Home ଜିଲ୍ଲା ପରିକ୍ରମା ସରସଦା ସମିତି; ପଞ୍ଜିକରଣ ତୃଟିଯୋଗୁ ବାଦପଡିଥିବା ଚାଷୀଙ୍କ ସମାବେଶ

ସରସଦା ସମିତି; ପଞ୍ଜିକରଣ ତୃଟିଯୋଗୁ ବାଦପଡିଥିବା ଚାଷୀଙ୍କ ସମାବେଶ

18

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ସରସଦା ପ୍ରାଥମିକ ସେବା ସମବାୟ ସମିତିର ବହୁ ଚାଷୀ ପଞ୍ଜିକରଣ ତୃଟି ଯୋଗୁଁ ଖରିଫ ଧାନବିକ୍ରୟରୁ ବାଦ ପଡିବା ଓ ନାମକୁ ମାତ୍ର ବିକ୍ରୟ ସୁବିଧା ମିଳିବା ନେଇ ଅସନ୍ତୋଷ ପ୍ରକାଶ କରି ଆଜି ସମିତି ସମ୍ମୁଖରେ ସମାବେଶ କରି ଧାରଣା ଦେଇଥିଲେ । ଚଳିତ ଧାନକ୍ରୟ ପାଇଁ ସମିତି ପକ୍ଷରୁ ଚାଷୀମାନଙ୍କ ପଞ୍ଜିକରଣ କରାଯିବା ସମୟରେ ତୃଟିପୂର୍ଣ୍ଣ ଜମିପରିମାଣ ଦରଜ କରାଯାଇଥିଲା । ଚାଷୀଙ୍କ ଚାଷ ଜମି ତୁଳନାରେ ଅପେକ୍ଷାକୃତ ଭାବେ କର୍ମ ପରିମାଣ ଦର୍ଶଯାଇ ପଞ୍ଜିକରଣ କରାଯାଇଥିଲା । ପରେ ଆପତ୍ତ ଅଭିଯୋଗ ବେଳେ ଚାଷୀମାନଙ୍କ ଏହି ଅସୁବିଧାକୁ ସୁଧାରିବା ପାଇଁ ଯୋଗାଣ ବିଭାଗ ପଦକ୍ଷେପ ନେବ ବୋଲି ବ୍ୟବସ୍ଥା କରାଯାଇଥିଲା । ହେଲେ ସମିତିର ତୃଟିକୁ ଯୋଗାଣ ବିଭାଗ ଧ୍ୟାନ ନଦେବାରୁ ୩୧୪ ଜଣ ଚାଷୀଙ୍କୁ ନାମକୁମାତ୍ର ଧାନବିକ୍ରୟ କରିବାର ସୁବିଧା ଦିଆଯାଇଛି । ଏଥିନେଇ ଚାଷୀମାନଙ୍କ ଅସନ୍ତୋଷ ପ୍ରକାଶ ପାଇ ଶନିବାର ଚାଷୀମାନେ ସମିତି ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ଚାଷୀ ସତ୍ୟଭାମା ଶାଶିନୀ, ସଚ୍ଚିଦାନନ୍ଦ ଶାଶିନୀ, ମୁରଲି ପାତ୍ର, ବାସନ୍ତିଲତା ପାତ୍ର, ଦିଲ୍ଲିପ କୁମାର ପାତ୍ର, ଅଶୋକ କୁମାର ଜେନା, ଲକ୍ଷ୍ମୀଧର ଦାସ, ଦିଲ୍ଲିପ ସାମଲ, ଦୟାନିଧି ତ୍ରିପାଠୀ, ଅକ୍ଷୟ ସ୍ୱାଇଁ, କୈଳାସ ଚନ୍ଦ୍ର ସ୍ୱାଇଁ, ନରେନ୍ଦ୍ର ସ୍ୱାଇଁ, ଅରୁଣା ରାଉତ, ଅଶୋକ ଅରଖ ପ୍ରମୁଖ ବହୁ ଚାଷୀ ଧାରଣା ଦେଇଥିଲେ । ସମସ୍ୟା ସମାଧାନ ହେବା ପର୍ଯ୍ୟନ୍ତ ଧରଣା ଅବ୍ୟାହତ ରହିବ ବୋଲି ଚାଷୀଙ୍କ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଗତ ଗୁରୁବାର ଠାରୁ ସମିତି କାର୍ଯ୍ୟାଳୟରେ ତାଲା ପକାଯାଇ ଧାନକିଣା ବନ୍ଦ ରହିଛି । ସମିତିର ସମ୍ପାଦକଙ୍କ ଉପରେ କାର୍ଯ୍ୟାଳୟ ପରିସରରେ ବୁଧବାର ସନ୍ଧ୍ୟାରେ ଆକ୍ରମଣ କରାଯିବା ଘଟଣାରେ କର୍ମଚାରୀମାନେ ସୁରକ୍ଷା ଦାବିକରି କାର୍ଯ୍ୟାଳୟକୁ ଆସୁନଥିବାରୁ ଏଭଳି ପରିସ୍ଥିିତି ସୃଷ୍ଟି ହୋଇଛି । ଶୁକ୍ରବାର ଏହି ଘଟରାର ସମାଧାନ ହୋଇଥିଲେ ହେଁ କର୍ମଚାରୀମାନେ ତାଲାଖୋଲିନଥିଲେ କି କାର୍ଯ୍ୟାଳୟକୁ ଆସିନଥିଲେ । ଶନିବାର ଚାଷୀମାନେ ବନ୍ଦ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.