Home ଓଡ଼ିଶା ଜିଲା ସ୍ତରୀୟ ଅକ୍ଷୟ ତୃତୀୟା ସମାରୋହ ଆୟୋଜିତ

ଜିଲା ସ୍ତରୀୟ ଅକ୍ଷୟ ତୃତୀୟା ସମାରୋହ ଆୟୋଜିତ

207

କୋରାପୁଟ ୦୭-୦୫ (ଓଡିଆ ପୁଅ /ରଂଜନ କୁମାର ଦାସ) ସେମିଲିଗୁଡା ସ୍ଥିତ ମିଶ୍ରିତକୃଷି ଫାର୍ମ ପରିସରରେ କୃଷି ବିଭାଗ ଓ ଆତ୍ମାର ମିଳିତ ଆନୁକୂଲ୍ୟରେ ଜିଲା ସ୍ତରୀୟ ଅକ୍ଷୟ ତୃତୀୟା ସମାରୋହ ତଥା କୃଷକ ଦିବସ ଆୟୋଜିତ ହୋଇଛି। ଜିଲା କୃଷି ଅଧିକାରୀ ସୁବ୍ରତ କୁମାର ରଥଙ୍କ ପୌରହିତ୍ୟରେ ଆୟୋଜିତ ସମାରୋହରେ ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅକ୍ଷିମୁଠିର ଶୁଭାରମ୍ଭ କରିଥିଲେ। ପାରମ୍ପରିକ ରିତିନୀତିରେ ପୂଜା କରା ଯାଇ ଜମିରେ ଅକ୍ଷିମୁଠି ବୁଣା ଯାଇଥିବାବେଳେ କୃଷି ଓ କୃଷକ ମାନଙ୍କ ଥିବା ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋଚନା କରା ଯାଇଥିଲା। ଏହି ଅବସରରେ କାର୍ଯ୍ୟକ୍ରମରେ ଉଦ୍ୟାନ ବିଭାଗ ଉପ-ନିର୍ଦ୍ଦେଶକ ଶଙ୍କର୍ଷଣ ରାଉତ, ଆତ୍ମାର ଉପ-ନିର୍ଦ୍ଦେଶକ ବୀରେନ୍ଦ୍ର ସିଂହ ବରିହା, ସଏଲ୍ କେମିଷ୍ଟ୍ ଭି.ଭି.ରେଡ୍ଡୀ, ଏଡିଆର ଖଗେଶ୍ୱର ପ୍ରଧାନ ପ୍ରମୁଖ ଯୋଗ ଦେଇ ଚାଷ ନିମନ୍ତେ ଥିବା ବିଭିନ୍ନ ଜ୍ଞାନ କୌଶଳ ଉପରେ ଆଲୋକପାତ କରିଥିଲେ।ମିଶ୍ରିତ ଫାର୍ମର ଅଧିକାରୀ ମହେଶ ପ୍ରସାଦ ପାଢୀ ଓ ସେମିଲିଗୁଡା ଏଏଓ ଶୁଭ୍ରଶ୍ରୀ ବନ୍ଦିତା ପ୍ରମୁଖ ଯୋଗଦେଇ ପରିଚାଳନା କରିଥିଲେ। ସମାରୋହରେ ଜିଲାର ବିଭିନ୍ନ ଅଂଚଳରୁ ଶତାଧିକ ଚାଷୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.