Home ଜିଲ୍ଲା ପରିକ୍ରମା ଜିଲ୍ଲା ନାଗରିକ କମିଟି ସଭାପତି ଙ୍କ ଶ୍ରଦ୍ଧାଜଂଳି ସଭା ଓ ଭଜନ ସମାରୋହ

ଜିଲ୍ଲା ନାଗରିକ କମିଟି ସଭାପତି ଙ୍କ ଶ୍ରଦ୍ଧାଜଂଳି ସଭା ଓ ଭଜନ ସମାରୋହ

113

ମାଲକାନଗିରି,୨୩ା୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାନାଗରିକ କମିଟି ସଭାପତି ବରିଷ୍ଠ ନାଗରିକ ସମାଜ ସେବି ସ୍ୱର୍ଗତ ଜି.ଆର.କେ ରାଓ ପଟନାୟକ ଙ୍କ ଶ୍ରଦ୍ଧାଜଂଳି ସମାରୋହ ଆଜି ସ୍ଥାନୀୟ ପାତ୍ରଗୁଡା ସାହି ର ଶ୍ରୀ ସାଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଟିତ ହୋଇ ଯାଇଛି । ସ୍ୱର୍ଗତ ପଟନାୟକ ଜଣେ ଅବସରପ୍ରାପ୍ତ ସରକାରି କର୍ମଚାରୀ ଥିଲେ । ତାଙ୍କର ଅବସର ପରେ ଜିଲ୍ଲାରେ ପ୍ରଥମ ଥରକରି ପ୍ରତିଷ୍ଠା ହୋଇଥିବା ଜିଲ୍ଲାନାଗରିକ କମିଟି ରେ ସଭାପତି ଭାବେ ମନୋନିତ ହୋଇ ଜିଲ୍ଲାବାସୀ ଓ ବରିଷ୍ଠ ନାଗରିକ ମାନଙ୍କ ସୁବିଧା ଅସୁବିଧାକଥା ବୁଝିବା ସହିତ ସରକାରୀ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ସମାଧନ କରୁଥିଲେ । ସେ ଗତ କିଛି ଦିନ ଧରି ହୃଦଘାତ ରୋଗରେ ପଡିତ ଥିଲେ,ତାଙ୍କର ଗତ ୨୮ତାରିଖ ଦିନ ଦେହାନ୍ତ ହୋଇଛି, ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଆଜି ସାଇ ମନ୍ଦିର ପରିସରେ ଶ୍ରଦ୍ଧାଜଂଳି ସଭା ସହ ଭଜନ ସମାରୋହ ଅନୁଷ୍ଟିତ ହୋଇ ଯାଇଛି । ଗୀତ୍‌ସରଗମ ଭଜନସନ୍ଧ୍ୟା ର କଳାକାର ମକରା ପାଣିଗ୍ରାହୀ,ବନମାଳିକୁମାର,ବିଜୟ କୁମାର ସାମନ୍ତରାୟ,ରଜନୀ ଦିଗଲ,ମହେଶ୍ୱର ନାୟକ,ବିଜୟଖିତି,ବାବୁନାୟକ ଏହି ଶ୍ରଦ୍ଧାଜଂଳି ସଭାରେ ଭଜନ ପରିବେଶଷଣ କରିଥିଲେ । ଏହି ଶ୍ରଦ୍ଧାଜଂଳି ସଭାରେ ବରିଷ୍ଟ ନିଗାରିକ ଜି.ଆପାନ୍ନା ପଟନାୟକ,ରାମା ରାଓ ପଟନାୟକ,ଦୁର୍ଯ୍ୟଧନ ପାତ୍ର,ସମାଜସେବୀ ରତ୍ନାକରଦାଶ,ପ୍ରକାଶ ଚନ୍ଦ୍ର ପଟନାୟକ,ସିମାଚଂଳ ପାଣିଗ୍ରାହୀ ପ୍ରମୁଖ ବିଶିଷ୍ଠ ବ୍ୟକ୍ତି ,ବରିଷ୍ଠ ନାଗରିକ,ବୁଦ୍ଧିଜୀବୀ ,ସହରବାସୀ ଉପସ୍ଥିତ ରହି ସ୍ୱାର୍ଗତ ପଟନାୟକ ଙ୍କ ପତ୍ନୀ କଳାବତୀ ପଟନାୟକ, ପୁତ୍ର ସାଇକ୍ରୀଷ୍ଣା ପଟନାୟକ,ଝିଅ ଶୁଶିଳା ପଟନାୟକ,ନାଗମଣିପଟନାୟକ,ଲକ୍ଷମ୍ମୀ ପଟନାୟକ, ପୁସ୍ପଲତା ପଟନାୟକ,ଗୀତା ପଟନାୟକ, ରିତା ପଟନାୟକ ଓ ପରିବାର ସଦସ୍ୟଙ୍କୁ ସ୍ୱାନ୍ତନା ଓ ସମବେଦନା ଜଣାଇ ସ୍ୱର୍ଗତ ପଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନକରିଥିଲେ । ସ୍ୱର୍ଗତ ପଟନାୟକ ଙ୍କ ବହୁମୁଖି ପ୍ରତିଭା ସଂପର୍କରେ ଆଲୋଚନା କରିବାସହତି ଅମର ଆତ୍ମାର ସଦଗତି ନିମନ୍ତେ ଦୁଇମିନଟ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଜଂଳି ଜଣାଇଥିଲେ । ଏହି ଶ୍ରଦ୍ଧାଜଂଳି ସଭାରେ ସମସ୍ତଙ୍କ ପାଇଁ ଅର୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.