Home କେନ୍ଦୁଝର ତାରିଣୀ ପ୍ରସାଦ ସେନାପତି ଯୁବ ବିଜେଡି ଜିଲ୍ଲା ସମ୍ପାଦକ ଭାବେ ମନୋନୀତ

ତାରିଣୀ ପ୍ରସାଦ ସେନାପତି ଯୁବ ବିଜେଡି ଜିଲ୍ଲା ସମ୍ପାଦକ ଭାବେ ମନୋନୀତ

36

ହାଟଡ଼ିହି, ୭ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଜାବିନିପୁର ଗ୍ରାମର ତାରିଣୀ ପ୍ରସାଦ ସେନାପତିଙ୍କୁ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତିି । ବିଜୁ ଯୁବ ଜନତାଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ କେନ୍ଦୁଝର ଜିଲ୍ଲାର ଜିଲ୍ଲା ବିଜେଡି ସମ୍ପାଦକ ଭାବେ ତାରିଣୀ ପ୍ରସାଦ ସେନାପତିଙ୍କୁ ମନୋନୀତ କରିବାପରେ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏହି ପଦବୀ ମିଳିବାପରେ ତାରିଣୀ ପ୍ରସାଦ ସେନାପତି ବିଜେଡି ସଭାପତି ନବୀନ ପଟ୍ଟନାୟକ, ବିଜୁ ଯୁବଜନତା ଦଳ ରାଜ୍ୟ ସଭାପତି ବ୍ୟୋମକେଶ ରାୟ, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି । ତାରିଣୀ ପ୍ରସାଦ ହାଟଡିହି ବ୍ଲକରେ ବିଜେଡିର ଜଣେ ଆଗଧାଡିର ଯୁବ ସଂଗଠକ ଭାବେ ପରିଚିତ ଥିବାବେଳେ ବିଜେଡି ପକ୍ଷରୁ ତାଙ୍କୁ ଏହି ପଦବୀ ମିଳିବାପରେ ସେ ହାଟଡିହି ଅଞ୍ଚଳରେ ଯୁବ ସଂଗଠନକୁ ମଜବୁତ କରିବାପାଇଁ ସଙ୍କଳ୍ପବଦ୍ଧ ବୋଲି କହିଛନ୍ତି । ତାଙ୍କୁ ଏହି ଦାୟିତ୍ୱ ମିଳିବାପରେ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଯୁବ ଛାତ୍ର ସଂଗଠନ ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.