Home ଜିଲ୍ଲା ପରିକ୍ରମା କୋଭିଡ କଟକଣା କୋହଳ ପରବର୍ତ୍ତୀ ପ୍ରଥମ ପୂଜା ପ୍ରସ୍ତୁତି: ବାଗଦେବୀଙ୍କ ମୃଣ୍ମୟ ମୂର୍ତ୍ତିରେ ଶିଳ୍ପୀଙ୍କ ଶେଷସ୍ପର୍ଶ

କୋଭିଡ କଟକଣା କୋହଳ ପରବର୍ତ୍ତୀ ପ୍ରଥମ ପୂଜା ପ୍ରସ୍ତୁତି: ବାଗଦେବୀଙ୍କ ମୃଣ୍ମୟ ମୂର୍ତ୍ତିରେ ଶିଳ୍ପୀଙ୍କ ଶେଷସ୍ପର୍ଶ

45

ବାଲେଶ୍ୱର, ୧୫-୨(ଓଡ଼ିଆ ପୁଅ/ ଅଭୟ ଦାସ): ବାଗଦେବୀ ମାଆ ସରସ୍ୱତୀଙ୍କ ପୂଜାକୁ ଆଉ ମାତ୍ର ଦୁଇ ଦିନ ବାକିିଥିବା ବେଳେ ଗାଁ’ଠାରୁ ସହର ପର୍ଯ୍ୟନ୍ତ ହୋଇଉଠିଛି ଚଳଚଞ୍ଚଳ। ସ୍କୁଲ, କଲେଜ ଏବଂ ବିଭିନ୍ନ କ୍ଲବ ମଣ୍ଡପରେ ମାଆଙ୍କର ପୂଜା ପାଇଁ ଚାଲିଛି ପ୍ରସ୍ତୁତି। ଶିଳ୍ପୀ ମା’ଙ୍କର ମୃଣ୍ମୟ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେବାରେ ଲାଗିଥିବା ବେଳେ ଡେକୋରେଟରମାନେ ବିଭିନ୍ନ ପୂଜା ମଣ୍ଡପ ସଜାଇବାରେ ଳାଗିଛନ୍ତି। କରୋନା ସଂକ୍ରମଣ ଯୋଗୁଁ ଗତ ମାର୍ଚ୍ଚ ୨୨ ତାରିଖରୁ ଲାଗିଥିବା କଟକଣା ପାଇଁ ସମଗ୍ର ଦେଶରେ ସମସ୍ତ ପର୍ବପର୍ବାଣୀ ଓ ଦେବାଦେବୀଙ୍କ ପୂଜା କେବଳ ବିଧିରକ୍ଷାରେ ହେଉଥିଲା। ବିଶେଷ କରି ବାସନ୍ତୀ ପୂଜା, ଚନ୍ଦନଯାତ୍ରା ଏମିତିକି ଗଣେଶ ପୂଜା, ବିଶ୍ୱକର୍ମା ପୂଜା, ଦୂର୍ଗା, ଲକ୍ଷ୍ମୀ ଓ କାଳିପୂଜା ପ୍ରଭୃତି ସାମାଜିକ ଦୂରତା ରକ୍ଷା ପାଇଁ ଫିକା ପଡ଼ିଯାଇଥିଲା। ଏମିକି ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଦ୍ୟାଦାତା ଗଣେଶଙ୍କୁ ସାମୂହିକ ପୂଜା ପାଇଁ ଛାତ୍ରଛାତ୍ରୀମାନେ ସୁଯୋଗ ପାଇ ନଥିଲେ। ମାତ୍ର ଜାନୁଆରୀ ମାସରେ କରୋନା ସଂକ୍ରମଣ ନିମ୍ନରେ ପହଞ୍ଚିବା ସାଙ୍ଗକୁ କୋଭିଡ ଟିକା ପ୍ରଦାନ ଓ ଫେବୃୟାରୀ ମାସରେ ଜାରି ମାର୍ଗଅଦର୍ଶିକାରେ ସରକାର ବହୁମାତ୍ରାରେ କଟକଣା କୋହଳ କରିଛନ୍ତି। ଏହିକ୍ରମରେ ଆସନ୍ତା ସରସ୍ୱତୀ ପୂଜା ଆଡ଼ମ୍ବରପୂର୍ଣ୍ଣ ହେବ ବୋଲି ସବୁ ମହଲରେ ଆଶା କରାଯାଉଥିଲା। ମାତ୍ର ଏବେ ବି ସାଧାରଣରେ କରୋନା ଭୟ ଯାଇ ନଥିିବା ଲକ୍ଷ୍ୟ କରାଯାଇଛି। ପୂର୍ବବର୍ଷ ତୁଳନାରେ ସହରର କାଁ ଭାଁ କେତେଗୋଟି ସ୍ଥାନରେ ଗଢ଼ା ଚାଲିଛି ସରସ୍ୱତୀଙ୍କ ଆକର୍ଷଣୀୟ ମୂର୍ତ୍ତି। ସବୁଠି ଖାଲି ବିଧିରକ୍ଷା ପାଇଁ ଚାଲିଛି ପ୍ରସ୍ତୁତି। ତେବେ କରୋନା କାଳରେ ସମସ୍ତଙ୍କ ଆର୍ôଥକ ପରିସ୍ଥିତି ଦୁର୍ବଳ ହୋଇଥିବାରୁ ସୀମିତ ଖର୍ଚ୍ଚରେ ପୂଜା କରିବାକୁ ଉଦ୍ୟମ ହେଉଥିବା କେତେକ ସାର୍ବଜନୀନ କମିଟି ପ୍ରକାଶ କରିଛନ୍ତି। ସେଥିପାଇଁ ଅନ୍ୟାନ୍ୟ ସାଜସଜ୍ଜା ଅପେକ୍ଷା ସୁନ୍ଦର ମୂର୍ତ୍ତିିର୍ ନିର୍ମାଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ବିଭିନ୍ନ କ୍ଲବର ସଦସ୍ୟମାନେ କହିଛନ୍ତି। ଅନ୍ୟପକ୍ଷରେ ଦୀର୍ଘ ଦିନ ପରେ କାମ ମିଳିଥିବାରୁ ମୂର୍ତ୍ତିକାରମାନେ ବେଶ ସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ବରୁ ଗଣେଶ ଓ ସରସ୍ୱତୀ ପୂଜାରେ ଲକ୍ଷାଧିକ ଟଙ୍କାର ବ୍ୟବସାୟ ହେଉଥିବା ବେଳେ ଗତ ଗଣେଶ ପୂଜାରେ କେଇଖଣ୍ଡ ଛାଞ୍ଚମୂର୍ତ୍ତି ବିକ୍ରି କରିବାରେ ସେ ସକ୍ଷମ ହୋଇଥିଲେ। କରୋନା କଟକଣା ହ୍ରାସ ପାଇଥିଲେ ବି ସରସ୍ୱତୀ ପୂଜା ପାଇଁ ସାଧାରଣରେ ସେତେଟା ଆଗ୍ରହ ନାହିଁ ବୋଲି ଜନୈକ ଶିଳ୍ପୀ ସୂଚନା ଦେଇଛନ୍ତି। ତେବେ ଆଗକୁ ଅନ୍ୟାନ୍ୟ ପର୍ବପର୍ବାଣୀ ମଧ୍ୟ ଲୋକେ ବିନା କଟକଣାରେ ପାଳିବେ ବୋଲି ସମସ୍ତଙ୍କ ଆଶା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.