Home କୋରାପୁଟ କୋରାପୁଟ ହସପିଟାଲରେ ଇଞ୍ଜେକ୍ସନ ଦେବାପରେ ନାବାଳିକା ଶିଶୁ ବେହୋସ ହୋଇଯାଇଥିବା ଗୁରୁତର ଅଭିଯୋଗ

କୋରାପୁଟ ହସପିଟାଲରେ ଇଞ୍ଜେକ୍ସନ ଦେବାପରେ ନାବାଳିକା ଶିଶୁ ବେହୋସ ହୋଇଯାଇଥିବା ଗୁରୁତର ଅଭିଯୋଗ

155

କୋରାପୁଟ ୩୦-୦୬ (ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ଇଞେକ୍ସନ ଦେବାପରେ ନାବାଳିକା ଶିଶୁ ବିହୋସ ହୋଇଯାଇଥିଲା ବୋଲି ଗୁରୁତର ଅଭିଯୋଗ ଆସିଛି।ଅଭିଯୋଗ ଆଣିଛନ୍ତି ନାବାଳିକା ଶିଶୁ ଡମାଇ ଭଦ୍ରା(୪ବର୍ଷ)ର ବାପା ତ୍ରୀପତି ଭଦ୍ରା।କୋଟପାଡ ଖଟାଲଗୁଡା ଗ୍ରାମର ତ୍ରୀପତି ଭଦ୍ରାଙ୍କ ୪ ବର୍ଷର ଶିଶୁକନ୍ୟା ଡମାଇ ଭଦ୍ରା କୁ ଦୀର୍ଘଦିନ ହେବ କାଶ ଲାଗିରହିଥିବାରୁ ନିକଟସ୍ଥ ଛତିଶଗଡର ଜଗଦଲପୁର ଡାକ୍ତରଖାନା ନେଇ ଚିକିତ୍ସା କରାଉଥିଲେ।କିନ୍ତୁ ରୋଗ ଭଲ ନ ହେବାରୁ ଝିଅକୁ କୋରାପୁଟ ହସପିଟାଲରେ ଗତ ୨୭ ତାରିଖରେ ଭର୍ତି କରିଥିଲେ।ଆଜି ସକାଳ ପର୍ଯ୍ୟନ୍ତ ଝିଅର ଭଲ ଥିଲା ଓ କଥାବାର୍ତ୍ତା କରୁଥିଲା ବୋଲି ତ୍ରପତି ପ୍ରକାଶ କରିଥିଲେ।କିନ୍ତୁ ଆଜି ପ୍ରାୟ ୯ ଘ.ସମୟରେ ଏକ ନର୍ସ ଇଞେକ୍ସନ ଦେବାପରେ ଡମାଇ ବିହୋସ ହୋଇଯାଇଥିଲା ଓ ଜିଭ କାମୁଡି ଦେଇଥିଲା ବୋଲି ସେ ଅଭିଯୋଗ କରିଥିଲେ।ମୋ ଝିଅ ଭଲ ଥିଲା କି ଇଞେକ୍ସନ ଦେଲେ ଯଦ୍ୱାରା ସେ ଗୁରୁତର ହେଲା ବୋଲି ସେ ପ୍ରଶ୍ନ କରିଥିଲେ।ଓାର୍ଡରେ ଥିବା ଜଣେ ଡାକ୍ତରଙ୍କୁ ପଚାରିବାରେ ନାବାଳିକା ଏବେ ଗୁରୁତର ଅଛି ତାକୁ ବ୍ରହ୍ମପୁର ସ୍ଥାନାନ୍ତର କରାଯିବ ବୋଲି ପ୍ରଶ୍ନ କରିଥିଲେ।କୋରାପୁଟ ହସପିଟାଲର ଅଧିକ୍ଷକ ଡାକ୍ତର ହରେକୃଷ୍ଣ ଦଳେଇଙ୍କୁ ପଚାରିବାରୁ ପ୍ରଥମେ ରୋଗୀର ରୋଗ କିପରି ଭଲ ହେବ ସେଥି ନିମନ୍ତେ ତାକୁ ବ୍ରହ୍ମପୁର ସ୍ଥାନାନ୍ତର କରିବାକୁ ପରାମର୍ସ ଦିଆଯାଇଛି ବୋଲି ପ୍ରକାଶ କରିଥିଲେ।ପରେ ଅଭିଯୋଗର ତଦନ୍ତ ହେବ ବୋଲି ସୂଚନା ଦେଇଥିଲେ।ଖବର ଲେଖାହେଲା ବେଳକୁ ରୋଗୀ ବ୍ରହ୍ମପୁର ଯାଇ ନ ଥିବା ଜଣାପଡିଛି।କୋରାପୁଟ ସଦର ମହକୁମା ଡାକ୍ତରଖାନା କଲେଜକୁ ଉନ୍ନତ ହେବାଦ୍ୱାରା କୋରାପୁଟ ଜିଲ୍ଲା ଏପରିକି ଅବିଭକ୍ତ କୋରାପୁଟ ଜିଲ୍ଲାର ରୋଗୀମାନେ ଉତମ ସ୍ୱାସ୍ଥ୍ୟ ସେବା ପାଇବେ ବୋଲି ସମସ୍ତେ ଆଶା ରଖିଥିଲେ କିନ୍ତୁ ଏଠାରୁ ରୋଗୀ ଯଦି ବ୍ରହ୍ମପୁର ସ୍ଥାନାନ୍ତର କରାଯିବ ତାହାହେଲେ କଲେଜ ରହିକି କି ଲାଭ ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇପଡିଛି।ତ୍ରୀପତି କରିଥିବା ଅଭିଯୋଗର ଏକ ସ୍ୱତନ୍ତ୍ର କମିଟି ଗଠନ କରି ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୁଳକ କାଯର୍ୟାନୁଷ୍ଟନ ନେବାକୁ ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.