Home ଜିଲ୍ଲା ପରିକ୍ରମା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ

41

ନୟାଗଡ଼ ୩ -୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେ ପାଞ୍ଚ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସମାଜ ଆନୁକୁଲ୍ୟ ତଥା ଉତ୍କଳ ସ୍ୱାଭିମାନ ମଞ୍ଚର ସହଯୋଗରେ ପ୍ରତିଷ୍ଠିତ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଉଚ୍ଚଶିକ୍ଷା ତଥା କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦାନ କରି ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ଜାତିର ପିତା ଗାନ୍ଧୀଙ୍କ ଦର୍ଶନ ଉପରେ ଉପସ୍ଥିତ ଶିକ୍ଷକ ମାନଙ୍କୁ ଉଦବୋଧନ ଦେଇଥିଲେ। ସମ୍ମାନୀତ ଅତିଥିଭାବେ ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ ଯୋଗଦାନ କରିଥିବା ବେଳେ ଅନ୍ୟତମ ଅତିଥିଭାବେ ଉତ୍କଳ ସ୍ୱାଭିମାନ ମଞ୍ଚ ରାଜ୍ୟ ସଭାପତି ରାଧାକାନ୍ତ ଦାଶ, ପୁରୀ ଶ୍ରୀମନ୍ଦିର ପୂର୍ବତନ ପ୍ରଶାସକ ପ୍ରସନ୍ନ କୁମାର ହୋତା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ବସନ୍ତ ନାୟକ, ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ନିଳାମ୍ବର ତ୍ରିପାଠୀ, ବରିଷ୍ଠ ସମାଜ ସେବୀ ପ୍ରମୋଦ କୁମାର ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଧାନୀ ବୃନ୍ଦାବନ ମହାପାତ୍ର, ଉତ୍କଳ ସ୍ୱାଭିମାନ ମଞ୍ଚ ସଦସ୍ୟ ଚଣ୍ଡେଶ୍ୱର ମହାପାତ୍ର, ବାସୁଦେବ ସାହୁ, ସତ୍ୟନାରାୟଣ ମିଶ୍ର ପ୍ରମୁଖ ଯୋଗଦାନ କରି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। କାର୍ଯ୍ୟାଳୟ ପରିସରରେ ପ୍ରତିଷ୍ଠା କରାଯାଇଥିବା ମହାତ୍ମା ଗାନ୍ଧୀ, ସୁବାସ ବୋଷ, ଉତ୍କଳ ଗୌରବ ମଧୁସୁଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାସ, ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କାର୍ଯ୍ୟକ୍ରମରେ ପ୍ରାଥମିକ ଶିକ୍ଷକ ସମାଜ ପକ୍ଷରୁ ଶେଖ ଅବଦୁଲ ଖାଲିକ, ଲକ୍ଷ୍ମୀଧର ସାହୁ, ସୁରେଶ ସେଠୀ, ଅଶୋକ ମଲ୍ଲ, ଉମେଶ ସ୍ୱାଇଁ, ରବିନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ଦାଶ ପ୍ରମୁଖ ମୁଖ୍ୟ ଭୂମିକା ତୁଲାଇଥିବା ବେଳେ ବିଭିନ୍ନ ବର୍ଗର ଶିକ୍ଷକମାନେ ସହଯୋଗ କରିଥିଲେ। କିଛି ନିର୍ଦ୍ଦିଷ୍ଟ ଭିନ୍ନ ମତବାଦୀ ଶିକ୍ଷକଙ୍କ ବିରୋଧ ସତ୍ୱେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ ସଂଖ୍ୟାରେ ପ୍ରାଥମିକରୁ ମାଧ୍ୟମିକସ୍ତରର ଶିକ୍ଷକମାନେ ଯୋଗଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.