Home କେନ୍ଦୁଝର ହାଟଡିହିରେ ୧୧ଜଣ ଦେଲେ ମାଟ୍ରିକ ଅଫଲାଇନ ପରୀକ୍ଷା ଆରମ୍ଭ

ହାଟଡିହିରେ ୧୧ଜଣ ଦେଲେ ମାଟ୍ରିକ ଅଫଲାଇନ ପରୀକ୍ଷା ଆରମ୍ଭ

45

ହାଟଡିହି-୩୦/୭: (ଓଡିଆପୁଅ / ବିକାଶ ବିଶ୍ୱାଳ) ମାଟ୍ରିକ ପରୀକ୍ଷାଫଳ ପ୍ରକାଶସନରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁନଃ ପରୀକ୍ଷା ଦେବାର ସୁଯୋଗ ଦେବାପରେ ଆଜିଠାରୁ ମାଟ୍ରିକ ଅଫଲାଇନ ପରୀକ୍ଷା ଆରମ୍ଭ ହୋଇଛି । ହାଟଡିହି ହାଇସ୍କୁଲରେ ହୋଇଥିବା ଏକମାତ୍ର ପରୀକ୍ଷାକେନ୍ଦ୍ରରେ ୬ଟି ହାଇସ୍କୁଲର ମୋଟ ୧୧ଜଣ ପରୀକ୍ଷାର୍ôଥ ପରୀକ୍ଷା ଦେଉଛନ୍ତି । ସୁପରିଟେଣ୍ଡଣ୍ଟ ଭାବେ ପ୍ରଧାନଶିକ୍ଷକ ଶିଶିର କୁମାର କର ପରୀକ୍ଷା ପରିଚାଳନା କରୁଥିବାବେଳେ ବିଇଓ ସୁରଥ କୁମାର ସାହୁ ତଦାରଖ କରୁଛନ୍ତି । ଡେପୁଟି ସୁପରିଟେଣ୍ଡଣ୍ଟ ପରମାନନ୍ଦ ପରିଡା, ଶିକ୍ଷକ ପ୍ରମୋଦ କୁମାର ବେହେରା, ଜ୍ୟୋତି ପ୍ରକାଶ ବେହେରା, କଲ୍ୟାଣୀ ଜେନା ପରୀକ୍ଷା ପରିଚାଳନା କରୁଥିବାବେଳେ ଭାସ୍କର ଚନ୍ଦ୍ର ଜେନା,ହରିପଦ ଭଟ୍ଟ ପରିଚାଳନାରେ ସହଯୋଗ କରୁଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ଉତ୍ତାପ ପରୀକ୍ଷା କରାଯାଇ ପରୀକ୍ଷା ହଲକୁ ପ୍ରବେଶ କରାଯାଇଥିବାବେଳେ କରୋନା କଟକଣାକୁ ଗୁରୁତ୍ୱ ଦିଆଯାଇ ସାମାଜିକ ଦୁରତାରେ ପରୀକ୍ଷାର୍ଥୀ ମାନଙ୍କୁ ବସାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.