Home ଜିଲ୍ଲା ପରିକ୍ରମା ଜିଲ୍ଲା ରୋଟାରୀ କ୍ଲବ ପକ୍ଷରୁ ଗରିବ ବୃଦ୍ଧ,ବୃଦ୍ଧାଙ୍କୁ କମ୍ବଳ ବଟଂନ

ଜିଲ୍ଲା ରୋଟାରୀ କ୍ଲବ ପକ୍ଷରୁ ଗରିବ ବୃଦ୍ଧ,ବୃଦ୍ଧାଙ୍କୁ କମ୍ବଳ ବଟଂନ

84

ମାଲକାନଗିରି,୧୨ ।୧୧ (ଓଡିଆ ପୁଅ )  ମାଲକାନଗିରି ଜିଲ୍ଲାରେ ଗତ ଦୁଇଦିନ ହେଲା ଶୀତର ପ୍ରଭାବ ଦେଖା ଦେଇଥିବାରୁ ଜିଲ୍ଲା ରୋଟାରୀ କ୍ଲବ ପକ୍ଷରୁ ଆଜି ପବିତ୍ର କାର୍ତିକପୁର୍ଣ୍ଣିମା  ଅବସରରେ ଶତାଧିକ ଗରିବ ବୃଦ୍ଦା ଓ ବୃଦ୍ଧଙ୍କୁ ଶିତବସ୍ତ୍ର ଓ କମ୍ବଳ ପ୍ରଦାନକରା ଯାଇଛି । ଜଗନ୍ନାଥ ମନ୍ଦିର,ହନୁମାନ ମନ୍ଦିର,ତଳସାହି ଶିବମନ୍ଦିର ସହିତ ଜିଲ୍ଲାସଦର ମହକୁମା ଠାରେ ଥିବା ବିଭିନ୍ନ ଦେବା ଦେବୀ ମନ୍ଦିର ପରିସରରେ ବସିଥିବା ଶତାଧିକ ଗରିବ ଭିକାରୀ ମାନଙ୍କୁ ରୋଟାରୀ କ୍ଲବ ପକ୍ଷରୁ କମ୍ବଳ ବଟାଂଯାଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ମାଲକାନଗିରି ରୋଟାରୀ କ୍ଲବର ସଭାପତି ରୋଟାରିଆନ ସୁରେନ୍ଦ୍ରକୁମାର ପାଢୀ ଙ୍କ ଅଧ୍ୟ କ୍ଷତାରେ ଆୟୋଜିତ ଆଧାତ୍ମିକ ସଭାରେ  ମୁଖ୍ୟଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ ଯୋଗଦେଇ ଗରିବଙ୍କୁ ଶୀତବସ୍ତ୍ର ଓ କମ୍ବଳ ବଟଂନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ରୋଟାରୀ କ୍ଲବର ପୁର୍ବତନ ସଭାପତି ଜି.ଶ୍ୟାମ ବାବୁ ଦୋରା, ରୋଟାରିଆନ ଜଗଦିଶ ତ୍ରୀପାଠୀ,ରୋଟାରିଆନ ସୁଚିତ କୁମାର ଦାସ,ରୋଟାରୀ କ୍ଲବର ସଭ୍ୟ,ଜିଲ୍ଲାସଦର ମହକୁମାର ଅନେକ ବୁଦ୍ଦିଜୀବୀ ଓ ବିଶିଷ୍ଟବ୍ୟକ୍ତି ମାନେ ଉପସ୍ଥିତ ରହି ଗରିବଙ୍କୁ କମ୍ବଳ  ବାଟିଂଥିଲେ  ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.