Home ଜିଲ୍ଲା ପରିକ୍ରମା ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟିର ବୈଠକ

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟିର ବୈଠକ

40

ନୟାଗଡ଼, ୧୩ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଦଶପଲ୍ଲାର ବନ୍ୟପ୍ରାଣୀ ସଂରକ୍ଷଣ ଡାକବଙ୍ଗଳାରେ ସାଂସଦ ଭର୍ତ୍ତୃହରି ମହାତାବଙ୍କ ଅଧ୍ୟକ୍ଷତାରେ ଜିଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଟେଲିକମ୍ ସେକ୍ଟର ସମ୍ପର୍କରେ ଆଲୋଚନା କରାଯାଇ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବିଏସଏନଏଲ ସଂସ୍ଥା ଯୋଗାଉଥିବା ସୁବିଧା ସୁଯୋଗ ଓ କେନ୍ଦ୍ର ସରକାର କେତେ ଅର୍ଥ ଜିଲାକୁ ଯୋଗାଇ ଦେଇଛନ୍ତି ତା’ଉପରେ ଆଲୋଚନା କରିଥିଲେ। ବିଏସଏନ୍‌ଏଲ୍ ଇଂଟରନେଟ ସେବା ବର୍ତ୍ତମାନବି ବହୁ ପଂଚାୟତରେ ଉପଲବ୍ଧ ନଥିବାବେଳେ ଯଥାଶୀଘ୍ର ସବୁ ପଂଚାୟତକୁୂ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏତଦବ୍ୟତୀତ ଗ୍ରାମୀଣ ପାନୀୟ ଜଳ କଂଟିଲୋରେ ପାଇପ ଲାଇନ୍ ଯୋଗେ ଯୋଗାଇ ଦେବା, ବନ ବିଭାଗ ଦ୍ୱାରା ବୃକ୍ଷରୋପଣ କରାଯାଇ ଶ୍ରମିକମାନଙ୍କର ପାରିଶ୍ରମିକ ବୃଦ୍ଧି କରିବା, ଗଣିଆ ଠାରୁ ବଡ଼ମୂଳ ପର୍ଯ୍ୟନ୍ତ ସବୁଦିନିଆ ରାସ୍ତାକୁ ମରାମତି କରିବା, ରାସ୍ତା ଓ କୋଠାବାଡ଼ି, ଗ୍ରାମ୍ୟ ଉନ୍ନୟନ ଓ ବିଭାଗର ମିଳିତ ଉଦ୍ୟମରେ ରାସ୍ତାଗୁଡ଼ିକୁ ତିଆରି କରିବା ଉପରେ ଆଲୋଚନା ହୋଇଥିଲା। ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କୋଭିଡ ମହାମାରୀକୁ ନିୟନ୍ତ୍ରଣ କରାଯାଇଥିବା ନେଇ ସେ ପ୍ରଶଂସା କରିଥିଲେ। ଜିଲାରେ ଡାକ୍ତରଙ୍କ ସଂଖ୍ୟା କମ୍‌ଥିବାବେଳେ ଡାକ୍ତର ପଦବୀ ପୂରଣ କରିବା ଉପରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ପ୍ରସ୍ତାବ ଆଗତ କରିଥିଲେ। ଏଥିସହିତ ନୂଆଗାଁ ଠାରେ ଥିବା ପ୍ଲାଟେଂସନକୁ ୭ଦିନ ଭିତରେ ଏକ କମିଟି ପରିଦର୍ଶନରେ ଯିବା ନୟାଗଡ଼ ଜିଲା ମଧ୍ୟଦେଇ ଯାଇଥିବା ଜାତୀୟ ରାଜପଥକୁ ତୁରନ୍ତ ଶେଷ କରିବା ଏବଂ ନୟାଗଡ଼ରେ ହେବାକୁ ଥିବା ବାଇପାସ୍ ରାସ୍ତାକୁ ତ୍ୱରାନ୍ନୀତ କରିବା, ବିଦ୍ୟୁତ କରଣ ଯୋଜନା ହିତାଧିକାରୀଙ୍କୁ ବିଦ୍ୟୁୂତ ଯୋଗାଇ ଦେବା ଏବଂ ଖଣ୍ଡପଡ଼ାଠାରେ ଏକ ବିଦ୍ୟୁତ ଗ୍ରୀଡ଼୍ ସ୍ଥାପନା ଓ ଯୋଗୀ ଯୋଗିଆଣୀ ବୌଦ୍ଧପୀଠକୁ ଏକ ପର୍ଯ୍ୟଟନ କ୍ଷେତରେ ପରିଣତ କରିବା ପାଇଁ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତୀମାଳା ମହାନ୍ତି, ଜିଲାପାଳ ଡ.ପୋମା ଟୁଡୁ, ଡିଏଫଓ ଏଚଡି ଧନରାଜ୍ ଏବଂ ବିଭିନ୍ନ ପଦାଧିକାରୀମାନେ ଯୋଗଦେଇଥିଲେ। ଜିଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ଧନ୍ୟବାଦ ଅର୍ପଣ କରିିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.