Home ଓଡ଼ିଶା ଟାଟାଷ୍ଟିଲ ପକ୍ଷରୁ ଯୋଡ଼ା ଠାରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

ଟାଟାଷ୍ଟିଲ ପକ୍ଷରୁ ଯୋଡ଼ା ଠାରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

316

ଯୋଡା, ୧୬/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଟାଟାଷ୍ଟିଲ ପକ୍ଷରୁ ଯୋଡ଼ା ଠାରେ ଦେଶାତ୍ମବୋଧକ ଭାବନା ସହ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସମ୍ପ୍ରତି କୋଭିଡ଼-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୀମିତ ଲୋକମାନଙ୍କୁ ନେଇ ଜେସିଓ କାର୍ଯ୍ୟାଳୟଳରେ ଆୟୋଜିତ ସ୍ୱୀଧୀନତା ଦିବସ କାର୍ଯ୍ୟକ୍ରମରେ ଟାଟାଷ୍ଟିଲ ଯୋଡ଼ା ମୁଖ୍ୟ ଶ୍ରୀ ରାଜେଶ କୁମାର, ଡିଭିଜନ୍‌ର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ସଂଘ ପ୍ରତିନିଧିଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତୋଳନ କରିଥିଲେ । ଏହି ଅବସରରେ ଟାଟାଷ୍ଟିଲ ଯୋଡ଼ା ମୁଖ୍ୟ ଶ୍ରୀ ରାଜେଶ କୁମାର ୭୪ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶକୁ ନମନ କରିବା ସହିତ ନିସ୍ୱାର୍ଥପର ଭାବେ ମହାମାରୀର ମୁକାବିଲା କରୁଥିବା ଆଗଧାଡ଼ିର କୋଭିଡ଼େ ଯାଦ୍ଧାଙ୍କୁ ସେମାନଙ୍କ ସାହସିକ ପଦକ୍ଷେପ ପାଇଁ ପ୍ରସଂଶା କରିଥିଲେ । ଯୋଡ଼ାଏଫ୍‌ଏପି ଓ ବିଛାକୁଣ୍ଡିଠାରେ ସମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଯଥାକ୍ରମେ ଏଫଏପି ଯୋଡ଼ା ମୁଖ୍ୟ ଶ୍ରୀ ଜି ପି ସାହୁ ଓ ଟାଟାଷ୍ଟିଲ ମାଙ୍ଗାନିଜ ୍‌ଗ୍ରୁପ୍ ମାଇନ୍ସ ମୁଖ୍ୟ ଶ୍ରୀ ଅମିତ କୁମାର ଦୁବେ ପତାକା ଉତୋଳନ କରିଥିଲେ । ପରବର୍ତୀ ସମୟରେ ଯୋଡ଼ା ହସ୍ପିଟାଲ ମଧ୍ୟରେ ଥିବା ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.