Home ଜିଲ୍ଲା ପରିକ୍ରମା ତାଓର ବ୍ଲାକବେଲ୍ଟ ପରୀକ୍ଷା

ତାଓର ବ୍ଲାକବେଲ୍ଟ ପରୀକ୍ଷା

14

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ତାଇକୋଣ୍ଡ ଆସୋସିଏସନ୍ ଅଫ୍ ଓଡ଼ିଶା ତରଫରୁ ଏକ ବ୍ଲାକ ବେଲ୍ଟ ପରୀକ୍ଷା ଶିବିର ତାଓ ହେଡ଼୍ କ୍ୱାଟର ଭଦ୍ରକ ବାଇପାସ ସ୍ଥିତ ତାଓ ପରିସରରେ ଅନୁଷ୍ଟିତ ହୋଇଯାଇଛି । ଏହାକୁ ତାଓର ରାଜ୍ୟ ସମ୍ପାଦକ ମାଷ୍ଟର ରବିନାରାୟଣ ପାଣିଗ୍ରାହୀ ପରିଚାଳନା କରିଥିଲେ । ଅନ୍‌ଲାଇନ୍ ଜୁମ୍‌ରେ ତାଇକୋଣ୍ଡ ଫେଡେରେସନ୍ ଅଫ୍ ଇଣ୍ଡିଆର ପ୍ରତିଷ୍ଠାତା ଏବଂ ସେକ୍ରେଟେରୀ ଜେନେରାଲ୍ ଭାରତର ତାଇକୋଣ୍ଡ ଜନକ ଜମିଆର୍ ଜାଗତିଆନୀ ପରୀକ୍ଷଣ କରିଥିଲେ । ଏହି ପରୀକ୍ଷାରେ ଏସ୍‌ଏମ୍ ଲୁସି ଲେସନୀ ଢ଼େଙ୍କାନାଳ, ମାନସ୍ କାଣ୍ଡି କେନ୍ଦୁଝର, ଦୀପିକା ବିଶ୍ୱାସ ବାଲେଶ୍ୱର, ଦିବ୍ୟାଶା ନାୟକ, ସତ୍ୟନାରାୟଣ ପାଢ଼ୀ ଏବଂ ବିଜୟ କୁମାର ସେଠୀ ଭଦ୍ରକ ତରଫରୁ ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷାର୍ଥୀ ମାନଙ୍କୁ ତାଓର ପ୍ରେସିଡେଣ୍ଟ ଧିରେନ୍ ପଲେଇ ଓ ୱାରକିଙ୍ଗ ପ୍ରେସିଡେଣ୍ଟଣ୍ଟ ବିଜୟ କୁମାର ଜେନା ଶୁଭେଚ୍ଛା ଜଣାଇ ସେମାନଙ୍କ ଭବିଶ୍ୟତ ଉଜ୍ଜଳ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.