Home ଜିଲ୍ଲା ପରିକ୍ରମା ୯ ଦଫା ଦାବୀ ନେଇ ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ଗଣଧାରଣା

୯ ଦଫା ଦାବୀ ନେଇ ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ଗଣଧାରଣା

42

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଭଦ୍ରକ ବ୍ଲକ୍ ଶାଖା ପକ୍ଷରୁ ସମସ୍ତ ଗାଁ ସାଥୀ/ ମେଟ୍ ଜିଲା ସଭାପତି ପ୍ରମୋଦ କୁମାର ସାମଲଙ୍କ ନେତୃତ୍ୱରେ ୯ ଦଫା ଦାବୀ ନେଇ ଭଦ୍ରକ ବ୍ଲକ୍ ଅଫିସ୍ ଆଗରେ ପ୍ରତୀକ ଧାରଣା ଦିଆଯାଇଥିଲା । ପୂର୍ବରୁ ବିଭିନ୍ନ ସମୟରେ ଆନ୍ଦୋଳନ କରାଯାଇଥିଲେ ମଧ୍ୟ ଜିଲା ଓ ବ୍ଲକ୍ ପ୍ରଶାସନ ମାନୁଥିଲେ ମଧ୍ୟ ତାହା କାର୍ଯ୍ୟକାରୀ କରୁନାହାଁନ୍ତି । ଓଡ଼ିଶା ସରକାର, ଜିଲାପାଳ ଓ ପିଡିଡିଆର୍‌ଡିଏଙ୍କ ପକ୍ଷରୁ ଚିଠି କରାଯାଉଥିଲେ ମଧ୍ୟ ଏହା ବ୍ଲକ୍ ପ୍ରଶାସନ ପାଳନ କରିବା ପାଇଁ ଟାଳଟୁଳ ନୀତି ଅବମ୍ବଲନ କରୁଥିବାର ଦର୍ଶାଇଛନ୍ତି । ଏଣୁ ଏହାର ଆଶୁ ସମାଧାନ ପାଇଁ ଆସନ୍ତା ୧୬ ତାରିଖରେ ଭଦ୍ରକ ଜିଲାର ସମସ୍ତ ଗାଁ ସାଥୀ / ମେଟ୍‌ମାନେ ବିଧାନସଭା ଆଗରେ ଏକ ବିରାଟ ଗଣଧାରଣାରେ ସମ୍ମିଳିତ ହେବେ । ଏବଂ ପରେ ରାଜ୍ୟର ସମସ୍ତ ଜିଲାପାଳଙ୍କ ଅଫିସ୍ ଆଗରେ ଧାରଣାରେ ବସିବାର ଚେତାବନୀ ଦିଆଯାଇଛି । ଏହି ଗଣଧାରଣାରେ ଜିଲା ଓ ବ୍ଲକ୍‌ରୁ ନରେନ୍ଦ୍ର କୁମାର ରାଉତ, ଉର୍ମିଳା ବେହେରା, ଅର୍ଣ୍ଣପୂର୍ଣ୍ଣା ମଲ୍ଲିକ, ରଂଜିତ ଜେନା, ଅକ୍ଷୟ କୁମାର ଜେନା, ନିର୍ମଳା ମଣ୍ଡଳ, ସସ୍ମିତା ପଣ୍ଡା, ଚିତ୍ତରଂଜନ ମଲ୍ଲିକ, ଲୀଳାବତୀ ମଲ୍ଲିକ ରୁନୁବାଳା ନାୟକ, କବିତା ଦାସ, ନନ୍ଦକିଶୋର ବେହେରା ପ୍ରମୁଖ ସାମିଲ ଥିଲେ । କମିଟି ପକ୍ଷରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ରାଜ୍ୟ ପଂଚାୟତରାଜ ସଚିବଙ୍କ ନିକଟକୁ ଭଦ୍ରକ ବିଡିଓଙ୍କ ମାଧ୍ୟମରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.