Home Top News ଜେଏନୟୁ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ଉଦବୋଧନ : ସାର୍ବଭୌମିକତା ଏବଂ ମାନବବାଦ ଭାରତୀୟ ବିଚାରର ଅବିଚ୍ଛେଦ୍ୟ...

ଜେଏନୟୁ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ଉଦବୋଧନ : ସାର୍ବଭୌମିକତା ଏବଂ ମାନବବାଦ ଭାରତୀୟ ବିଚାରର ଅବିଚ୍ଛେଦ୍ୟ ଅଙ୍ଗ – ରାଷ୍ଟ୍ରପତି

76

୨୨ ଶହ ବର୍ଷ ପୂର୍ବ କଳିଙ୍ଗ ଯୁଦ୍ଧ, ପ୍ରଶାସନିକ ଢାଞ୍ଚା, ନିର୍ଣ୍ଣୟ ପ୍ରକ୍ରିୟା ନିଶ୍ଚିତ ଭାବେ ଆଜିର ଦିନରେ ଗବେଷଣାର ବିଷୟ – ଧର୍ମେନ୍ଦ୍ର ପ୍ରଧାନ

– ଜେଏନୟୁ ବିଶ୍ୱବିଦ୍ୟାଳୟରେ କଳିଙ୍ଗ ଯୁଦ୍ଧରେ ଓଡ଼ିଆ ଲୋକଙ୍କ ଏକତା କଥା କହିଲେ କେନ୍ଦ୍ରମନ୍ତ୍ରୀ
– ଭାରତ ଗଣତନ୍ତ୍ରର ଜନନୀ ଏବଂ ଜେଏନୟୁ ଏହି ଗଣତନ୍ତ୍ରକୁ ପରୀକ୍ଷା କରିବାର ଏକ ସ୍ଥାନ
– ସମାଜର ପଛୁଆବର୍ଗରୁ ସଶକ୍ତିକରଣର ଶୀର୍ଷକୁ ଆସିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗବେଷଣାର ପ୍ରସଙ୍ଗ
– ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଜୀବନ ଓ ସଂଘର୍ଷ ଉପରେ ଅନୁସନ୍ଧାନ ପାଇଁ ଜେଏନୟୁର ଗବେଷକଙ୍କୁ ଆହ୍ୱାନ
– ବିବିଧତା, ସମ୍ବେଦନଶୀଳତା, ସମାବେଶୀ ଦୃଷ୍ଟିକୋଣ, ସମତାଯୁକ୍ତ ବାତାବରଣ ସହ ସବୁବର୍ଗର ପିଲାଙ୍କ ପାଇଁ ସୁଯୋଗ ଦେଉଛି ଜେଏନୟୁ କ୍ୟାମ୍ପସ
– ଓଡ଼ିଶାର କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ କରି ଦୁର୍ଗମ ଅଞ୍ଚଳରୁ ଅନେକ ପିଲାମାନେ ଜେଏନୟୁରେ ଅଧ୍ୟୟନ କରୁଛନ୍ତି
– ଜେଏନୟୁ ଛାତ୍ରଛାତ୍ରୀଙ୍କୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ଦେବା ସହ ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ମାପକାଠୀ ହୋଇଛି
– ସମାବର୍ତ୍ତନ ଉତ୍ସବରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ପିଏଚଡି ଓ ମେଡାଲ ଗ୍ରହଣ କରିବା ନାରୀ ସଶକ୍ତିକରଣର ଉଦାହରଣ

ନୂଆଦିଲ୍ଲୀ/ଭୁବନେଶ୍ୱର, ୧୦ ମାର୍ଚ୍ଚ (ଓଡ଼ିଆ ପୁଅ) – ସାର୍ବଭୌମିକତା ଏବଂ ମାନବବାଦ ଭାରତୀୟ ବିଚାରର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ରହିଆସିଛି। ଏଥିପାଇଁ ଆମେ ଭାରତର ବିଚାରକୁ ନେଇ ଗର୍ବ କରିବା ଦରକାର ବୋଲି ଶୁକ୍ରବାର ଦେଶର ଲବ୍ଧପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଜେଏନୟୁର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ କହିଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ।

ସେହିପରି ଏହି ସମାରୋହରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଜେଏନୟୁରେ କନଫ୍ଲିକ୍ଟ ମ୍ୟାନେଜମେଣ୍ଟ ପଢାଯାଉଛି। ମଗଧ ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧ ପରେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ। ସେତେବେଳେ କଳିଙ୍ଗରେ ରାଜା ନଥିଲେ। ଜନପ୍ରତିନିଧିଙ୍କ ସମୂହ ବସି ସବୁ ନିର୍ଣ୍ଣୟ ନେଉଥିଲେ। ଯୁଦ୍ଧରେ ଲକ୍ଷେ ଓଡିଆଙ୍କ ଜୀବନ ଯାଇଥିଲା। ଓଡିଆ ଭାବରେ ଏହି ଯୁଦ୍ଧରେ ଓଡିଆ ଜାତିର ପରାଜୟ ନୁହେଁ ବରଂ ବିଜୟର ଅଦମ୍ୟ ସାହାସକୁ ଦୁନିଆ ଅନୁଭବ କରିଛି। ୨୨ ଶହ ବର୍ଷ ପୂର୍ବ କଳିଙ୍ଗ ଯୁଦ୍ଧ, ପ୍ରଶାସନିକ ଢାଞ୍ଚା, ନିର୍ଣ୍ଣୟ ପକ୍ରିୟା ନିଶ୍ଚିତ ଭାବେ ଆଜି ଦିନରେ ଗବେଷଣାର ବିଷୟ। ଭାରତ ବିଶ୍ୱର ପୁରାତନ ଗଣତନ୍ତ୍ର ସହ ଗଣତନ୍ତ୍ରର ଜନନୀ ମଧ୍ୟ ଏବଂ ଜେଏନୟୁ ଏହି ଗଣତନ୍ତ୍ରକୁ ପରୀକ୍ଷା କରିବାର ଏକ ସ୍ଥାନ।

ଓଡିଶାର ଅଖ୍ୟାତ ଜନଜାତି ଅଞ୍ଚଳର ମହିଳା ହୋଇ ମଧ୍ୟ ଭାରତୀୟ ଗଣତନ୍ତ୍ରରେ ସର୍ବୋଚ୍ଚ ଆସନରେ ବସିବା ଭଳି ସଶକ୍ତ ହେବା ବୋଧହୁଏ ବିଶ୍ୱରେ ବିରଳ। ସ୍ୱାଧୀନତାର ୭୫ ବର୍ଷ ପରେ ଆମେ ଅମୃତକାଳରେ ପହଁଞ୍ଚିଚେ। ଏହି ପ୍ରସଙ୍ଗ ମଧ୍ୟ ଗବେଷଣାର ପ୍ରସଙ୍ଗ। ସମାଜର ସବୁଠୁ ପଛୁଆ ବର୍ଗରୁ ଆସି ସଶକ୍ତିକରଣର ଶୀର୍ଷରେ ପହଞ୍ଚିଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଜୀବନ ଓ ସଂଘର୍ଷ ଉପରେ ଅନୁସନ୍ଧାନ ପାଇଁ ଜେଏନୟୁର ଗବେଷକଙ୍କୁ ଆହ୍ୱାନ କରିଛନ୍ତି ଶ୍ରୀ ପ୍ରଧାନ।

ଭାରତ ସବୁଠାରୁ ପୁରୁଣା ଗଣତନ୍ତ୍ର ନୁହେଁ ବରଂ ଗଣତନ୍ତ୍ରର ଜନନୀ। ମାଗନାକାର୍ଟାରୁ ଗଣତନ୍ତ୍ରର ଜନ୍ମବୋଲି ବିଶ୍ୱକୁ କୁହାଯାଉଛି। ମାତ୍ର ମାଗନାକାର୍ଟାର ଶହଶହ ବର୍ଷ ପୂର୍ବରୁ ତାମିଲନାଡୁର ତାଞ୍ଜିରରେ ପଞ୍ଚାୟତର ଜନପ୍ରିତିନିଧି ବ୍ୟବସ୍ଥା କେମିତି ଚାଲେ ତା’ର ଶୀଳାଲେଖ ଆଜି ବି ଉପଲବ୍ଧ।

ପିଏଚଡି ଉପାଧି ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଡିଗ୍ରୀ କେବଳ ସେହି ଛାତ୍ରଛାତ୍ରୀ ମାନଙ୍କର ନୁହେଁ। ସେମାନେ ସମାଜ ଓ ଦେଶର ସମ୍ପତ୍ତି। ଗଣତନ୍ତ୍ରରେ ଅଧିକାର ଜାହିର କରିବାର ଆବଶ୍ୟକତା ଅଛି। ମାତ୍ର ଦାୟିତ୍ୱ ନେବା ଲୋକ ହିଁ ସମାଜରେ ପରିବର୍ତ୍ତନ ଆଣି ପାରିବ। ଏହି ଛାତ୍ରଛାତ୍ରୀ ମାନଙ୍କୁ ଦାୟିତ୍ୱ ନେବାକୁ ସେ ଆହ୍ୱାନ ଜଣାଇଛନ୍ତି।

ଜେଏନୟୁ କ୍ୟାମ୍ପସକୁ ଦେଶର ଜ୍ଞାନର କେନ୍ଦ୍ର ଭାବରେ ବର୍ଣ୍ଣନା କରିବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତ ନିଜର ଭୌତିକ ସମ୍ପଦ ପାଇଁ ନୁହେଁ ବରଂ ଜ୍ଞାନ ପାଇଁ ବିଶ୍ୱର ସ୍ୱୀକୃତି ପାଇଥିଲା। ଗଣିତ ହେଉ ଅବା ସାହିତ୍ୟ ହେଉ ଦେଶର ଜ୍ଞାନ ହିଁ ବିଶ୍ୱକୁ ପ୍ରଭାବିତ କରୁଥିଲା। ଓଡ଼ିଶାର କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ କରି ଦୁର୍ଗମ ଅଞ୍ଚଳରୁ ଅନେକ ପିଲାମାନେ ଜେଏନୟୁରେ ଅଧ୍ୟୟନ କରୁଛନ୍ତି, ଜେଏନୟୁ ଛାତ୍ରଛାତ୍ରୀଙ୍କୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ଦେବା ସହ ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ମାପକାଠୀ ହୋଇଛି। ସମାବର୍ତ୍ତନ ଉତ୍ସବରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ପିଏଚଡି ଓ ମେଡାଲ ଗ୍ରହଣ କରିବା ନାରୀ ସଶକ୍ତିକରଣର ଉଦାହରଣ।

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଜୀବନ ଓ ସଂଘର୍ଷ ଉପରେ ଅନୁସନ୍ଧାନ ପାଇଁ ଜେଏନୟୁର ଗବେଷକଙ୍କୁ ଆହ୍ୱାନ ଜେଏନୟୁ କ୍ୟାମ୍ପସକୁ ବିବିଧତା, ସମ୍ବେଦନଶୀଳତା, ସମାବେଶୀ ଦୃଷ୍ଟିକୋଣ, ସମତାଯୁକ୍ତ ବାତାବରଣ ସହ ସବୁବର୍ଗର ପିଲାଙ୍କ ପାଇଁ ସୁଯୋଗ ଦେଉଥିବା କ୍ୟାମ୍ପସ ଭାବରେ ବର୍ଣ୍ଣନା କରିଥିଲେ କେନ୍ଦ୍ରମନ୍ତ୍ରୀ। ଜେଏନୟୁ କ୍ୟାମ୍ପସ ଭିନ୍ନମତ ଓ ବିତର୍କର କେନ୍ଦ୍ର ହେବାକୁ ସ୍ୱାଗତ କରିବା ସହ ଏହା ଭାରତୀୟ ଗଣତନ୍ତ୍ରର ଶକ୍ତି ବୋଲି କହିଥିଲେ। ଭାରତର ଲୋକ ଚରିତ୍ରରେ ପ୍ରଜାତନ୍ତ୍ର ଅଛି ଓ ଏହା ଜେଏନୟୁ କ୍ୟାମ୍ପସରେ ପ୍ରତିଫଳିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.