Home ଜିଲ୍ଲା ପରିକ୍ରମା ଜିଲ୍ଲା ଶିଶୁ ମଙ୍ଗଳ ସମିତି ପକ୍ଷରୁ ଭ୍ରାମ୍ୟମାଣ ଅଦାଲତ,ଅନାଥ ଶିଶୁଙ୍କୁ ଥଇଥାନର ବ୍ୟବସ୍ଥା

ଜିଲ୍ଲା ଶିଶୁ ମଙ୍ଗଳ ସମିତି ପକ୍ଷରୁ ଭ୍ରାମ୍ୟମାଣ ଅଦାଲତ,ଅନାଥ ଶିଶୁଙ୍କୁ ଥଇଥାନର ବ୍ୟବସ୍ଥା

19

ମାଲକାନଗିରି,୧୫ା୧ (ଓଡିଆ ପୁଅ ) ଜିଲ୍ଲାରେ ଥିବା ବାପ ମା ଛେଉଣ୍ଡ ଅନାଥ ଶିଶୁ ମାନଙ୍କ ପୁନ୍ନଥଇଥାନ କରିବା ନିମନ୍ତେ ମାଲାକନଗିରି ଜିଲ୍ଲା ଶିଶୁ ମଙ୍ଗଳ ସମିତି ପକ୍ଷରୁ ବିଭିନ୍ନ ସ୍ଥାନରେ ଆଜି ଭ୍ରାମ୍ୟମାଣ ଅଦାଲତ ଅନୁଷ୍ଟିତ ହୋଇଯାଇଛି । ଆଜି ପାଙ୍ଗାମ ଠାରେ ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧ୍ୟ କ୍ଷ ଅଶୋକ କୁମାର ପଟନାୟକ ଙ୍କ ଅଧ୍ୟ କ୍ଷତାରେ ଏକ କ୍ୟାମ୍ପ କୋର୍ଟର ଆୟୋଜନ କରାଯାଇଥିଲା । ପୁବ ର୍ରୁ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୧,୮୭୦ଜଣ ବାପା ମା ଛେଉଣ୍ଡ ଅନାଥନ ଓ ଏକକ ଗରିବ ବାପା କିମ୍ବା ମା ଥିବା ଶିଶୁ ମାନଙ୍କ ମୁହଁରେ ହସଫୁଟାଇବା ପାଇଁ ଓଡିଶା ସରକାର ଓ ଡାଏଟ୍ରିକ ପ୍‌୍ରଶାସନ ପକ୍ଷରୁ ଶିଶୁମାନଙ୍କ ପୁନର୍ବାସ ସହିତ ସେମାନଙ୍କୁ ଥଇଥାନ କରି ଉପଯୁକ୍ତ ଯତ୍ନ ର ବ୍ୟବସ୍ଥା କରାଯାଉଛି ବୋଲି ଚେୟାର ମେନ କହିଥିଲେ । ଏହି ଶିବିରରେ ପ୍ରାୟ୨୫୦ଜଣ ଶିଶୁ ଓ ଅକ୍ଷମ ପିତା ମାତା ମାନେ ଯୋଗଦେଇ ସେମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଏହି ଅଦାଲତରେ ଶିଶୁ ମଙ୍ଗଳ ସମତିର ସଭ୍ୟ ଦିନବନ୍ଧୁ ଦାଶ, ରାମଗୋବିନ୍ଦ ପଣ୍ଡା,ସୁନାକର ପାଳ,ସଭ୍ୟା ଚୁମିକି ବେହେରା,ମାଥିଲି ସିଡିପିଓ ପ୍ରମୁଖ ଉପସ୍ଥିତି ଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.