Home କୋରାପୁଟ               ଜୟପୁର ସଦର ପୋଲିସ ଦ୍ୱାରା ୧ ୦୦୮ କିଲୋ ଗଞ୍ଜେଇ ଜବତ ଓ ୩...

              ଜୟପୁର ସଦର ପୋଲିସ ଦ୍ୱାରା ୧ ୦୦୮ କିଲୋ ଗଞ୍ଜେଇ ଜବତ ଓ ୩ ଗିରଫ

41

କୋରାପୁଟ ୦୬-୦୯(ଓଡିଆ ପୁଅ /ରଂଜନ ଦାସ) ଜୟପୁର ସଦର ପୋଲିସ ଦ୍ୱାରା ୧୦୦୮ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିବାବେଳେ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ଜଣକୁ ଗିରଫ କରାଯାଇଥିବା ଜୟପୁର ଏସଡିପିଓ ଅନୂପ ଅଭିଷେକ ବେହେରା ସୂଚନା ଦେଇଛନ୍ତି । ଲମତାପୁଟ ଆଡୁ ଜୟପୁରକୁ ଯାଉଥିବା ଏପି-୦୫ଭି ୯୭୯୨ ନମ୍ବର ଥିବା ଏକ ଏଇସର ଟ୍ରକରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଆଦିତ୍ୟ ମହାଙ୍କୁଡଙ୍କୁ ମିଳିଥିଲା । ସୂଚନାକୁ ଆଧାର କରି ଓଆଇସିଙ୍କ ନିର୍ଦ୍ଦେଶରେ ସବ-ଇନସପେକ୍ଟର ପି.କେ.ମହାନ୍ତି ଏବଂ ଅନ୍ୟ ପୁଲିସ କର୍ମଚାରୀ ଜବାକନାଡି ଛକରେ ଉକ୍ତ ଟ୍ରକକୁ ଅପେକ୍ଷା କରିଥିଲେ । ଟ୍ରକ ପହଂଚିବା ପରେ ଚେକିଂ କରି ସେଥିରୁ ୧୦୦୮ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲେ । ଘଟଣା ସ୍ଥଳରୁ ପୋଲିସ ଜଣକୁ  ଗିରଫ କରିଥିବାବେଳେ ପରେ ଅନ୍ୟ ୨ଜଣକୁ ଗିରଫ  କରିଥିଲା । ଗିରଫ ମାନଙ୍କ ମଧ୍ୟରେ  ମାଛକୁଣ୍ଡ ଥାନା ଜଲାପୁଟର ବସ ମାଲିକ ସୁରେଶ କୁମାର ବେନ୍ୟା, ମାଛକୁଣ୍ଡ ଥାନା କଂଟା ଗ୍ରାମର ସୁବାସ ଚନ୍ଦ୍ର ଓ ଜଲାପୁଟର ଏସ.ଭେଙ୍କେଟେଶ ସ୍ୱାମୀ ରହିଛନ୍ତି  ା ପୋଲିସ ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା, ୪ଟି ମୋବାଇଲ ଫୋନ,ଏକ ଟାଟା ଇଣ୍ଡିଗୋ କାର,ଏକ ମୋଟର ସାଇକଲ ଓ ଗଞ୍ଜେଇ  ନେଇ ଯାଉଥିବା ଟ୍ରକକୁ ଜବତ କରିଛି । ଜବତ ଗଞ୍ଜେଇର ମୂଲ୍ୟ ୧କୋଟି  ୫ ଲକ୍ଷ ଟଙ୍କା ହେବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.