Home ଜିଲ୍ଲା ପରିକ୍ରମା ଜୋନାଲସ୍ତରୀୟ ଫରେଷ୍ଟ ସ୍ପୋର୍ଟ୍ସ ମିଟରେ ମାଲକାନଗିରି ବନବିଭାଗ ହାସଲ କଲା ୫ଟି ସ୍ୱର୍ଣ୍ଣ,୧୨ଟି ରୌପ୍ୟ ଓ...

ଜୋନାଲସ୍ତରୀୟ ଫରେଷ୍ଟ ସ୍ପୋର୍ଟ୍ସ ମିଟରେ ମାଲକାନଗିରି ବନବିଭାଗ ହାସଲ କଲା ୫ଟି ସ୍ୱର୍ଣ୍ଣ,୧୨ଟି ରୌପ୍ୟ ଓ ୧୦ଟି ବ୍ରୋଚଂ ପଦକ

71

ମାଲକାନଗିରି,୧୩ ।୧(ଓଡିଆ ପୁଅ ) ଭବାନୀପାଟଣା ରିଜର୍ଭ ପୁଲିସ ପଡିଆଠାରେ ଆୟୋଜିତ ଜୋନାଲ ସ୍ପୋର୍ଟ୍ସ ୨୦୨୦ ରେ ଆଦିବାସୀ ଅଧ୍ୟୁଷିତ ମାଲକନଗିରି ଜିଲ୍ଲାବନବିଭାଗ ସଫଳତା ହାସଲ କରି ୫ଟିସ୍ୱର୍ଣ୍ଣ,୧୨ଟି ରୌପ୍ୟ,୧୦ଟି ବ୍ରୋଚଂ ପଦକ ହାସଲକରିଛନ୍ତି । ଏହି କ୍ରୀଡା ପ୍ରତିଯୋଗୀତାରେ ଜୋନାଲସ୍ତର ବନବିଭାଗର ପ୍ରାୟ୧୨ଟି ଡିଭିଜନର ୫୦୦ରୁ ଉର୍ଦ୍ଦ ଅଫିସର,କର୍ମାଚାରୀ ମାନେ ଭାଗନେଇଥିଲେ । ସେମାନଙ୍କ ମଧ୍ୟରେ ମାଲକାନଗିରି ବନଖଣ୍ଡୀୟଅଧିକାରୀ ପ୍ରଦୀପ ଦେବଦାସ ମିରଶେ,ଏସିଏଫଓ ଶ୍ରୀକାନ୍ତନାୟକଙ୍କ ନେତୃତ୍ୱରେ ରେଜଂର,ବନପାଳ,ବନରକ୍ଷୀ ମୋଟ୨୨ଜଣ ଏହି କ୍ରୀଡା ପ୍ରତି ଯୋଗୀତାରେ ଭାଗନେଇ ସଫଳତାର ସହିତ କ୍ରୀଡାପ୍ରଦର୍ଶନ କରିଛନ୍ତି । ବିଶେଷ କରି ମହିଳାବିଭାଗର ମାଥିଲି ରେଜଂର ବନରକ୍ଷୀ ସୁଜାତା ବୈରାଗୀ ୩ଟି ସ୍ୱର୍ଣ୍ଣ,୧ଟି ରୌପ୍ୟ,୧ଟି ବ୍ରୋଚଂ ପଦକ ପାଇଥିବା ବେଳେ କାଲିମେଳା ରେଜଂର ବନରକ୍ଷୀ ଅନିତା ନାୟକ ୧ଟି ସ୍ୱଣ୍ଣ ର୍,୧ଟି ରୌପ୍ୟ ଓ ବାଲିମେଳା ରେଜଂଅଫିସର ସୁଶାନ୍ତ ଦଳେଇ ୧ଟି ସ୍ୱାର୍ଣ୍ଣ,୩ଟି ରୌପ୍ୟ, ଏବଂ ମାଲକାନଗିରି ଏସିଏଫଓ ଶ୍ରୀକାନ୍ତ ନାୟକ ୧ଟି ରୌପ୍ୟ,୧ଟି ବ୍ରୋଚଂ ପଦକ ପାଇଛନ୍ତି । ଜୋନାଲସ୍ତର ଫ୍ଲାଗମାର୍ଚ ରେ ମାଲକାନଗିରି ବନବିଭାଗ ପ୍ରଥମସ୍ଥାନ ହାସଲକରି ବୀଜୟୀ ସିଲ୍ଡ ପାଇଛନ୍ତି । ଏହି କ୍ରୀଡାପ୍ରତି ଯୋଗୀତାରେ ୨୫କିଲୋମିଟର ମାରାଥନ ରେସ,୧୦୦ମିଟର ଦୌଡ,ସଟ୍ ଫୁଟ,ଜେଭିବଲ,ଲଙ୍ଗଜମ୍ପ,ଡିସକସ ଥ୍ରୋ,ଚେସ,କେମ,ବ୍ୟାଡମିଟଂନ,ଆଦି ପ୍ରତିଯୋଗୀତା ଅନୁଷ୍ଟିତ ହୋଇଥିଲା । ଏହି ସ୍ପୋର୍ଟ୍ସ ମିଟରେ ମୁଖ୍ୟଅତିଥି ଭାବେ ଆଚଂଳିକ ମୁଖ୍ୟ ବନସଂରକ୍ଷକ ଅଭିରାମ ନାୟକ,ସମ୍ମାନିତ ଅତିଥି ଭାବେ ସିଆରପିଏଫ କାମାଣ୍ଡେଟଂ ବିପ୍ଳବ ସରକାର ଓ ଅନ୍ୟାନ ଡିଏଫଓ ମାନେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ ।

 

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.