Home କୋରାପୁଟ ଟ୍ରାକ୍ଟରରୁ ଖସି ଶ୍ରମିକ ମୃତ; କ୍ଷତି ପୂରଣ ଦେବା ପରେ ହଟିଲା ରାସ୍ତା ଅବରୋଧ

ଟ୍ରାକ୍ଟରରୁ ଖସି ଶ୍ରମିକ ମୃତ; କ୍ଷତି ପୂରଣ ଦେବା ପରେ ହଟିଲା ରାସ୍ତା ଅବରୋଧ

108

କୋରାପୁଟ ୩୦-୦୬ (ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ସଦର ଥାନା ଅନ୍ତର୍ଗତ କେନ୍ଦ୍ରୁଗୁଡା ଛକ ନିକଟରେ ଶନିବାର ସଂନ୍ଧ୍ୟାରେ ଏକ ପଥର ବୋଝେଇ ଟ୍ରାକ୍ଟରରୁ ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ହେଲେ ବାଗ୍ରା ଗ୍ରାମ ରଜଗନ୍ନାଥ ଜାନୀ (୩୫)ା ଶନିବାର ସଂନ୍ଧ୍ୟାରେ ଗୌଡଗୁଡା ଗ୍ରାମର ରଘୁନାଥ ଗୌଡଙ୍କ ଟ୍ରାକ୍ଟର(ଓଡି ୩୦- ୩୦୮୭) ପଥର ନେଇ ଯାଉଥିବାବେଳେ ଟ୍ରାକ୍ଟରରେ ଦିନ ମଜୁରିଆ ଶ୍ରମିକ ଭାବେ କାମ କରୁଥିବା ଜଗନ୍ନାଥ ଅଚାନକ ଖସି ପଡିଥିଲେ। ଟ୍ରାକ୍ଟର ଜଗନ୍ନାଥଙ୍କ ଉପରେ ଚଢି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକ ପରିବାରକୁ କ୍ଷତି ପୂରଣ ଦାବିକରି ଗ୍ରାମବାସୀ କୋରାପୁଟ-ବୋରିଗୁମ୍ମା ରାସ୍ତା ଅବରୋଧ କରିଥିଲେ। ତେଣୁ ରାଣୀଗଡ ଦେଇ କୋରାପୁଟ-ବୋରିଗୁମ୍ମା ମଧ୍ୟରେ ଗାଡି ଚଳାଚଳ ବହୁ ସମୟ ବନ୍ଦ ରହିଥିଲା। କୋରାପୁଟ ତହସିଲଦାର ନେହରୁ ମାଝି, ସଦର ଥାନା ଅଧିକାରୀ ସମର୍ପିତା ସ୍ୱାଇଁ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ଆନ୍ଦୋଲକାରୀଙ୍କ ସହ ଆଲୋଚନା କରି ମୃତକ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରିଥିଲେ। ଅନ୍ୟ ପକ୍ଷରେ ଟ୍ରାକ୍ଟର ମାଲିକ ମଧ୍ୟ ମୃତକ ପରିବାରକୁ ୪୦ ହଜାର ଟଙ୍କା କ୍ଷତି ପୂରଣ ଦେବାକୁ ପ୍ରତିଶୃତି ଦେବା ପରେ ଗ୍ରାମବାସୀ ରାସ୍ତା ଅବରୋଧରୁ ହଟି ଥିଲେ। ରବିବାର ପୂର୍ବାହ୍ନରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯିବା ପରେ ଶବସତ୍କାର କରାଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.