Home ଜିଲ୍ଲା ପରିକ୍ରମା ‘ଡିଷ୍ଟାଣ୍ଟ; ଭିଜନ ଇଣ୍ଡିଆ’ପକ୍ଷରୁ ଜାତୀୟ ମହିଳା ଦିବସ

‘ଡିଷ୍ଟାଣ୍ଟ; ଭିଜନ ଇଣ୍ଡିଆ’ପକ୍ଷରୁ ଜାତୀୟ ମହିଳା ଦିବସ

21

ବାଲେଶ୍ୱର, ୧୩ା୨ (ଓଡ଼ିଆ ପୁଅ/ ଅଭୟ ଦାସ): ଜାତୀୟ ମହିଳା ଦିବସ ପାଳନ ଅବସରରେ ସ୍ୱେଚ୍ଛାସେବୀ ସଂଗଠନ‘ଡିଷ୍ଟାଣ୍ଟ; ଭିଜନ ଇଣ୍ଡିଆ’ପକ୍ଷରୁ ଏକ ସଚେନତନତା ଶୋଭାଯାତ୍ରା ଶନିବାର ଅନୁଷ୍ଠିତ ହୋଇଯାଇଛି। ସହରର ସିନେମାଛକ ନିକଟସ୍ଥ ଶହୀଦ ପାର୍କ ନିକଟରୁ ବାରିଥିବା ଏହି ଶୋଭାଯାତ୍ରାକୁ ସଂଗଠନର ମୁଖ୍ୟ ପର୍ଶୁରାମ ଘୋଷ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସଂଗଠନର ସଂଖ୍ୟାଧିକ ସଦସ୍ୟ ସଦସ୍ୟା ଶୋଭାଯାତ୍ରାରେ ସାମିଲ ହୋଇଥିବା ଲକ୍ଷ୍ୟ କରଯାଇଥିଲା। ମହିଳାମାନଙ୍କ ବିକାଶ ଓ ଅଧିକାର ସୁରକ୍ଷା ସମ୍ପର୍କରେ ସଂଗଠନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ପୁରୁଷ ସହ ପାଦ ମିଳାଇ ରାଷ୍ଟ୍ର ନିର୍ମାଣରେ ସାମିଲ ହେବା ପାଇଁ ମହିଳାମାନଙ୍କୁ ସୁଯୋଗର ଉଚିତ ବ୍ୟବହାର ସାଙ୍ଗକୁ ସେମାନଙ୍କ ଅଧିକାରୀ ସୁରକ୍ଷା ଦିଗରେ ସରକାରଙ୍କ ସମେତ ସବୁ ମହଲରୁ ଉଦ୍ୟମ କରିବାକୁ ଶ୍ରୀ ଘୋଷ ଆହ୍ୱାନ ଦେଇଥିଲେ। ଡିଷ୍ଟାଣ୍ଟ; ଭିଜନ ଇଣ୍ଡିଆର ଟ୍ରଷ୍ଟି ଆଲପନା ବିଶ୍ୱାସ, ପଦ୍ମାବତୀ କୁଣ୍ଡୁ ପ୍ରମୁଖ ଏଥିରେ ଯୋଗଦେଇ ମହିଳମାନଙ୍କ ଅଧିକାର ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ପୁରୁଷ ପ୍ରଧାନ ସମାଜରେ ସମକକ୍ଷ ହେବାପାଇଁ ମହିଳାମାନଙ୍କୁ ବ୍ୟାପକ ପୋତ୍ସାହନ ଦେବାର ଆବଶ୍ୟକତା ରହିଛି ବୋଲି ସେମାନେ କହିଥିଲେ। ନିଯୁକ୍ତି କ୍ଷେତ୍ରରେ ହେଉ ଅଥବା ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ପ୍ରତିନିଧିତ୍ୱ ପାଇଁ ମିହିଳାମାନଙ୍କୁ ସ୍ୱତନ୍ତ୍ର ସଂରକ୍ଷଣ ପ୍ରଦାନ ଉପରେ ସେମାନେ ଗୁରୁତ୍ୱରୋପ କରିଥିଲେ। ସଂଗଠନର ବରିଷ୍ଠ ସଦସ୍ୟ ଶଙ୍କର ଘୋଷ ଓ ମମତା ମଞ୍ଜରୀ ମଲ୍ଲିକ ଏହି ଶୋଭାଯାତ୍ରା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଏହି ଶୋଭାଯାତ୍ରା ସିନେମାଛକରୁ ବାହାରି ସହର ପରିକ୍ରମା ସହ ଫାଣ୍ଡିଛକ ନିକଟରେ ପହଞ୍ଚିଥିଲା। ପରେ ସଂଗଠନ ପକ୍ଷରୁ ବାଲେଶ୍ୱରରେ ମହିଳାଙ୍କ ସୁରକ୍ଷା ଦାବି ସମ୍ପର୍କିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.