Home ଓଡ଼ିଶା ଟଙ୍କିକିଆ ଚାଉଳ ପାଇଁ ଚାଲିଗଲା ଜୀବନ,ଅଜଣା ଗାଡି ଧକ୍କାରେଆଦିବାସୀ ବ୍ୟକ୍ତିଙ୍କର ମୃତ୍ୟୁ

ଟଙ୍କିକିଆ ଚାଉଳ ପାଇଁ ଚାଲିଗଲା ଜୀବନ,ଅଜଣା ଗାଡି ଧକ୍କାରେଆଦିବାସୀ ବ୍ୟକ୍ତିଙ୍କର ମୃତ୍ୟୁ

197

ମାଲକାନଗିରି,୯ା୮ (ଓଡିଆ ପୁଅ )କରୋନା ମହାମାରି ପାଇଁ କୁଲିବୃତି କାମଧନ୍ଧା ମିଳୁନଥିବା ବେଳେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ପିଡିଏସ ଟଙ୍କିଆକିଆ ଚାଉଳ ହିଁ ଗରିବ ପରିବାରଙ୍କ ପେଟକୁ ଦୁଇମୁଠା ଦାନା ଦେଉଛି । ମାଲକାନଗିରି ଜିଲ୍ଲା ମାଥିଲିବ୍ଲକସ୍ଥ ଭଣ୍ଡାରିପାଙ୍ଗମ ପଚାଂୟତ ବାଘଝୁଲା ଗ୍ରାମର ଦେବାମୁଚାକି ନାମକ ଜଣେ ଆଦିବାସୀ ବ୍ୟକ୍ତି ନିଜପରିବାରଙ୍କ ପେଟକୁ ଭାତଗଣ୍ଡାଏ ଦେବା ପାଇଁ ପଚାଂୟତୟ ଅଫିସକୁ ଦୌଡି ଯାଇଥିଲେ ଟଙ୍କିଆ ପିଡିଏସ ଚାଉଳ ଆଣିବା ପାଇଁ । ଚାଉଳ ଆଣିବା ପାଇଁ ପଚାଂୟତ ଅଫିସକୁ ଯାଉଥିବା ବେଲେ ହଟାତ ଏକ ଅଜଣାଗାଡି ପଛପଟରୁ ଧକ୍କାଦେବା ଫଳରେ ରାସ୍ତାଛିଟକିପଡି ତାଙ୍କର ମୁଣ୍ଡଫାଟି ସେଠାରେ ହିଁ ତାଙ୍କର ଜୀବନଚାଲି ଯାଇଥିଲା । ନିକଟରେ ଥିବା ଗ୍ରାମବାସୀ ଦେବାକୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଡାକି ମାଥିଲି ଡାକ୍ତରଖାନକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ । ସେଠାରେ ଡାକ୍ତର ଦେବା ମୃତ ବୋଲି ଘୋଷଣାକରିଥିଲେ । ମାଥିଲି ପୁଲିସ ଘଟଣାସ୍ଥଳରେ ପହଁଚି ମୃତଶରୀର ଜବତ କରି ଶବବ୍ୟବଛେଦ ପାଇଁ ହସପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ଟଙ୍କିକିଆ ଚାଉଳ ପାଇଁ ଦେବାଙ୍କର ଚାଲିଗଲା ଜୀବନ,ଘରେ ପତ୍ନୀ ଜଗିରହିଥିଲେ ସ୍ୱାମୀ ଚାଉଳ ଆଣିବା ପରେ ଭାତରାନ୍ଧି ଭୋକିଲା ପିଲାଙ୍କ ପେଟକୁ ଦାନା ଦେବେ , ହଲେ ଚାଉଳ ତ ମିଳିଲାନାହିଁ ଜୀବନ୍ତ ଯାଇଥିବା ସ୍ୱାମୀ ଙ୍କର ମୃତ ଶରୀର ଘରକୁ ଫେରିଲାଏହା ଦେଖି ଦେବାଙ୍କ ପତ୍ନୀ ଓ ଛୋଟ ଛୋଟ ୪ଟି ପିଲା କାନ୍ଦି କାନ୍ଦି ଅଚେତ ହୋଇପଡିଥିଲେ,ଗ୍ରାମବାସୀ ମାନେ ମୃତପରିବାର ଙ୍କୁ ସମବେଦନା ଜଣାଇ ବା ସହିତ ଘରକୁ ଦେବା ମୁଚାକି ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ଦେବାଙ୍କ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ଦାବିକରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.