେ ବାସ୍ତବ ରୂପ ନେବାପାଇଁ ଯାଉଛି ଗୋଟିଏ ଦିନରେ ଦୁଇ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ଭେଟି ଦେବା ପାଇଁ ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ପ୍ରକାଶ କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ତାଳଚେରର ବିକାଶ ଦିଗରେ ସଦାସର୍ବଦା କାର୍ଯ୍ୟ କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗ୍ରସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ତାଳଚେରର ସମସ୍ତ ୬ଟି ମଣ୍ଡଳରେ ବ୍ୟାପକ ପ୍ରସ୍ତୁତି ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.