Home ଓଡ଼ିଶା ଅଚଳ ନଳକୂପ ସାଙ୍ଗ କୁ ପାଇପ୍ ଜଳ ଯୋଗାଣ ଅନିୟମୀୟତା ଲୋକେ ହନ୍ତସନ୍ତ

ଅଚଳ ନଳକୂପ ସାଙ୍ଗ କୁ ପାଇପ୍ ଜଳ ଯୋଗାଣ ଅନିୟମୀୟତା ଲୋକେ ହନ୍ତସନ୍ତ

45

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୬/୦୯- ସରକାର ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଗାଁ ଗାଁ ରେ ଛୋଟ ଛୋଟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରିଛନ୍ତି । ଅପରପକ୍ଷେ ଗାଁ ଗାଁ ରେ ନଳକୂପ ଗୁଡିକ କୁ ବସୁଧା ଯୋଜନା ରେ ସାମିଲ୍ କରିଛନ୍ତି । କିନ୍ତୁ ଅନେକ ଜାଗା ରେ ଶୁଦ୍ଧ ପାନୀୟ ଜଳ ଯୋଗାଇ ବାରେ ବିଫଳ ହୋଇପଡୁଛନ୍ତି । ଯାହାଫଳ ରେ ଲୋକମାନେ ଖୋଲା କୂପ ଓ ପୋଖରୀ, ଝରଣା ଜଳ କୁ ପାନୀୟ ଜଳ ଭାବେ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି । ସେଭଳି ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଲୋଧାଚୁଆ ଗ୍ରାମ ପଞ୍ଚାୟତ ଅଡାଲ ଗ୍ରାମ ରେ । ଗ୍ରାମରେ ଥିବା ୩ ଗୋଟି ନଳକୂପ ଅଚଳ ହୋଇପଡିଛି । ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ କଲେ ମରାମତି କରୁଛନ୍ତି ହେଲେ ପୁଣି ଦୁଇ ତିନି ଦିନ ଭିତରେ ଅଚଳ ହୋଇପଡୁଛି । ମରାମତି କାର୍ଯ୍ୟ କେବଳ ଲୋକ ଦେଖାଣିଆ ବୋଲି ଅଭିଯୋଗ ହେଉଛି । ଅପରପକ୍ଷେ ପାଇପ୍ ଯୋଗେ ଜଳ ଯୋଗାଣ ରେ ଅନିୟମୀୟତା ଦେଖା ଦେଉଛି । ଦିନେ ଛଡା ଦିନେ ସକାଳୁ ଅଧଘଣ୍ଟା ରୁ ଘଣ୍ଟାଏ ପର୍ଯ୍ୟନ୍ତ ଜଣ ଯୋଗାଣ କରାଯାଉଛି । ଯାହାଦ୍ୱାରା କି ଲୋକମାନେ ସବୁଦିନ ସବୁ ସମୟରେ ପାନୀୟ ଜଳ ପାଇ ପାରୁନାହାଁନ୍ତି ।

ସରକାର ପ୍ରତିଘର କୁ ପାଇପ୍ ଯୋଗେ ଜଳ ଯୋଗାଣ ସଂଯୋଗ କରିବା ଯୋଜନା କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ । କେହି କେହି ଲୋକ ବ୍ୟକ୍ତିଗତ ଅର୍ଥ ଖର୍ଚ୍ଚ କରି ଚୋରା ରେ ପାଇପ୍ ଜଳ ଯୋଗାଣ ରୁ ନିଜ ଘର କୁ ସଂଯୋଗ କରିଛନ୍ତି । ଏ ସର୍ମ୍ପକେ ଲୋଧାଚୁଆ ସରପଞ୍ଚ ଜୟନ୍ତ କୁମାର ନାୟକ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ନଳକୂପ ମରାମତି ପାଇଁ ଅଭିଯୋଗ ଆସିଲେ ସଙ୍ଗେ ସଙ୍ଗେ ମରାମତି କରାଯାଉଛି ହେଲେ ପୁଣିଥରେ ଦିନେ ଦୁଇ ଦିନ ମଧ୍ୟରେ ନଳକୂପ ଗୁଡିକ ବହୁ ପୁରୁଣା ହୋଇଥିବାରୁ ଅଚଳ ହୋଇପଡୁଛି । ଏ ସର୍ମ୍ପକେ ରଣପୁର ବ୍ଲକ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ମହେନ୍ଦ୍ର ମହାପାତ୍ର ଙ୍କୁ ଯୋଗାଯୋଗ କରିବାରେ ପାଇପ୍ ଜଳ ଯୋଗାଣ ରେ ଅନିୟମୀୟତା କଥା କୁ ସ୍ୱୀକାର କରି ନିଜେ ଅଡାଲ ରେ ଥିବା ପାନୀୟ ଜଳ ପ୍ରକଳ୍ପ ର ବୋରିଂ ଠିକ୍ ଭାବେ ଆବଶ୍ୟକ ଅନୁଯାଇ ଜଳ ଯୋଗାଣ କରିପାରୁନାହିଁ । ଦ୍ୱିତୀୟ ବୋରିଂ କରିବା ପାଇଁ ପ୍ରସ୍ତାବ ଯାଇଛି । ଆଉ ନଳକୂପ ଗୁଡିକ କଣ ହୋଇଛି ମୁଁ ଅନୁଧ୍ୟାନ କରି ଦେଖୁଛି । ଲୋକମାନେ ଖୋଲା କୂପ ଜଳ ପାନୀୟ ଜଳ ରୂପେ ବ୍ୟବହାର କରି ଅନେକ ରୋଗ ର ଶୀକାର ହେଉଥିବା ଅଭିଯୋଗ ହେଉଛି । ବିଭାଗୀୟ ଜିଲ୍ଲା ଉଚ୍ଚଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.