Home ଓଡ଼ିଶା ଟିଟିଲାଗଡ଼କୁ ସରକାରୀ ସେବା ବନ୍ଦ: ବିଭାଗୀୟ ମୁଖ୍ୟ ଦୃଷ୍ଟି ଦେବାକୁ ଦାବୀ

ଟିଟିଲାଗଡ଼କୁ ସରକାରୀ ସେବା ବନ୍ଦ: ବିଭାଗୀୟ ମୁଖ୍ୟ ଦୃଷ୍ଟି ଦେବାକୁ ଦାବୀ

89

ଟିଟିଲାଗଡ଼ ୭-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ସହରକୁ ଆଜି ସୁଦ୍ଧା କୌଣସି ଗୋଟିଏ ବି ସରକାରୀ ବସ ଚଳାଚଳ କରୁ ନ ଥିବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ପ୍ରକାଶ ଯେ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ସାଧାରଣ କିପରି ପାଇ ପାରିବେ ସେ ନେଇ ନା ନା ଯୋଜନା ମାନ ରହିଛି। ହେଲେ ଏହି ଟିଟିଲାଗଡ଼ ସହରକୁ ବାରମ୍ବାର ବିଭିନ୍ନ ମହଲରୁ ସରକାରୀ ଯାତାୟାତ ସୁବିଧା ଯୋଗାଇ ଦେବାକୁ ଦାବି ହୋଇ ଆସୁଥିବା ବେଳେ ଏ ନେଇ ପ୍ରଶାସନ ତରଫରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନ କରିବା ଜନସେବା ସଂଘ ଅଭିଯୋଗ କରିଛି। ପୂର୍ବେ ଟିଟିଲାଗଡ଼ ରୁ ବଲାଙ୍ଗୀର ଦେଇ ଦୁଇଟି ସରକାରୀ ବସ ଯାତାୟତ କରୁଥିଲା। ହେଲେ ଉକ୍ତ ବସ ଦୁଇଟି କୁ ବନ୍ଦ କରିଦିଆଯାଇଥିଲା। ଏବେ ସାଧାରଣ ଲୋକ ଗୋଟିଏ ହେଲେ ବସ ନ ଚାଲିବା ଯୋଗୁଁ ଟ୍ରେନ ରେ ୭୦ କି, ମି ଦୂର ବଲାଙ୍ଗୀର ଅବା ଭବାନୀପାଟଣା କୁ ଯାଇ ସେଠୁ ବସ ରେ ବିଭିନ୍ନ ସ୍ଥାନ ଯିବାକୁ ବାଧ୍ୟ ହେଉଛନ୍ତି। ଏଣୁ ଏ ଦିଗରେ ତୁରନ୍ତ ବିଭାଗୀୟ ମୁଖ୍ୟ ଦୃଷ୍ଟି ଦେବାକୁ ସାଧାରଣ ରେ ଦୃଢ଼ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.