Home ଜିଲ୍ଲା ପରିକ୍ରମା ଜାତୀୟ ଯୁବଦିବସ ପାଳିତ,ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ପରାମର୍ଶ

ଜାତୀୟ ଯୁବଦିବସ ପାଳିତ,ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ପରାମର୍ଶ

98

ମାଲକାନଗିରି,୧୩ ।୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ବିଭିନ୍ନ ଶିକ୍ଷାଅନୁଷ୍ଠାନ,କ୍ଲବ,ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କରେ ସ୍ୱାମୀ ବିବେକାନନ୍ଦ ଙ୍କ ଜୟନ୍ତୀ ଓ ଜାତୀୟ ଯୁବଦିବସ ପାଳିତ ହୋଇ ଯାଇଛି ।ବିଶେଷ କରି ଶିଖପାଲି ଶିକ୍ଷାସର୍କଲ ଏମଭି୧୬ଗ୍ରାମରେ ଥିବା ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସାଧନା ରାଣୀ ମଣ୍ଡଳ ଙ୍କ ଅଧ୍ୟକ୍ଷତାରେ ଜାତୀୟ ଯୁବଦିବସ ପାଳିତ ହୋଇଯାଇଛି । ଏହି ଅବସରେ କୋରକୁଣ୍ଡା ବ୍ଲକ ତଣ୍ଡାପାଲି ପଚାଂୟତ ଆଚଂଳିକ ସାଧନ କେନ୍ଦ୍ର ସଂଯୋଜକ ଅରବିନ୍ଦଜେନା,ବିଦ୍ୟାଳୟ କମିଟି ସଭାପତି ଉଦ୍ଧବ ଚୌଧୁରୀ, ଗ୍ରାମସଭ୍ୟ ଅଖିଳ ମଣ୍ଡଳ,ଶିକ୍ଷୟତ୍ରୀ ରଜିଂତା ଦାଶ,କଲ୍ୟାଣୀ ସାହୁ,ସଜୁଂକ୍ତା ପ୍ରଧାନ,ବନିତା ସ୍ୱାଇଁ ଯୋଗଦେଇ ଜାତୀୟ ଯୁବଦିବସ ର ତାତ୍ପର୍ଯ୍ୟ ସଂପର୍କରେ ସୁଚନା ଦେବାସହ ସ୍ୱାମି ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସ୍ୱାମୀବିବେକା ନନ୍ଦ ଙ୍କ ସଂପର୍କରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ବକୃତା ଓ ପ୍ରବନ୍ଧ ପ୍ରତିଯୋଗତୀ ରେ କୃତିତ୍ୱ ହାସଲକରିଥିବା  ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.