Home ଓଡ଼ିଶା ଜୁନାଗଡ କଲେଜ ଛାତ୍ରୀ ଗଣଦୁର୍ଷ୍କମ ପ୍ରସଙ୍ଗ : ଜୁନାଗଡ ଗଣଦୁର୍ଷ୍କମ ଘଟଣାକୁ ଚପେଇଦେବାକୁ ଚାଲିଛି ବଡ...

ଜୁନାଗଡ କଲେଜ ଛାତ୍ରୀ ଗଣଦୁର୍ଷ୍କମ ପ୍ରସଙ୍ଗ : ଜୁନାଗଡ ଗଣଦୁର୍ଷ୍କମ ଘଟଣାକୁ ଚପେଇଦେବାକୁ ଚାଲିଛି ବଡ ଷଡଯନ୍ତ୍ର :ବିଜେପି

600

– ଗଣଦୁର୍ଷ୍କମ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରହିଛି ସଂପୃକ୍ତି
– ମୁଖ୍ୟ ଅଭିଯୁକ୍ତକୁ ରାଜ ସାକ୍ଷୀ କରି ଜିଲ୍ଲା ଏସପି ଖସେଇ ଦେବାର ଯୋଜନା କରିଥିଲେ
– ତଥ୍ୟ ପ୍ରମାଣକୁ ଗୁରୁତର ସହ ନେଇ ପୋଲିସ ତଦନ୍ତ କରୁ
– ଗଣଦୁର୍ଷ୍କମ ଘଟଣା ଦିନ ମୁଖ୍ୟ ଅଭିଯୁକ୍ତ ଲଳିନ୍ଦ୍ର ଶବରର କାହା ସହ କଥା ହୋଇଥିଲା ତାହାର କଲ୍ ରେକର୍ଡକୁ ଯାଂଚ କରାଯାଉ
– ଘଟଣାକୁ ରଫାଦଫା କରିବା ପାଇଁ ଶାସକ ଦଳ ନେତା ସ୍ଥାନୀୟ ଥାନାକୁ ଯାଇ ପୋଲିସ ଉପରେ ଚାପ ପକାଇଥିଲେ
– ଜୀବନ ପ୍ରତି ବିପଦ ଥିବାରୁ ପୀଡିତାକୁ ପୋଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଉ

ଭୁବନେଶ୍ୱର, ୨୯/୦୯ (ଓଡ଼ିଆ ପୁଅ) : ଶାସକ ଦଳ ଚାପରେ ଜୁନାଗଡ ଗଣଦୁର୍ଷ୍କମ ଘଟଣାକୁ ଚପେଇଦେବା ଲାଗି ଚାଲିଛି ବଡ ଷଡଯନ୍ତ୍ର। ଏହି ଘଟଣାରେ ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ କଳାହାଣ୍ଡି ଜିଲ୍ଲା ସଭାପତି ପ୍ରଭୋଦ ରଥଙ୍କ ସଂପୃକ୍ତି ରହିଛି। ଶାସକ ଦଳର ଇଙ୍ଗିତରେ ପ୍ରଥମେ ଜିଲ୍ଲା ଏସପି ମୁଖ୍ୟ ଅଭିଯୁକ୍ତକୁ ରାଜସାକ୍ଷୀ କରି ଖସେଇ ଦେବାର ଯୋଜନା କରିଥିଲେ। ଏବେ ପୀଡିତା କହିବା ପରେ ମୁଖ୍ୟ ଅଭିଯୁକ୍ତ ଲଳିନ୍ଦ୍ର ଶବରକୁ ଗିରଫ କରାଯାଇଛି। ଏବେ ଶାସକ ଦଳର ନିର୍ଦ୍ଦେଶରେ ପୋଲିସ ଘଟଣାକୁ ଗୁରୁତର ସହ ନନେଇ କେସକୁ ରଫାଦଫା କରିବା ପାଇଁ ଯୋଜନା କରୁଛି ବୋଲି ରାଜ୍ୟ ବିଜେପି ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ଡ.ସାମନ୍ତସିଂହାର କହିଛନ୍ତି ଯେ, ଏହି ଗଣଦୁର୍ଷ୍କମ ଘଟଣା ପରେ ମୁଖ୍ୟ ଅଭିଯୁକ୍ତ କଳାହାଣ୍ଡି ବିଜେଡି ଜିଲ୍ଲା ସଭାପତି ପ୍ରଭୋଦ ରଥ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଫୋନ୍ କରିଛି। ଅନ୍ୟପକ୍ଷରେ ପୀଡିତା କିପରି ଲଳିନ୍ଦ୍ର ଶବରକୁ ଚିହ୍ନିଲା ଏବଂ ଘଟଣା ଦିନ କିପରି ମୁଖ୍ୟ ଅଭିଯୁକ୍ତ ଏ ଅଭାବନୀୟ କାଣ୍ଡ ଘଟାଇବା ପାଇଁ ଷଡଯନ୍ତ୍ର ରଚିଥିଲା ତାହାର ବି ତଦନ୍ତ ହେବା ଆବଶ୍ୟକ। ଘଟଣା ଘଟିବା ପୂର୍ବରୁ ଏବଂ ପରେ ମୁଖ୍ୟ ଅଭିଯୁକ୍ତ କାହା ସାଙ୍ଗେ କଥା ହୋଇଛି ତା’ର ମୋବାଇଲ କଲ ରେକର୍ଡକୁ ପୋଲିସ ଯାଂଚ କରିବା ଦରକାର।

ସେହିପରି ଚଳିତ ମାସ ୨୭ ତାରିଖ ଦିନ ବିଜେଡି ଏ ଘଟଣା ସଂର୍ପକରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବରୁ ସ୍ଥାନୀୟ ଥାନାକୁ ଯାଇ ପୋଲିସ ଉପରେ ରାଜନୈତିକ ଚାପ ପକାଇଥିଲା। ଜିଲ୍ଲା ସଭାପତି ପ୍ରଭୋଦ ରଥ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବ୍ୟକ୍ତିିଗତ ସଚିବ ଦିନେଶ ଭର୍ଗତି ଓ ସଂର୍ପକୀୟ ଭଣଜା ସୁଧୀର ବେହେରା ଘଟଣାକୁ ରଫାଦଫା କରିବା ପାଇଁ ଆଇଆଇସିଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ। ସେମାନେ ପୋଲିସ ସହ କେଉଁ ସମ୍ବନ୍ଧରେ ଆଲୋଚନା କରୁଥିଲେ ପୋଲିସ ତାହା ସ୍ପଷ୍ଟ କରିବା ଦରକାର। ଏଥି ସହ ଥାନାରେ ଲାଗିଥିବା ସିଟିଭିକୁଯାଂଚ କରି ଘଟଣାର ସତ୍ୟାସତ୍ୟକୁ ଲୋକଲୋଚନକୁ ଅଣାଯାଉ ବୋଲି ଡ. ସାମନ୍ତସିଂହାର ଦାବି କରିଛନ୍ତି।

ଏହି ଗଣଦୁର୍ଷ୍କମ ଘଟଣାରେ ଶାସକ ଦଳ ସଂପୃକ୍ତି ଥିବାରୁ ମୁଖ୍ୟମନ୍ତ୍ରୀ ଏ ଘଟଣାରେ ହସ୍ତକ୍ଷେପ କରି ପୀଡିତାକୁ ତୁରନ୍ତ ନ୍ୟାୟ ଦିଅନ୍ତୁ। ଅନ୍ୟପଟେ ପୀଡିତାର ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ପୋଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଡ. ସାମନ୍ତସିଂହାର ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.