Home ଜିଲ୍ଲା ପରିକ୍ରମା ଜୀବନର ସର୍ବଶ୍ରେଷ୍ଠ ଦୁର୍ଲଭ ଅନୁଭବ ହେଉଛି ପ୍ରେମ, ପ୍ରେମପୃଥିବୀର ବଂଧୁମିଳନ ଓ ପ୍ରେମ ପଖାଳ ମହୋତ୍ସବ

ଜୀବନର ସର୍ବଶ୍ରେଷ୍ଠ ଦୁର୍ଲଭ ଅନୁଭବ ହେଉଛି ପ୍ରେମ, ପ୍ରେମପୃଥିବୀର ବଂଧୁମିଳନ ଓ ପ୍ରେମ ପଖାଳ ମହୋତ୍ସବ

12

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜ୍ଞାନ ଅପେକ୍ଷା ପ୍ରେମ ବଡ଼ । ପ୍ରେମ ସରେ ନାହିଁ କି ମରେ ନାହିଁ, ମଣିଷର ଜୀବନ ସହିତ ତା’ର ହୃଦୟ କନ୍ଦରରେ ପ୍ରେମରେ ମହମହ ଫଲ୍‌ଗୁ ଧାରଟିଏ ଅବିରତ ପ୍ରବାହିତ ହେଉଥାଏ । ପ୍ରେମ ହିଁ ଜୀବନର ସର୍ବଶ୍ରେଷ୍ଠ ବିରଳ ଓ ଦୁର୍ଲଭ ଅନୁଭବ ବୋଲି ଆଖଣ୍ଡଳମଣି ଛକସ୍ଥିତ ପ୍ରେମନଗର ପରିସରରେ ପ୍ରେମପୃଥିବୀ ପତ୍ରିକା ତରଫରୁ ଅନୁଷ୍ଠିତ ବଂଧୁମିଳନ ଓ ପ୍ରେମ ପଖାଳ ମହୋତ୍ସବରେ ମତ ପ୍ରକାଶ ପାଇଛି । ଗାଳ୍ପିକ ପବିତ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାରସ୍ୱତ ସମାରୋହରେ ବରେଣ୍ୟ ଅତିଥି ଭାବେ ଅଧ୍ୟାପକ ବିଶ୍ୱରଂଜନ, କବି ନିରାକାର ଦାସ ଓ ଗୋଲାପ ମଞ୍ଜରୀ କର ଯୋଗଦେଇଥିଲେ । ପ୍ରେମପୃଥିବୀର ସଂପାଦକ କୈଳାଶ ଚନ୍ଦ୍ର ପଣ୍ଡା ସମସ୍ତଙ୍କୁ ସ୍ୱାଗତ କରିବା ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ସମାରୋହରେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରେମମୟ ପରମପୁରୁଷ, ଦେବଦାସ ଛୋଟରାୟଙ୍କୁ ପ୍ରେମ ପୁରୁଷ ଓ ସରୋଜିନୀ ସାହୁଙ୍କୁ ପ୍ରେମ ପ୍ରକୃତି ଭଳି ସମ୍ମାନ ଜନକ ସମ୍ମାନ ଅର୍ପଣ କରାଯାଇଥିଲା । ମଧୁସୂଦନ ଦାଶ ଓ କମଳିନୀ ମଲ୍ଲିକଙ୍କୁ ପ୍ରେମପୃଥିବୀ କବିତା ଓ କଥା ସମ୍ମାନ ପ୍ରଦତ୍ତ ହୋଇଥିଲା ବେଳେ ବିକାଶ ଚନ୍ଦ୍ର ଦାଶ ଓ ଜ୍ୟୋତ୍ସ୍ନାପ୍ରଭା ଦାଶଙ୍କୁ ସୁଖିଦମ୍ପତ୍ତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ହରମୋହନ କୁଅଁର, ସୁଚିତ୍ରା ପାଣିଗ୍ରାହୀ, ବାଦଲ ମହାପାତ୍ର,ଡ଼. ମମତା ସାହୁ, ମୁକ୍ତିକାନ୍ତ ମହାପାତ୍ର ଓ ଚୈତାଳି ଖିଲାର ମାନପତ୍ର ପାଠ କରିଥିଲେ । ଏହି ଅବସରରେ ଅଶୋକ ନାୟକଙ୍କ କବିତା ପୁସ୍ତକ ‘ମୋ ଗାଁ, ମୋ ମା’, ଯୋଗେଶ ଦାସଙ୍କ କବିତା ସଂକଳନ ‘ସାଦା କାଗଜର ଧୁନ୍‌’ ଏବଂ ‘ସ୍ମୃତି ସୀତାକାନ୍ତ’ ସଂକଳନ ଉନ୍ମୋଚିତ ହୋଇଥିଲା । ସମ୍ମାନର ପ୍ରତ୍ୟୁତ୍ତରରେ ସମ୍ବର୍ଦ୍ଧିତ ପ୍ରତିଭାମାନେ ପ୍ରେମପୃଥିବୀର ଏହି ଆତ୍ମୀୟତାପୂର୍ଣ୍ଣ ଅପାରଂପରିକ ସାରସ୍ୱତ କାର୍ଯ୍ୟାକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ସଭାର ଶେଷ ସ୍ପର୍ଶ ଦେଇଥିଲେ ଅନ୍ତଯାମୀ ମହାରଣା । ପୂର୍ବାହ୍ନରେ ରମେଶ ଚନ୍ଦ୍ର ସ୍ୱାଇଁଙ୍କ ସଂଯୋଜନାରେ ପ୍ରେମ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଅମିତାଭ ପଣ୍ଡା, ସାମ୍ବାଦିକ ଅବିନାଶ ପଣ୍ଡା, ପତିତପାବନ ପାଣି, ଅନୁରାଧା ପଣ୍ଡା, ଅଶୋକ ନାୟକ, ଗୁରୁପ୍ରସାଦ ପଣ୍ଡା ଓ ବୈକୁଣ୍ଠ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.