Home ଜିଲ୍ଲା ପରିକ୍ରମା ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ପରିସର ଅଳିଆ ଗଦାରେ ପଡିଛି ତ୍ରୀରଙ୍ଗା ପତାକା,ତଦନ୍ତ ଆରମ୍ଭ କଲା ଜିଲ୍ଲାପ୍ରସାଶନ

ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ପରିସର ଅଳିଆ ଗଦାରେ ପଡିଛି ତ୍ରୀରଙ୍ଗା ପତାକା,ତଦନ୍ତ ଆରମ୍ଭ କଲା ଜିଲ୍ଲାପ୍ରସାଶନ

94

ମାଲକାନଗିରି,୨୩ା୨(ଓଡିଆ ପୁଅ ) ଦେଶସ୍ୱାଧୀନ ପାଇଁ କେତେ ଯେ ମହାପୁରୁଷ ପ୍ରାଣବଳୀ ଦେଇ ତ୍ରୀରଙ୍ଗା ପତାକାର ଟେକ ରଖିଛନ୍ତି ତାର କିଛି ହିସାବ ନାହିଁ,ସମଗ୍ର ଦେଶ ସେହି ତ୍ରୀରଙ୍ଗା ପତାକାକୁ ସମ୍ମାନଜଣାଇ ମୁଣ୍ଡନୁଆଇ ପ୍ରଣାମ କରୁଥିବା ବେଳେ ମାଲକାନଗିରି ଜିଲ୍ଲା ପାଙ୍ଗାମ ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ପରିସର ଅଳିଆଗଦାରେ ଜାତୀୟପତାକା କୁ ଫିଙ୍ଗାଯାଇ ଅସମ୍ମାନ କରିବା ଘଟଣା ସମଗ୍ର ମାଲକାନଗିରି ଜିଲ୍ଲାରେ ମୁଖ୍ୟଚର୍ଚାର ବିଷୟ ପାଲଟିଛି । ଅତି ଦୟନିୟ ଅବସ୍ଥାରେ ଭାରତ ର ଜତୀୟପତକା ଅଳିଆ ଗଦାରେ ପଡିଥିବାର ସାମଜିକ ଗଣମାଧ୍ୟମ ରେ ଭିଡିଓ ଭାଇରାଲ ହେବାର ଦେଖି ମାଲକାନଗିରି ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ସଙ୍ଗସଙ୍ଗେ ଏହି ଘଟଣାର ତଦନ୍ତପାଇଁ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନଙ୍କୁ ଦାଇତ୍ୱ ଦେଇଛନ୍ତି । ସୁଚନାଯୋଗ୍ୟ ଯେ ମାଥିଲି ତହସିଲ ଅନ୍ତଗର୍ତ ପାଙ୍ଗାମ ରାଜସ୍ୱ ନୀରକ୍ଷକ କାର୍ଯ୍ୟାଳୟରେ ଗତ ସାଧାରଣତନ୍ତ୍ର ଦିବସରେ ପତାକା ଉତୋଳନକରା ଯାଇଥିଲା । ତାପରଠାରୁ ସେ ପତାକା କେଉଁଆଡେଗଲା କିଛିଜଣାପଡିଲା ନଥିଲା, ଗତ ତିନି ଚାରି ଦନହେଲା ସେହି ଜାତୀୟପତକା ଟି ମୋଡା ମୋଡି ହୋଇ ଆରଆଇ ଅଫିସ ପରିସରରେ ଥିବା ଅଳିଆ ଗଦାରେ ପଡିଥିବାର ଦେଖି କିଛି ସ୍ଥାନୀୟ ଯୁବକ ଆଜି ମୋବାଇଲରେ ଭିଡିଓ ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡିଦେଇଥିଲେ । ଏହାକୁ ଦେଖି ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନଙ୍କୁ ପାଙ୍ଗମ ପଠାଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.