Home ଜିଲ୍ଲା ପରିକ୍ରମା ଟୀକା ଗ୍ରହଣ କରିବେ ନାହିଁ ସ୍ୱାସ୍ଥ୍ୟକର୍ମୀ ଓ ଏଏନଏମ

ଟୀକା ଗ୍ରହଣ କରିବେ ନାହିଁ ସ୍ୱାସ୍ଥ୍ୟକର୍ମୀ ଓ ଏଏନଏମ

35

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉପଯୁକ୍ତ ପଦୋନ୍ନତି, ପଦବୀ ପରିବର୍ତ୍ତନ ଓ କ୍ୟାଡର ପୁନର୍ଗଠନରେ ଅବହେଳା କରାଯାଉଥିବା ଅଭିଯୋଗ କରି ଭଣ୍ଡାରିପୋଖରୀ ମେଡିକାଲରେ କାର୍ଯ୍ୟରତ ସ୍ୱାସ୍ଥ୍ୟପରିଦର୍ଶକ, ସ୍ୱାସ୍ଥ୍ୟକର୍ମୀ, ଏ.ଏନ.ଏମ.ମାନେ କରୋନା ଟୀକା ଗ୍ରହଣ କରିବାକୁ ମନାକରି ଶନିବାର ଲିଖିତ ପ୍ରତିବାଦ କରିଛନ୍ତି । ସରକାର ଡାକ୍ତର ଓ ଷ୍ଟାଫନର୍ସମାନଙ୍କୁ ଦେଉଥିବା ସୁବିଧାରୁ ଏହି ବର୍ଗର କର୍ମଚାରୀମାନେ ବଞ୍ôଚତ ହୋଇଛନ୍ତି । ଓଡିଶା ବହୁମୁଖି ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ, ଓଡିଶା ବହୁମୁଖି ପୁରୁଷ ସ୍ୱାସ୍ଥ୍ୟକର୍ମୀ ସଂଘ, ଓଡିଶା ବହୁମୁଖି ପୁରୁଷ ସ୍ୱାସ୍ଥ୍ୟପରିଦର୍ଶକ ସଂଘ, ଓଡିଶା ବହୁମୁଖି ମହିଳା ସ୍ୱାସ୍ଥ୍ୟପରିଦର୍ଶକ ସଂଘ ଆହ୍ୱାନରେ ରାଜ୍ୟର ପନ୍ଦରହଜାର କର୍ମଚାରୀ ଟୀକା ଗ୍ରହଣ କରିବାକୁ ମନା କରିଦେବା ପରିପ୍ରେକ୍ଷୀରେ ସ୍ଥାନୀୟ କର୍ମଚାରୀମାନେ ସାମିଲ ହୋଇଛନ୍ତି । ସ୍ୱାସ୍ଥ୍ୟ ପରିଦର୍ଶକ ମନୋରଞ୍ଜନ ରାଉତ, ନବଘନ ଦାସ, ଦେବୀପ୍ରସାଦ ବେହେରା, ଶରତ କୁମାର ସାହୁ, ଜୟନ୍ତୀପ୍ରଭା ପହି, ଉଷାବତୀ ଦାସ, ସୁମିତ୍ରା ସୂତାର, ଜୟପ୍ରକାଶ ସ୍ୱାଇଁ, ଅନିତା ଜେନା ପ୍ରମୁଖ ଗୋଷ୍ଠୀସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କମଳାକାନ୍ତ ସ୍ୱାଇଁଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ପ୍ରତିବାଦରେ ଟୀକାଗ୍ରହଣ କରିବାକୁ ମନା କରିଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.