Home ଜିଲ୍ଲା ପରିକ୍ରମା ଖୋଳାହେଉଥିବା ପୋଖରୀରୁ ଉଦ୍ଧାର ହେଲା ପ୍ରାଚୀନ କୃଷ୍ଣମୂର୍ତ୍ତି

ଖୋଳାହେଉଥିବା ପୋଖରୀରୁ ଉଦ୍ଧାର ହେଲା ପ୍ରାଚୀନ କୃଷ୍ଣମୂର୍ତ୍ତି

26

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଓଡଙ୍ଗ ମଲ୍ଲିକ ସାହୀର ନାରାୟଣ ପୁହାଣ ଓ ଭାଇ ମାନଙ୍କ ସ୍ଥିତିବାନ ଜମିରେ ଖୋଳା ହେଉଥିବା ଏକ ନୂଆ ପୋଖରୀରୁ ଏକ ପ୍ରାଚୀନ କୃଷ୍ଣମୂର୍ତ୍ତୀ ଉଦ୍ଧାର ହୋଇଥିବା ଏ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାଯୋଗ୍ୟ ଯେ ଗ୍ରାମର ନାରାୟଣ ପୁହାଣ, ଜଗନ୍ନାଥ ପୁହାଣ, ବଳରାମ ପୁହାଣ, ରଘୁନାଥ ପୁହାଣ ଓ ଲୋକନାଥ ପୁହାଣ ନିଜ ଘେରାବାଡିରେ ଜେସିବି ଯୋଗେ ଏକ ନୂଆ ପୋଖରୀ ଖୋଳୁଥିଲେ । ପୋଖରୀର ୯ଫୁଟ ତଳେ ଆଜି ମାଟି ଖୋଳାଯାଉଥିବା ବେଳେ ସକାଳ ପ୍ରାୟ ୧୧.୩୦ ମିନିଟ୍ ସମୟରେ ମେସିନ୍‌ର ଚାଳକ ଏକ ବିରାଟ ପଥର ଥିବା ଦେଖି ଉପସ୍ଥିତ ଲୋକମାନଙ୍କୁ ଜଣାଇଥିଲେ । ଜେସିବି ଚାଳକଙ୍କ ଠାରୁ ଏ ବିଷୟ ଶୁଣି ଉପସ୍ଥିତ ଲୋକମାନେ ପୋଖରୀ ଭିତରକୁ ପଶି ଅତ୍ୟନ୍ତ ସତର୍କତାର ସହ ମାଟି ଖୋଳି କଳା ମୁଗୁନି ପଥରରେ ନିର୍ମିତ ଉକ୍ତ ପ୍ରାଚୀନ କୃଷ୍ଣମୂର୍ତ୍ତୀକୁ ଉଦ୍ଧାର କରି ଉପରକୁ ଆଣିଥିଲେ । ଏହି ଖବର ଶୁଣି ଓଡଙ୍ଗ ସହ ଆଖପାଖ ଅଞ୍ଚଳର ଲୋକମାନେ ଉଦ୍ଧାର ହୋଇଥିବା ମୂର୍ତ୍ତୀକୁ ଦେଖିବାକୁ ଦେଖିବାକୁ ଜମାହୋଇଥିଲେ । ଉଦ୍ଧାର ହୋଇଥିବା ମୂର୍ତ୍ତୀକୁ ଗୃହକର୍ତ୍ତା ମାନେ ସଫା କରି ପୂଜାର୍ଚ୍ଚନା ଜାରୀ ରଖିଥିଲା ବେଳେ ପୋଖରୀ ଖୋଳିବା କାର୍ଯ୍ୟ ବନ୍ଦ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.