Home ଅପରାଧ ଝିଅର ନଗ୍ନ ଭିଡିଓ ଭାଇରାଲ ମାମଲାରେ ଯୁବକ କୋର୍ଟ ଚାଲାଣ

ଝିଅର ନଗ୍ନ ଭିଡିଓ ଭାଇରାଲ ମାମଲାରେ ଯୁବକ କୋର୍ଟ ଚାଲାଣ

222

ଯାଜପୁର୯ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯୁବତୀଙ୍କ ନଗ୍ନ ଫଟୋ ଭାଇରାଲ କରିବା ଅଭିଯୋଗରେ ପାଣିକୋଇଲି ପୁଲସ ଅଭିଯୁକ୍ତ ଯୁବକ ନରୋତମ ସାମଲଙ୍କ ପୁଅ ରଣଜିତ ରଂଜନ ସାମଲ(୨୮)କୁ କୋର୍ଟ ଚାଲାଣ କରିଛି । ପ୍ରକାଶଯେ ପାଣିକୋଇଲି ଥାନା ଅନ୍ତର୍ଗତ ମାଳଆନନ୍ଦପୁର ପଂଚାୟତର କଂଟିଗଡିଆ ଗ୍ରାମର ଜଣେ ଝିଅ ସହିତ ରଣଜିତର ପ୍ରେମ ସର୍ମ୍ପକ ଥିଲା । ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢିବା ସହ ପ୍ରେମ ସର୍ମ୍ପକ ସମସ୍ତ ସୀମା ଟପିଥିଲା ।

 

ଏମିତି ଦୁହେଁ ହୋଟେଲ ରହିବା ସହ ଝିଅର ନଗ୍ନ ଫଟୋ ରଣଜିତ ପାଖରେ ଥିଲା । କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ଟଙ୍କା ନେଣଦେଣକୁ ନେଇ ସର୍ମ୍ପକ ତିକ୍ତତା ହେବାକୁ ଲାଗିଲା । ଏହା ମଧ୍ୟରେ ଝିଅ ପୁଅକୁ ଅଣଦେଖା କରି ଅନ୍ୟ ଏକ ଯୁବକ ସହ ସର୍ମ୍ପକ ରଖିଥିଲା । ଏହା ଜାଣି ପୁଅ ସେହି ଯୁବକ ଓ ତାର ଅନ୍ୟ କିଛି ବନ୍ଧୁଙ୍କ ନିକଟକୁ ଝିଅର ନଗ୍ନ ଫଟୋ ଛାଡିଦେଇଥିଲା । ଫଳରେ ଝିଅ ଘର ପକ୍ଷ ଉତକ୍ଷିତ୍ତ ହୋଇ ପୁଅ ପରିବାର ଉପରେ ଆକ୍ରମଣ କରିଥିଲେ । ପରେ ଯୁବକ ତାଙ୍କ ଘରେ ପଶି ମାରପିଟ ହୋଇଥିବା ଜାଣି ଝିଅ ଘରକୁ ଯାଇ ଝିଅ ଓ ତାର ମାକୁ ମାଡମାରିଥିଲା । ଏନେଇ ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଥିଲେ । ଉଭୟଙ୍କ ଅଭିଯୋଗ କ୍ରମେ ପୁଲିସ ୨ଟି ମାମଲା ରୁଜ୍ଜୁ କରିବା ସହ ରଣଜିତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.