Home କଳାହାଣ୍ଡି ଜୁନାଗଡ କପା ବ୍ୟବସାୟୀଙ୍କ ଠାରୁ ଲୁଟ ଓ ହତ୍ୟା ଘଟଣାର ପର୍ଦ୍ଦାଫାଶ, ଚାରି ଦୁର୍ଦ୍ଦାନ୍ତ ଅଭିଯୁକ୍ତ...

ଜୁନାଗଡ କପା ବ୍ୟବସାୟୀଙ୍କ ଠାରୁ ଲୁଟ ଓ ହତ୍ୟା ଘଟଣାର ପର୍ଦ୍ଦାଫାଶ, ଚାରି ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଗିରଫ, ତଦନ୍ତ ଜାରି

444

କଳାହାଣ୍ଡି- ତା.୦୬.୦୨.୨୦୨୦ (ଓଡିଆପୁଅ) କଳାହାଣ୍ଡି ଜିଲା ଜୁନାଗଡ ଥାନା ଅନ୍ତର୍ଗତ ତେନ୍ତୁଲି ପଡା ଛକ ଠାରେ ଗତ ମାସରେ ହୋଇଥିବା ଛଅ ଲକ୍ଷ ଟଙ୍କା ଲୁଟ ଓ ହତ୍ୟା ଘଟଣାରେ ପୋଲିସ ଚାରି ଜଣ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଗିରଫ କରି ଗୁରବାର କୋର୍ଟ ଚାଲାଣ କରିଛି । ଜୁନାଗଡ ଥାନା କେଶ ନଂ.୧୫ ତା.୦୯.୦୧.୨୦୨୦ ଆଇପିସି ଧାରା ୩୯୬/୩୦୭/୪୧୨/୪୧୪/୧୨୦-ବି/ ସହିତ ଆର୍ମସ ଆକ୍ଟ ୨୫/୨୭ ଅନୁସାରେ କେଶ ରୁଜ୍ଜୁ ହୋଇଥିବା ଜଣାପଡିଛି । ଗୁରବାର ଜୁନାଗଡ ଥାନା ପରିସରରେ କଳାହାଣ୍ଡି ପୋଲିସ ଅଧିକ୍ଷକ ବାତୁଲା ଗଙ୍ଗାଧର ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇ ଏହି ଘଟଣାରେ ଛଅ ଜଣ ମୂଖ୍ୟ ଅଭିଯୁକ୍ତ ଦ୍ୱାରା ଲୁଟ ଓ ହତ୍ୟା ଘଟଣା ଘଟିଥିବା ବେଳେ ସେମାନଙ୍କୁ ଅନ୍ୟମାନେ ସହେଯାଗ କରିଥିବା ସୂଚନା ଦେଇଥିଲେ । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଉମା ଶଙ୍କର ମାଝୀ (୨୭) ପି. ଅନୁର ମାଝୀ ଗ୍ରାମ- ଖର୍ଲାବେଡା ମାଝୀପଡା, ରାଜିନ ଓରଫ ରାଜେନ୍ଦ୍ର ମାଝି (୨୬) ପି. ମଦନ ମାଝି ଗ୍ରାମ- ଅମ୍ବାଦୋଲା ହି. ରାୟଗଡା, ଲଖିଧର ନାଏକ (୨୮) ପି. ଘାସିରାମ ନାଏକ ଗ୍ରାମ- ତେନ୍ତୁଲିଖୁଂଟି ଏବଂ ସମାରୁ ସାହୁ (୨୫) ପି. ଅଚୁ୍ୟତ ସାହୁ ଗ୍ରାମ- ସରାବାହାଲି ଥାନା- ମ.ରାମପୁର ହୋଇଥିବା ବେଳେ ଉମା ଶଙ୍କର ଓ ରାଜେନ୍ଦ୍ର ଙ୍କ ନାମରେ ଜୁନାଗଡ ଥାନା ଓ ଗୋଲାମୁଣ୍ଡା ଥାନାରେ ଅନେକ ଅପରାଧିକ ମାମଲା ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ । ଦୁହେଁ ଧର୍ମଗଡ ଜେଲରୁ ବାହାରିବାର ପନ୍ଦର ଦିନ ମଧ୍ୟରେ ଏଭଲି ଏକ ଜଘନ୍ୟ ଅପରାଧ ଘଟାଇଥିବା ଏସପି କହିଛନ୍ତି । ଏହି ଅଭିଯୁକ୍ତ ମାନଙ୍କ ପାଖରୁ ଏକ ଲକ୍ଷ ତିରିଶ ହଜାର ଟଙ୍କା ଏବଂ ବ୍ୟବହୃତ ହୋଇଥିବା ଓଡି ୦୮ ଜେ ୫୫୨୧ ନମ୍ବର ଆପାଚି ମଟର ସାଇକେଲ ଜବତ ହୋଇଥିବା କୁହାଯାଇଛି । ଏହି ଅଭିଯୁକ୍ତ ମାନଙ୍କ ସମେତ ଆହୁରି ଦୁଇଜଣ ମୂଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ସେମାନଙ୍କୁ ସହଯୋଗ କରିଥିବା ଏବଂ ଆଶ୍ରୟ ଦେଇଥିବା ଲୋକଙ୍କ ସଂପର୍କରେ ଅନୁସନ୍ଧାନ ଚାଲିଥିବା ଏସପି ଗଣମାଧ୍ୟମକୁ କହିଛନ୍ତି । ଏହି ଅପରାଧିମାନେ ସଂଘବଦ୍ଧ ଭାବେ ଯୋଜନା କରି ଏଭଲି ଅଭାବନୀୟ ଘଟଣା ଘଟାଇଥିବା ଜଣାପଡିଛି । କପା କିଣାବିକା କାରବାର ସଂପର୍କରେ ଜଣାପଡିବା ପରେ ରାଜିନ ଉକ୍ତ ଅପରାଧି ମାନଙ୍କୁ ସବୁ ପ୍ରକାର ତଥ୍ୟ ଯୋଗଉଥିବା ସହିତ ଘଟଣା ଦିନ ଟଙ୍କା ଉଠାଣ କରିବା ଠାରୁ କପା ବେପାରୀ ବାପ ପୁଅ ଭବାନୀପାଟଣା ଠାରୁ ଘରକୁ ଫରିବା ସମୟରେ ବନମାଳିପୁର ଛକ ଠାରୁ ସେମାନଙ୍କ ଗତିବିଧି ଲକ୍ଷ କରି ଯୋଗାଯୋଗ କରୁଥିବାର ଏବଂ ଘଟଣା ସ୍ଥଳରେ ତିନିଜଣ ଅପେକ୍ଷା କରି ଲୁଟମାର କରିଥିବା ଅଭିଯୁକ୍ତ ମାନଙ୍କ ସୂତ୍ରରୁ ଜଣାପଡିଥିବା ପୋଲିସ କହିଛି । ଘଟଣା ସ୍ଥଲରେ ଅପେକ୍ଷା କରିଥିବା ଅପରାଧି ମାନେ ଟଙ୍କା ନେଇ ଫେରୁଥିବା ବାପ-ପୁଅକୁ ମାରଣାନ୍ତକ ଆକ୍ରମଣ କରି ଛଅ ଲକ୍ଷ ଟଙ୍କା ଛଡାଇ ନେଇ ଫେରାର ହୋଇଯାଇଥିଲେ । ଅନ୍ୟ ପକ୍ଷରେ ଗୁରୁତର ବାପା ଓ ପୁଅ ଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରିବା ପରେ ଭବାନୀପାଟଣା ଜିଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ପୁଅ ବଳଭଦ୍ରର ମୃତୁ୍ୟ ହୋଇଯାଇଥିଲା । ଘଟଣା ସଂପର୍କରେ କଳାହାଣ୍ଡି ଏସପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜୁନାଗଡ ଓଆଇସି ଉତମ କୁମାର ସାହୁ ତଦନ୍ତ କରୁଥିବା ବେଳେ ମୁକ୍ତକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ସାଇବର ସେଲ ସହଯୋଗ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.