Home ଜିଲ୍ଲା ପରିକ୍ରମା ଜିଲ୍ଲା ମହୋତ୍ସବରେ ଅସ୍ଥାୟୀ ଆଇନ୍ ସେବା ପ୍ରଦର୍ଶନୀ କେନ୍ଦ୍ର ଉଦ୍‌ଘାଟିତ

ଜିଲ୍ଲା ମହୋତ୍ସବରେ ଅସ୍ଥାୟୀ ଆଇନ୍ ସେବା ପ୍ରଦର୍ଶନୀ କେନ୍ଦ୍ର ଉଦ୍‌ଘାଟିତ

212

ନୟାଗଡ଼, ୨୫ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ମହୋତ୍ସବ ପାଳନ ଅବସରରେ ନୟାଗଡ଼ ଜିଲ୍ଲା ଆଇନ୍‌ସେବା ପ୍ରାଧୀକରଣଙ୍କ ପକ୍ଷରୁ ଜିଲ୍ଲା ଜଜ୍ ଗୋପାଳଚନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ମହୋତ୍ସବ ପଡିଆରେ ପ୍ରଦର୍ଶନୀ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଜିଲ୍ଲାବାସୀ କିପରି ମାଗଣାରେ ଆଇନ୍‌ସେବା, ସାହାଯ୍ୟ ଓ ପରାମର୍ଶ ପାଇପାରିବେ ସେଥିପାଇଁ ପ୍ରାଧୀକରଣଙ୍କ ପକ୍ଷରୁ ଏକ ଷ୍ଟଲ ଖୋଲାଯାଇ ଲିଫ୍‌ଲେଟ୍‌, ପାମ୍ପଲେଟ୍‌, ବ୍ୟାନର ଓ ପ୍ରୋଜେକ୍ଟର ମାଧ୍ୟମରେ ଏହାର ବ୍ୟାପକ ସଚେତନତା ସୃଷ୍ଟି କରାଯାଇ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନରେ ଆଇନ୍‌ସେବା ପ୍ରାଧୀକରଣଙ୍କ ଭୂମିକା ସମ୍ପର୍କରେ ସଚେତନତା କରାଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ମାନସକୁମାର ପଣ୍ଡା, ମହିଳା ବିଚାରପତି ପ୍ରଜ୍ୟୋତି ରାଉତ, ସଚିବ ରଞ୍ଜୁଲତା ଲେଙ୍କା, ରେଜିଷ୍ଟାର ନରୋତ୍ତମ ସେଠୀ, ସବ୍‌ଜଜ୍ ମୁସାରତ୍ ଜାହିନ୍ ଏବଂ ଅନ୍ୟାନ୍ୟ ବିଚାର ବିଭାଗୀୟ ଅଧିକାରୀବୃନ୍ଦ ଯୋଗଦେଇ ଆଇନ୍ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। କୋର୍ଟ ମ୍ୟାନେଜର ସଂଗ୍ରାମ କେଶରୀ ଜେନା ଏବଂ ପ୍ରାଧୀକରଣଙ୍କ କର୍ମକର୍ତ୍ତା ଯୋଗଦେଇଥିବା ବେଳେ ଗ୍ରାମୀଣ ଆଇନ୍ ସଚେତନତା କର୍ମୀ ଦେବାଶୀଷ ପଟ୍ଟନାୟକ, ଲିପ୍‌ସା ଦାସ ପ୍ରମୁଖ ଷ୍ଟଲରେ ଉପସ୍ଥିତ ରହି ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ପ୍ରକାଶଥାଉ କି ଏହା ୨୪.୧୨ ରୁ ୨୮.୧୨.୨୦୧୯ ୫ଦିନ ଧରି ଉକ୍ତ ପ୍ରଦର୍ଶନୀ କେନ୍ଦ୍ର ଅନବରତ ଭାବେ ଜନସାରଣଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିବ ବୋଲି ପ୍ରାଧୀକରଣଙ୍କ ସଚିବ ରଞ୍ଜୁଲତା ଲେଙ୍କା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.