ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ପ୍ରଦତ କାର୍ଯ୍ୟକ୍ରମ ଅନୁସାରେ ଜିଲ୍ଲା ନ୍ୟାୟାଳୟ ଭଦ୍ରକର ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶକ୍ରମେ କ୍ରମେ ସାଇ ସ୍ୱରୁପା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟ (ମାନସିକ ଅସୁସ୍ଥତା ଏବଂ ବୌଦ୍ଧିକ ଅକ୍ଷମତା ଥିବା ବ୍ୟକ୍ତିମାନଙ୍କୁ ଆଇନଗତ ସେବା) ନାଲସା ଯୋଜନା, ୨୦୨୪ ଅନ୍ତର୍ଗତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଳୋକ ରଥ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ଭଦ୍ରକ ସ୍ମିତା ମାଝି, ଏଲ ଏ ଡି ସି ଭଦ୍ରକ, ଡେପୁଟି, ପ୍ରତିପକ୍ଷ ଅଧୀବକ୍ତା, ମୋଜାହିଦ ଅଖତର ଖାନ, ଏଲ ଏ ଡି ସି, ଭଦ୍ରକ ,ସହାୟକ ପ୍ରତିପକ୍ଷ ଅଧୀବକ୍ତା ବହ୍ନିଶିଖା ବିଶ୍ୱାଳ। ପ୍ରଧାନ ଶିକ୍ଷୟିତ୍ରୀ, ରଜନିରାଣୀ ପତି, ପରିଚାଳକ, ଶରତ କୁମାର ଆଚାର୍ଯ୍ୟ ତଥା ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଗଣ ଏବଂ ସେମାନଙ୍କ ଅଭିଭାବକ ଭାବେ ପିତା ମାତା ଉପସ୍ଥିତ ଥିଲେ। ମାନସିକ ଅସୁସ୍ଥତା ଏବଂ ବୌଦ୍ଧିକ ଅକ୍ଷମତା ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ପରିବାରର ସଦସ୍ୟମାନେ ଏକ ଅମୂଲ୍ୟ ସମ୍ବଳ। ମାନସିକ ରୋଗ ହେଉଛି ଏପରି ଏକ ବ୍ୟାଧି ଯାହା ଜଣେ ବ୍ୟକ୍ତିଙ୍କ ମନୋଭାବ, ଚିନ୍ତାଧାରା କିମ୍ବା ଆଚରଣକୁ ପ୍ରଭାବିତ କରେ। ସେଥିପାଇଁ ସେମାନଙ୍କୁ ଭଲ ବ୍ୟବହାର, ମାନସିକ ରୋଗର ସୁ-ପରିଚାଳନା ଏବଂ ମୁକାବିଲା ପାଇଁ ସୁସ୍ଥ ଦୈନନ୍ଦିନ ଅଭ୍ୟାସ ସହ ନିର୍ଦ୍ଧାରିତ ଭାବରେ ଔଷଧ ସେବନ, ସନ୍ତୁଳିତ ଖାଦ୍ୟ ଖାଇବା ତଥା ନିୟମିତ ଶାରୀରିକ ବ୍ୟାୟାମ କରିବା ଇତ୍ୟାଦି ବିଷୟରେ ସଚେତନ କରାଯାଇଥିଲା।
Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମାନସିକ ଅସୁସ୍ଥତା ଏବଂ ବୌଦ୍ଧିକ ଅକ୍ଷମତା ଉପରେ ସଚେତନତା...








