Home ଓଡ଼ିଶା ସନ୍ନି ହିନ୍ଦୁସ୍ତାନୀ ଜିତିଲେ ଇଣ୍ଡିଆନ୍ ଆଇଡଲ ୧୧, ମିଳିଲା ୨୫ ଲକ୍ଷ ଏବଂ ଟି-ସିରିଜ୍ ର...

ସନ୍ନି ହିନ୍ଦୁସ୍ତାନୀ ଜିତିଲେ ଇଣ୍ଡିଆନ୍ ଆଇଡଲ ୧୧, ମିଳିଲା ୨୫ ଲକ୍ଷ ଏବଂ ଟି-ସିରିଜ୍ ର ଫିଲ୍ମରେ ଗାଇବା ପାଇଁ କଣ୍ଟ୍ରାକ୍ଟ

476

ମୁମ୍ବାଇ ୨୩-୨ (ଓଡ଼ିଆ ପୁଅ) ଇଣ୍ଡିଆନ୍ ଆଇଡଲ ୧୧ (Indian Idol 11) ର ବିଜେତା (Indian Idol 11 Winner) ସନ୍ନି ହିନ୍ଦୁସ୍ତାନୀ ହୋଇଛନ୍ତି। ସନ୍ନି ଭାଟିଣ୍ଡାର ବହୁତ ଗରୀବ ପରିବାରରୁ ଆସିଛନ୍ତି। ସେ ପୂର୍ବରୁ ବୁଟ ପଲିଶ କରୁଥିଲେ। ତାଙ୍କ ମା’ ବେଲୁନ୍ ବିକ୍ରୀ କରୁଥିଲେ। ସେ କହିଛନ୍ତି କି ଅନେକ ଥର ତାଙ୍କ ମା’ ଅନ୍ୟ ଘରୁ ଚାଉଳ ମଧ୍ୟ ମାଗିବାକୁ ଯାଉଥିଲେ। ଏହା ଦେଖିକରି ତାଙ୍କୁ ବହୁତ ଖରାପ ଲାଗୁଥିଲା। ସନ୍ନିଙ୍କ ପରେ ଦ୍ୱିତୀୟ ନମ୍ବରରେ ମହାରାଷ୍ଟ୍ରର ରୋହିତ ରହିଛନ୍ତି।

ସନ୍ନି ହିନ୍ଦୁସ୍ଥାନୀଙ୍କୁ ୨୫ ଲକ୍ଷ ଟଙ୍କା ‌ମିଳିଛି। ଭୂଷଣ କୁମାର ତାଙ୍କୁ ଟି-ସିରିଜ୍ ର ଆସନ୍ତା ଫିଲ୍ମରେ ଗାଇବା ପାଇଁ କଣ୍ଟ୍ରାକ୍ଟ ଦେଇଛନ୍ତି।ଏହା ସହିତ ହିଁ ତାଙ୍କୁ ଗୋଟିଏ ଟାଟାର ନୂଆ କାର ଅଲ୍ଟ୍ରୋଜ ମିଳିଛି। ରୋହିତଙ୍କୁ ରନର୍ସ ଅପର ଟ୍ରଫି ସାଥିରେ ୫ ଲକ୍ଷ ଟଙ୍କା ମିଳିଛି। ତୃତୀୟ ଅଙ୍କୋନା ମୁଖାର୍ଜୀ, ଚତୁର୍ଥ ରିଧମ କଲ୍ୟାଣ ଏବଂ ଅଦୃଶ ଘୋଷ ପଞ୍ଚମ ସ୍ଥାନରେ ରହିଥିଲେ। ଅକୋନାଙ୍କୁ ୫ ଲକ୍ଷ ଟଙ୍କାର ଚେକ ଦିଆଯାଇଛି। ରିଧମ ଏବଂ ଅଦୃଶଙ୍କୁ ତିନି-ତିନି ଲକ୍ଷ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.