Home ଜିଲ୍ଲା ପରିକ୍ରମା ସାମ୍ବାଦିକ ଙ୍କୁ ପୁଲିସ ସବଇନିସପେକ୍ଟର ଙ୍କ ଦୁବ୍ୟ ର୍ବହାର ବିରୋଧରେ ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ...

ସାମ୍ବାଦିକ ଙ୍କୁ ପୁଲିସ ସବଇନିସପେକ୍ଟର ଙ୍କ ଦୁବ୍ୟ ର୍ବହାର ବିରୋଧରେ ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକ ମାନଙ୍କ ଧାରଣା

234

ମାଲକାନଗିରି,୬ା୨(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ର ଜଣେ କର୍ତବ୍ୟରତ ସାମ୍ବାଦିକଙ୍କୁ ପୁଲିସ ସବଇନିସପେକ୍ଟର ମାଡ ମାରିବା ସହ ଦୁବ୍ୟ ର୍ବହାର କରିବା ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ପାଇଁ ଦାବିକରି ଆଜି ସକାଳେ ଜିଲ୍ଲାର ଶତାଧିକ ସାମ୍ବାଦିକ ମାନେ ଏକତ୍ରିତ ହୋଇ ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଗତ କାଲିରାତ୍ରରେ ଖଇରପୁଟ ଠାରେ ଚାଲିଥିବା ମା ଦାମଲଦେଇ ଙ୍କ ଯାତ୍ରା ଦେଖିବାକୁ କଳିଙ୍ଗଟିଭିର ଜିଲ୍ଲାପ୍ରତିନିଧି ପ୍ରସାଦ ନାୟକ ନିଜର ପରିବାର ସହିତ ସେଠାକୁ ଯାଇଥିଲେ । ସେଠାରେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିବା ପି.ଏସ.ସାଙ୍ଗନା ନାମକ ଜଣେ ପୁଲିସ ସବଇନିସପେକ୍ଟର କୌଣସି କାରଣ ନଥାଇ ସାମ୍ବାଦିକ ଶ୍ରୀନାୟକ ଙ୍କ କଲର ଟାଣି ଧକିଆ ଓ ମାଡ ମାରିଥିଲେ, ଶ୍ରୀ ନାୟକ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଓଲଟି ଧମକଚମକ ଦେଇ ଗାଳିଗୁଲଜ କରିଥିଲେ । ଏ ସଂପର୍କରେ ଗତ କାଲିରାତ୍ରରେ ଶ୍ରୀ ନାୟକ ଏସପିଙ୍କୁ ଜଣାଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଜିଲ୍ଲାର ସଦର ମହକୁମା ସହ ୭ଟି ବ୍ଲକର ଶତାଧିକ ସାମ୍ବାଦିକ ମାନେ ଏକତ୍ରିତ ହୋଇ ନ୍ୟାୟପାଇଁ ମାଲକାନଗିରି ଏସପି ଙ୍କ କାର୍ଯ୍ୟାାଳୟ ମୁଖ୍ୟଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ । ଏ ସଂପର୍କରେ ଏସପି ଜାଣିବା ପରେ କିଛି ସାମ୍ବାଦିକ ଙ୍କୁ ନିଜ କୋଠରୀକୁ ଡାକି ଗତକାଲି ରାତ୍ରରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଏସଡିପିଓ ପହଁଚି ସଂପୃକ୍ତ ଏସଆଇ ମଦ୍ୟପାନକରି ଏପରି କରିଥାଇପାରନ୍ତି ସନ୍ଦେହରେ ତାଙ୍କୁ ଡାକ୍ତରି ମାଇନା କରାଯାଇ ତୁରନ୍ତ ସେଠାରୁ ତାଙ୍କୁ ଜିଲ୍ଲାସଦର ମହକୁମାକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣାର ତଦନ୍ତପାଇଁ ସହକାରୀ ଏସପି ଉଦ୍ଧବଚରଣ ନାୟକଙ୍କୁ ଖଇରପୁଟ କୁ ପଠାଯାଇଛି,ତଦନ୍ତ ପରେ ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ସାମ୍ବାଦିକ ମାନଙ୍କୁ ପ୍ରତିସୃତି ଦେଇଥିଲେ ।ଦୁଇଦିନ ବିତି ଯାଇଥିଲେ ମଧ୍ୟ ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କୈଣସି ପଦକ୍ଷେପ ନିଆଯାଇ ପାରିଲା ନାହିଁ ତେଣୁ ଏସପି ଙ୍କ ପ୍ରତିସୃତୀରେ ସାମ୍ବାଦିକ ମାନେ ସନ୍ତୁଷ୍ଠ ନହୋଇ ପୁଣି ଥିରେ ଧାରଣରେ ବସି ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଧାରଣା ଜାରି ରହିବ, ଉପଯୁକ୍ତ ନ୍ୟାୟ ନ ମିଳିଲେ ଜିଲ୍ଲାର ଗଣ ପବ ର୍ ମାଲ୍ୟବନ୍ତ ମହୋତ୍ସବକୁ ବର୍ଜନ କରାଯିବ ବୋଲି ଏକ ସ୍ମାରକପତ୍ର ଏସପି ରିଶିକେଶ ଡି ଖିଲାରୀ ଓ ଜିଲ୍ଲାପାଳ ମୀନଷଅଗ୍ରଓ୍ୟାଲ ଙ୍କୁ ସାମ୍ବାଦିକ ମାନେ ଦେଇଛନ୍ତି । ଆଜି ସନ୍ଧ୍ୟା୭ଟା ପରେ ପୁଣିଥିରେ ଏସପି ଶ୍ରୀ ଖିଲାରୀ ସାମ୍ବାଦିକ ମାନଙ୍କ ସହିତ ଆଲୋଚନା କରିଥିଲେ,ସଂପୃକ୍ତ ପୁଲିସ ଅଧିକାରୀ ଙ୍କୁ ଅନ୍ୟତ୍ର ବଦଳିକରାଯିବା ସହ ତାଙ୍କ ନାମରେ କେସ ରୁଜୁକରା ଯାଇଛି ବୋଲି ପ୍ରତିସୃତୀ ଦେବାପରେ ସାମ୍ବାଦିକ ମାନେ ଧାରଣା ପ୍ରତ୍ୟାହାର କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.