Home ଓଡ଼ିଶା ଜେଏନ୍‌ୟୁ ଛାତ୍ରଛାତ୍ରୀ ଏବଂ ପ୍ରଧ୍ୟାପକଙ୍କ ଉପରେ ଆକ୍ରମଣକୁ ଏଓବିଏସଓ ଛାତ୍ରସଂଘ ଦୃଢ ନିନ୍ଦା କରିବା ସହ...

ଜେଏନ୍‌ୟୁ ଛାତ୍ରଛାତ୍ରୀ ଏବଂ ପ୍ରଧ୍ୟାପକଙ୍କ ଉପରେ ଆକ୍ରମଣକୁ ଏଓବିଏସଓ ଛାତ୍ରସଂଘ ଦୃଢ ନିନ୍ଦା କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ମହମବତୀ ଶୋଭାଯାତ୍ରା

140

ଭୁବନେଶ୍ୱର ୬-୧ (ଓଡ଼ିଆ ପୁଅ) ଆଜି ତା୦୬.୦୧.୨୦୨୦ରିଖ ସନ୍ଧ୍ୟାରେ ଅଲ୍ ଓଡିଶା ବିପିୟୁଟି ଷ୍ଟୁଡେଣ୍ଟ୍ସ ଅର୍ଗାନାଇଜେସନ୍ (ଏଓବିଏସ୍‌ଓ) ଛାତ୍ରସଂଘ ତରଫରୁ ଜେଏନ୍‌ୟୁ ଛାତ୍ରଛାତ୍ରୀ ଓ ପ୍ରଧ୍ୟାପକଙ୍କ ଉପରେ ଆକ୍ରମଣକୁ ଦୃଢନିନ୍ଦା କରିବା ସହ ଦୋଶୀଙ୍କ ବିରୋଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଭୁବନେଶ୍ୱର ସ୍ଥିତ ରାଜମହଲ ଛକ ଠାରେ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଏହି ଶୋଭାଯାତ୍ରାରେ ସଂଘର ପ୍ରତିଷ୍ଠାତା ତଥା ଯୁବ ବିଜେଡି ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅମରେଶ ପତ୍ରୀଙ୍କ ତତ୍ୱାବଧାନରେ ଉପପ୍ରତିଷ୍ଠାତା ତାରିଣୀ ପ୍ରସାଦ ନାୟକ ଓ ବାସୁଦେବ ସାଙ୍କ ନେତୃତ୍ୱରେ ଉପଦେଷ୍ଟା ଆଲୋକ କୁମାର ବେହେରା, ଅମୀୟ ରଞ୍ଜନ ଦାସ, କିଶୋର ବେହେରା, ଅନନ୍ତ ନାରାୟଣ ଜେନା, ପବନ ସ୍ୱାଇଁ, ଅଜୟ କୁମାର, ଆଚାର୍ଯ୍ୟ ରକି ପ୍ରିୟଦର୍ଶନ, ଚନ୍ମୟ ଦାସ, ହିରକ୍‌ଜ୍ୟୋତି ରାୟ, ଶପ୍ତାଦ୍ଧି ମିଲନ୍ ବେଉରା, ଜ୍ଞାନଜିତ୍ ଦାସ, ସୋମ୍ୟରଞ୍ଜନ ସାମଲ, ସମ୍ବିତ ପରିଡା, ସ୍ୱଦେଶ କୁମାର ନାୟକ, ରାଜେଶ ରୋଶନ ବେହେରା, ସୁବ୍ରମନ୍ୟୁ ବାରିକ, ପାର୍ଥ ସାହୁ, ସୌରଭ, ପ୍ରସାଦ, ଆରିଫ୍ ଆଦି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.