Home ଜିଲ୍ଲା ପରିକ୍ରମା ଜୱାଦ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପାଇଁ ବିଜେପିର ଦାବିପତ୍ର

ଜୱାଦ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପାଇଁ ବିଜେପିର ଦାବିପତ୍ର

34

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ‘ଜୱାଦ’ ଦ୍ୱାରା କ୍ଷତିଗ୍ରସ୍ତ ଖରିଫ ଧାନ ଚାଷୀ, ରବି ଓ ପନିପରିବା ଚାଷୀଙ୍କୁ ଉପଯୁକ୍ତ ଭାବେ ଚିହ୍ନଟ କରି ସହାୟତା ଦେବାକୁ ବିଜେପି ପକ୍ଷରୁ ଆଜି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଅମଳ ସମୟରେ ବାତ୍ୟାର ତାଣ୍ଡବ ଫସଲ ଉଜୁଡାଇ ଦେବା ସହ ଚାଷୀଙ୍କ ନିଦ ହଜାଇ ଦେଇଛି । କ୍ଷତିଗ୍ରସ୍ତ ଚାଷୀକୂଳ ଋଣ ପରିଶୋଧ କରିବାକୁ ଅକ୍ଷମ ହେବେ ଓ ବର୍ଷକ ଯାକ ପରିବାର ପ୍ରତିପୋଷଣ ପାଇଁ ମଧ୍ୟ ଅସମର୍ଥ ହେବେ । କ୍ଷତିଗ୍ରସ୍ତ ଚାଷୀମାନଙ୍କ ଜମିଜମାର ବାସ୍ତବ ଚିହ୍ନଟ କରି ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଭଣ୍ଡାରିପୋଖରୀ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । ଦଳୀୟ ନେତା ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ଗିରିଶ ସାମଲ, ମୁକୁନ୍ଦ ମଲ୍ଲିକ, ପ୍ରଫୁଲ୍ଲ ସାହୁ, ଅଜୟ ପାତ୍ର, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ପ୍ରକାଶ ମହାପାତ୍ର, ଶିବାନନ୍ଦ ସାହୁ, ମଦନ ସାହୁ, ରବି ଦେଓ ପ୍ରମୁଖ ତହସିଲଦାର ସରୋଜକାନ୍ତ ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.