Home କଳାହାଣ୍ଡି ଜୁନାଗଡ ସମବାୟ ବେଙ୍କ ରେ ସାମାଜିକ ଦୁରତା ପ୍ରତି ଗୁରୁତ୍ୱ ଦିଆଯାଉନାହିଁ

ଜୁନାଗଡ ସମବାୟ ବେଙ୍କ ରେ ସାମାଜିକ ଦୁରତା ପ୍ରତି ଗୁରୁତ୍ୱ ଦିଆଯାଉନାହିଁ

93

କଳାହାଣ୍ଡି – ୨୮.୦୬.୨୦୨୦ ( ଓଡିଆପୁଅ) ସାଂପ୍ରତିକ ଲକଡାଉନ ସ୍ଥିତିରେ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଜୁନାଗଡସ୍ଥିତ ସମବାୟ ବେଙ୍କରେ ଏହାକୁ ଅଣୁଦେଖା କରାଯାଉଥିବା ଦେଖାଯାଉଛି । ଧାନ ଅମଳ ହେବାପରେ ମଣ୍ଡିରେ ଧାନ ବିକି ସାରିବା ପରେ ଚାଷୀର ଜମା ଖାତାରେ ଧାନର ମୂଲ୍ୟ ପଇଠ ହେବାପରେ ଟଙ୍କା ଉଠାଣ ପାଇଁ ସମବାୟ ବେଙ୍କରେ ଚାଷୀଙ୍କ ଭିଡ ହେଉଥିବାର କୁହାଯାଉଛି । ଜୁନାଗଡ ପ୍ରାଥମିକ କୃଷି ସମବାୟ ସମିତି ପରିସରରେ ଥିବା ପୁରୁଣା କୋଠାରେ ବିସିସି ବେଙ୍କର ଜୁନାଗଡ ଶାଖା ପରିଚାଲିତ ହେଉଥିବା ବେଳେ ଗ୍ରାହକ ମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ନଥିବା ଏବଂ ଟଙ୍କା ଉଠାଣ ପାଇଁ ବିଲମ୍ବ ହେଉଥିବା ଦୃଷ୍ଟିରୁ ଏଭଲି ଭିଡ ହେଉଥିବା ପରିଲକ୍ଷିତ ହେଉଛି । ଗ୍ରାହକ ମାନେ ମଧ୍ୟ ସାମାଜିକ ଦୂରତା ଅବଲମ୍ବନ କରୁନଥିବା କିମ୍ବା ମାସ୍କ ବ୍ୟବହାର କରୁନଥିବା ଦେଖାଯାଉଛି । ଏପରିକି ଏଠାରେ କାର୍ଯ୍ୟରତ କର୍ମଚାରୀମାନେ ନିକଟସ୍ଥ ଦୋକାନ ବଜାରକୁ ପିଅନକୁ ସାଙ୍ଗରେ ନେଇ ଯାଉଥିବା ବେଳେ ମଧ୍ୟ ମାସ୍କ ବ୍ୟବହାର କରୁନଥିବା କିମ୍ବା ସାମାଜିକ ଦୂରତା ଅବଲମ୍ବନ କରୁନଥିବା ଦେଖାଯାଉଛି । ଜୁନାଗଡ ସହର କଳାହାଣ୍ଡି ଜିଲ୍ଲା ର ପ୍ରମୂଖ୍ୟ ବାଣିଜ୍ୟସ୍ଥଳ ହୋଇଥିବା କାରଣରୁ ବେଙ୍କ ମାନଙ୍କରେ ପ୍ରାୟତଃ ଭିଡ ରହୁଥିବା ବେଳେ ବେଙ୍କ କର୍ତୃପକ୍ଷ ସାଂପ୍ରତିକ ସ୍ଥିତିରେ ସାମାଜିକ ଦୂରତା ପ୍ରତି କୌଣସି ଗୁରୁତ୍ୱ ଦେଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ବେଙ୍କ ମାନଙ୍କରେ ମାସ୍କ ବ୍ୟବହାର ଓ ହାତ ଧୋଇବା ସାଙ୍ଗକୁ ସାମାଜିକ ଦୂରତ୍ୱ ପ୍ରତି ଜନସଚେତନତା ସୃଷ୍ଟି କରାଯିବା ପାଇଁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.