Home ଓଡ଼ିଶା ଜାତୀୟ ପତାକାକୁ ଅସମ୍ମାନ, ଅଡୁଆରେ ଆଶା ଦୀଦୀ

ଜାତୀୟ ପତାକାକୁ ଅସମ୍ମାନ, ଅଡୁଆରେ ଆଶା ଦୀଦୀ

278

ଯୋଡା, ୧୬/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ସ୍ୱାଧୀନତା ଦିବସ ପାଳନ ଅବସରରେ ଜାତୀୟ ପତାକାକୁ ଅବମାନନା ନେଇ ଜଣେ ଆଶା କର୍ମି ଏବେ ହରଡଘଣାରେ ପଡିଛନ୍ତି । ଏକ ଭିଡିଓ ଶୋଶିଆଲ ମିଡିଆରେ ଭାଇରାଲ ହେବା ପରେ ସବୁ ମହଲରେ ତାଙ୍କୁ ନିନ୍ଦା କରାଯିବା ସହ ଆଶା ଦୀଦୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ କମଳପୁର ଗ୍ରାମରେ । କମଳପୁରସ୍ଥିତ ଅଙ୍ଗନୱାଡି କେନ୍ଦ୍ରରେ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ତେବେ ଏହି ଉତ୍ସବରେ ଜାତୀୟ ପତାକାଟିକୁ ଓଲଟା ଲଗାଯାଇଥିବା ବେଳେ କିଛି ଯୁବକ ନିଜ ମୋବାଇଲରେ ଏହାର ଫଟୋ ଉତ୍ତୋଳନ କରି ଶୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଏହି ଖବର ପାଇବା ପରେ ଆଶା ଦୀଦୀ ଅଙ୍ଗନୱାଡି କେନ୍ଦ୍ରରେ ପହଞ୍ଚି ଅତ୍ୟନ୍ତ ଉତ୍ତେଜିତ ହୋଇପଡିଥିଲେ । ପ୍ରଥମେ ସେ ଅଙ୍ଗନୱାଡି କେନ୍ଦ୍ରର ମୁଖ୍ୟ ଫାଟକ ତାଲାଟିକୁ ପଥରରେ ଛେଚି ଭାଙ୍ଗିବା ସହ ଅଙ୍ଗନୱାଡି ପରିସରରେ ଉଡୁଥିବା ଜାତୀୟ ପତାକାକୁ ଖୁଣ୍ଟ ସହ ଉପାଡି ତଳେ ପକାଇଦେଇଥିଲେ ଓ ପରେ ଘୋଷାଡି ଘୋଷାଡି ଘରକୁ ନେଇଯାଇଥିଲେ । ଏହି ଘଟଣାଟିକୁ ସ୍ଥାନୀୟ ଲୋକେ ତୀବ୍ର ନିନ୍ଦା କରିଥିଲେ । ସମ୍ପୃକ୍ତ ଆଶା ଦୀଦୀଙ୍କ ନାମ ଭାଗ୍ୟଶ୍ରୀ ବାରିକ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.