Home ଜିଲ୍ଲା ପରିକ୍ରମା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଗୋବିନ୍ଦ ଗୋଧାମ ଗୋଶାଳା ପରିଦର୍ଶନ

ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଗୋବିନ୍ଦ ଗୋଧାମ ଗୋଶାଳା ପରିଦର୍ଶନ

53

ପୁରୀ, ୦୮/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ଗୋବିନ୍ଦ ଗୋଧାମ ଗୋଶାଳା ପରିଦର୍ଶନରେ ଆସିଥିଲେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରସନ୍ନ କୁମାର ପୃଷ୍ଟି ଓ ଭେଟେନାରୀ ଡେପୁଟି ଡାଇରେକ୍ଟର ପ୍ରଶାନ୍ତ କୁମାର ସ୍ୱାଇଁ। ସେମାନେ ନିଜେ ଉପସ୍ଥିତ ରହି ଗୋମାତାଙ୍କ ରହିବା ପାଇଁ ସମସ୍ତ ପ୍ରକାର ସୁବିଧାର ଯାଞ୍ଚ କରିଥିଲେ ଏବଂ କିଛିଦିନ ପୂର୍ବରୁ ଦୁର୍ବୁତ୍ତ ମାନଙ୍କ ଦ୍ୱାରା ଚୋରାରେ ଚାଲାଣ କରାଯାଉଥିବା କିଛି ଗାଈ ଜବତ କରି ପୁରୀ ସଦର ଥାନା ଅଧିକାରୀ ଗୋଶାଳା ପଠାଇ ଥିଲେ। ସେ ଗାଈ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରଖି ଥିଲେ।ଯେପରି ସେମାନଙ୍କ ର କୌଣସି ଅସୁବିଧା ନ ହେବ ସେଥିପ୍ରତି ଧ୍ୟାନ ଦେବାପାଇଁ ଗୋଶାଳା କର୍ମଚାରୀ ମାନଙ୍କୁ ବୁଝାଇ ଥିଲେ। ଗାଈ ମାନଙ୍କ ରହିବା ସ୍ଥାନ ଓ ଏହାର ପରିଷ୍କାର ଓ ପରିଚ୍ଛନ୍ନତା ଉପରେ ଧ୍ୟାନ ଦେବାପାଇଁ ଉପଦେଶ ଦେଇଥିଲେ। ତାହା ସହିତ ଖାଦ୍ୟ ରହିବା ସ୍ଥାନ, ଜଳର ସୁ ବ୍ୟବସ୍ଥା, ଏବଂ କରେଣ୍ଟ ସଂଯୋଗ ର ସ୍ଥିତି ଯାଞ୍ଚ କରିଥିଲେ। ସେମାନେ ଯାଞ୍ଚ କରିସାରିବା ପରେ ପ୍ରାଣୀ ମାନଙ୍କ ରହିବା ସୁ ବ୍ୟବସ୍ଥା ଦେଖି ନିଜର ଖୁସି ପ୍ରକାଶ କରିଥିଲେ। ସେମାନଙ୍କ ଯାଞ୍ଚ ସମୟରେ ଗୋବିନ୍ଦ ଗୋଧାମ ଗୋଶାଳାର ପ୍ରତିଷ୍ଠାତା ଓ ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା, ମ୍ୟାନେଜର ଦିଲ୍ଲୀପ କୁମାର ମହାନ୍ତି, ହରପ୍ରସାଦ ମହାପାତ୍ର, କୈଳାଶ ଚନ୍ଦ୍ର ପଣ୍ଡା, ମନୋଜ କୁମାର ପଣ୍ଡା, ବିକାଶ କୁମାର ହୋତା, ସର୍ବେଶ୍ୱର ପଣ୍ଡା, ପୁରୁଷୋତ୍ତମ ପଣ୍ଡା, ଗଣେଶ୍ୱର ପଣ୍ଡା, ପିତାମ୍ବର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.