Home ଓଡ଼ିଶା ଭୁତ ଭୟରେ ଗ୍ରାମ ଛାଡିବା ଘଟଣା- ଡାକ୍ତର କୁହନ୍ତି ଭୁତଭୟ ନୁହେଁ ଲିଭର ସିରୋସିସ୍ ରେ...

ଭୁତ ଭୟରେ ଗ୍ରାମ ଛାଡିବା ଘଟଣା- ଡାକ୍ତର କୁହନ୍ତି ଭୁତଭୟ ନୁହେଁ ଲିଭର ସିରୋସିସ୍ ରେ ଆକ୍ରାନ୍ତ

330

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୮/୦୬-ନୟାଗଡ ଜିଲ୍ଲା ରଣପୁର ତହସିଲ୍ ଅନ୍ତର୍ଗତ ଦର୍ପନାରାୟଣପୁର ଗ୍ରାମ ପଂଚାୟତ ଗୁଣ୍ଡୁରାବାଡି ଗ୍ରାମବାସୀ ପ୍ରେତାତ୍ମା ଭୟରେ ଗ୍ରାମ ଛାଡିବା ଘଟଣା ଭିନ୍ନ ମୋଡ ନେଇଅଛି । ଗ୍ରାମର ବିବାହିତ ପୁରୁଷମାନେ ରକ୍ତବାନ୍ତି କରି ମୃତ୍ୟୁ ବରଣ କରୁଥିବା ଘଟଣାକୁ କାଳସୀ ଓ ଗୁଣିଆମାନେ ପ୍ରେତାତ୍ମା ପ୍ରଭାବରେ ହେଉଥିବା କଥାକୁ ଗ୍ରାମବାସୀମାନେ ଅନ୍ଧ ବିଶ୍ୱାସରେ ବିଶ୍ୱାସ କରୁଛନ୍ତି ।

କିନ୍ତୁ ଏ ସମ୍ପର୍କେ ରାଜସୁନାଖଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ବୈଦ୍ୟନାଥ ନନ୍ଦଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ରକ୍ତବାନ୍ତି ହେବା ଘଟଣା ପ୍ରେତାତ୍ମା ପ୍ରଭାବରେ ନୁହେଁ ଲିଭର ସିରୋସିସ୍ ରୋଗ ଯୋଗୁଁ ରକ୍ତବାନ୍ତି ହୋଇଥାଏ । ସେହି ଗ୍ରାମର ଜଳ ନମୁନା ସଂଗ୍ରହ ଓ ପାରିପାଶ୍ୱର୍ିକ ପରିସ୍ଥିତିକୁ ଅନୁଧ୍ୟାନ କଲେ ପ୍ରକୃତ ରହସ୍ୟ ପଦାକୁ ଆସିବ । ରଣପୁର ତହସିଲ୍‌ଦାର ସଂଜୟ କୁମାର ସାମନ୍ତରାୟଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେ ଗୁଣ୍ଡୁରାବାଡି ଗ୍ରାମବାସୀ ଗ୍ରାମ ଛାଡିବା ଘଟଣା ଆର.ଆଇ ମାଧ୍ୟମରେ ଅନୁଧ୍ୟାନ କରାଯାଉଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.