Home ଜିଲ୍ଲା ପରିକ୍ରମା ଝିଅ ବାହାଘର ସପ୍ନ ଅଧାରେ ରହିଲା : କାନ୍ଥପଡି ମାଆର ମୃତ୍ୟୁ

ଝିଅ ବାହାଘର ସପ୍ନ ଅଧାରେ ରହିଲା : କାନ୍ଥପଡି ମାଆର ମୃତ୍ୟୁ

239

ବାରିପଦା ୨୫/୧୦ (ଓଡ଼ିଆ ପୁଅ/ସନ୍ତୋଷ ବରଜ) -ଲଗାଣ ଲଘୁଚାପ ବର୍ଷା ନେଲା ଜୀବନ। କାନ୍ଥପଡିବାରୁ ଚାପିହୋଇ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ। ଝିଅ ବାହାଘରକୁ ନେଇ ମାଆ ଆଖିରେ ଥିଲା ଆଖିଏ ସ୍ୱପ୍ନ। କିନ୍ତୁ ଦଇବ ସହିଲାନି ଆଖି ବୁଜିଲା ମାଆ। ଅଧାରେ ରହିଗଲା ଝିଅ ବାହାଘରର ସ୍ୱପ୍ନ। ଏଭଳି ଏକ ଦୁଃଖଦ ଘଟଣା ଆଜି ମୟୁରଭଞ୍ଜଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଖୁଣ୍ଟାପାଳ ଗ୍ରାମରେ।

ଘଙ୍ଗା ନଡ଼ାଛପର ଘର କାନ୍ଥରେ ବର୍ଷା ଜଳ ପଡିବାରୁ ଅଲଟିଯାଇଥିଲା ମାଟିକାନ୍ଥ। ରୋଷେଇ କରୁଥିବା ବେଳେ କାନ୍ଥତଳେ ଚାପିହୋଇ ଯାଇଥିଲେ ଶମ୍ଭୁନାଥ ପଲେଇଙ୍କ ସ୍ତ୍ରୀ ଦମୟନ୍ତି ପଲେଇ। ପୋଡ଼ାଶୀମାନେ ଆସି ଦମୟନ୍ତିଙ୍କୁ ମାଟିକାନ୍ଥ ତଳୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ଦମୟନ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ତେବେ ଝିଅ ବାହାଘରର ପ୍ରସ୍ତୁତିକୁ ନେଇ ଲାଗିରହିଥିବା ଆନନ୍ଦର ମାହଲ ବଦଳି ଯାଇଥିଲା ଶୋକାକୁଳ ପରିବେଶରେ।

ଖବରପାଇ ରାସଗୋବିନ୍ଦପୁର ଥାନାପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି।

ପରେ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। କିନ୍ତୁ ପରିବାର ଲୋକେ କହିଛନ୍ତି ସରକାରୀ ସହାୟତା କିଛି ମିଳିନାହିଁ କେବଳ ଶବସତ୍କାର ପାଇଁ ପଞ୍ଚାୟତରୁ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.