Home କନ୍ଧମାଳ ଟ୍ରକ ସହ ବାଇକ ଧକ୍କା ଜଣେ ଗୁରୁତର

ଟ୍ରକ ସହ ବାଇକ ଧକ୍କା ଜଣେ ଗୁରୁତର

308

ବାଲିଗୁଡା, ୪/୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ ଶନିବାର ଦିନ ଏକ ଟ୍ରକ ସହ ବାଇକ ଧକ୍କା ହେବା ଫଳରେ ଜଣେ ଗୁରୁତର ହୋଇ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି। ପ୍ରକାଶ ଯେ, ଶନିବାର ଦିନ ଏକ ଟ୍ରକ ନଂ. ଏ.ପି.ୟୁ ୦୭୯୯ ଶ୍ରୀରାମପୁରରୁ ଜିନିଷ ଅନ ଲୋଡ଼ କରି ଆସିବା ରାସ୍ତାରେ କୋଟଗଡ଼ ବ୍ଲକ ମଦାଙ୍ଗିର ଏକ ବୁଲାଣି ରାସ୍ତାରେ ଅପରପଟୁ ଯାଉଥିବା କୋଟଗଡ଼ ବ୍ଲକ ଜରିଘାଟି ଗ୍ରାମର ଜନସନ ବିଶିମାଝି ଏକ ଗ୍ଲାମୋର ବାଇକ ସହ ଟ୍ରକ ଧକ୍କା ହେବାରୁ ବାଇକ ଆରୋହୀ ଗୁରୁତର ଅବସ୍ଥାରେ ପ୍ରଥମେ କୋଟଗଡ଼ ସରକାରୀ ମେଡିକାଲରେ ପ୍ରାଥମିକ ଚିକିତ୍ସା କରି ପରେ ୧୦୮ ଆମ୍ବୁଲାନ୍ସରେ ବାଲିଗୁଡା ଉପଖଣ୍ଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା ଅବ୍ୟାହତ ଥିବା ବିଷୟ ଡାକ୍ତର ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.