Home ଜିଲ୍ଲା ପରିକ୍ରମା ଟ୍ରାକ୍ଟର ଧକ୍କାରେ ଯୁବକ ମୃତ,କ୍ଷତିପୂରଣ ଦାବିରେ ରାସ୍ତାରୋକ

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ,କ୍ଷତିପୂରଣ ଦାବିରେ ରାସ୍ତାରୋକ

4

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାରେ ଶନିବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତେନ୍ତୁଳିଡ଼ିହ ପଂଚାୟତ ମୂଳକାଇମା ଗାଁର ପରେଶ ବିଶ୍ୱାଳ (୨୭)।ସୂଚନା ଅନୁସାରେ, ଶନିବାର ଦିବା ପ୍ରାୟ ୨ଟା ସମୟରେ ଚାନ୍ଦବାଲି ଇଣ୍ଡିଆନ ଅଇଲ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରାକ୍ଟର ଧକ୍କାରେ ପରେଶ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଚାନ୍ଦବାଲି ମେଡିକାଲକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣାକୁ ନେଇ ପରିବାର ଲୋକ ଓ ଗ୍ରାମବାସୀଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ସେମାନେ ମୃତଦେହକୁ ପେଟ୍ରୋଲ ପମ୍ପ ନିକଟରେ ରଖି ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।ଘଟଣାସ୍ଥଳରେ ଚାନ୍ଦବାଲି ଆଇଆଇସି ପହଁଂଚି ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଠା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.