Home ଜିଲ୍ଲା ପରିକ୍ରମା ଜିଲ୍ଲାରେ ଯୋଗଦେଲେ ଜିଲ୍ଲା ଆୟୁର୍ବେଦ ମେଡ଼ିକାଲ ଅଫିସର

ଜିଲ୍ଲାରେ ଯୋଗଦେଲେ ଜିଲ୍ଲା ଆୟୁର୍ବେଦ ମେଡ଼ିକାଲ ଅଫିସର

251

ଯାଜପୁର୯ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ଲାଗି ପାଣିକୋଇଲି ପଂଚାୟତ ଅଫିସ ଠାରେ ଅସ୍ଥାୟୀ ଭାବେ ଖୋଲା ଯାଇଥିବା ଆୟୁବୈଦ ମେଡ଼ିକାଲର ଜୋନାଲ ଅଫିସରେ ଡ଼ାକ୍ତର ରାମଚନ୍ଦ୍ର ରଥ ନିୟମିତ ଭାବେ ଯୋଗଦେଇଛନ୍ତି । ସୁଚନାଯୋଗ୍ୟ-କଟକ ଜିଲ୍ଲା ଆୟୁର୍ବେଦିକ ମେଡ଼ିକାଲର ଜୋନାଲ ଅଫିସ କଟକ,କେନ୍ଦ୍ରାପଡ଼ା ଓ ଯାଜପୁରକୁ ନେଇ କାର୍ଯ୍ୟକରୁଥିବା ବେଳେ ରାଜ୍ୟ ସରକାର ଗତ ୨୦୧୮ ମସିହାରେ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାକୁ ନେଇ ପାଣିକୋଇଲି ଠାରେ ଜିଲ୍ଲା ଜୋନାଲ କାର୍ଯ୍ୟାଳୟ ଖୋଲିବା ଲାଗି ନିଷ୍ପତି ନେଲେ ।

 

ସରକାରଙ୍କ ନିଷ୍ପର୍ତ୍ତି ଅନୁଯାୟୀ ପାଣିକୋଇଲି ପଂଚାୟତ କାର୍ଯ୍ୟାଳୟ ଠାରେ ଏହା କାର୍ଯ୍ୟକ୍ଷମ ହେବା ପରେ ଇନଚାର୍ଯ ଭାବେ ଡ଼ାକ୍ତର ସତ୍ୟବ୍ରତ ପ୍ରଧାନ ଓ ପରେ ଡ଼ାକ୍ତର ବଂଶୀଧର ମହାପାତ୍ର କାର୍ଯ୍ୟରେ ଯୋଗଦେଇଥିଲେ । ତେବେ ଚଳିତ ମାସ ୬ ତାରିଖ ଦିନ ବ୍ରହ୍ମପୁରଠାରେ ମେଡ଼ିକାଲ ଅଫିସର ଥିବା ଡ଼ାକ୍ତର ରଥ ପଦୋନ୍ନତି ପାଇ ଜିଲ୍ଲାରେ ନିୟମିତ ଜୋନାଲ ମେଡ଼ିକାଲ ଅଫିସର ଭାବେ ଯୋଗ ଦେଇଛନ୍ତି । ଏଥି ନିମନ୍ତେ ଜୋନାଲ କାର୍ଯ୍ୟାଳୟ ଠାରେ ଏକ ସ୍ୱାଗତ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ରାଜ୍ୟ ସରକାରୀ ଆୟୁବେଦିକ ଡ଼ାକ୍ତର ଆସୋସିଏସନର ସଭାପତି ଡ଼ାକ୍ତର ଦୟାନିଥି ଦ୍ୱିବେଦୀ,ସମ୍ପାଦକ ଡ଼ାକ୍ତର ସଂଜୟ କୁମାର ମଲ୍ଲିକ ଓ କୋଷାଧ୍ୟକ୍ଷ ଡ଼ାକ୍ତର ସତ୍ୟ ନାୟକ ଯୋଗଦେଇ ନୁତନ ଜିଲ୍ଲା ମୁଖ୍ୟଙ୍କୂ ସ୍ୱାଗତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.