Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

1

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) — ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ପ୍ରଦତ୍ତ କାର୍ଯ୍ୟକ୍ରମ ଅନୁସାରେ ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଜିଳ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଏରେଇଁ ଗ୍ରାମ ପଞ୍ଚାୟତ, ଭଦ୍ରକରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ଆଇନ୍‌?ସେବା ପ୍ରାଧିକରଣର ସଚିବ ଶ୍ରୀ ପୁଣ୍ୟଶ୍ଲୋକ ରଥ ଏହି କାର୍ଯ୍ୟକ୍ରମକୁ ଉଦ୍‌?ବୋଧନ ଦେଇ ପରିଚାଳନା କରିଥିଲେ । ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ଶ୍ରମ କାର୍ଯ୍ୟ।ଳୟ , ଭଦ୍ରକ ସହାୟକ ଶ୍ରୀ ସଞ୍ଜିତ ଦେ, ଶ୍ରମ ବିଭାଗ ପରିଦର୍ଶକ ତେଜସ୍ୱିନୀ ନାୟକ, ଭଦ୍ରକ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, ସୌମ୍ୟାଜୀତ ବେହେରା ପ୍ରତିପକ୍ଷ ଓକିଲ, ଭଦ୍ରକ, ଏଲ.ଏ.ଡ଼ିସ୍‌?.ଏସ୍‌?. ତାପସ କୁମାର ମହାନ୍ତି, ଏରେଇଁ ସରପଞ୍ଚ ଉର୍ମିଳା ଜେନା, ସାମାଜିକ କର୍ମୀ ରତ୍ନାକର ସାମଲ, ସୁଶାନ୍ତ କୁମାର ଦାସ, ପି ଏଲ ଭି ଅର୍ଣ୍ଣପୁର୍ଣ୍ଣା ସାହୁ, ଚାରୁଲତା ବେହେରା ତଥା ୭୦ ରୁ ଊର୍ଦ୍ଧ୍ୱ ଜନସାଧାରଣ ଯୋଗଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ଜରିଆରେ ନାଲସା ସ୍ପୃହା ଯୋଜନା-୨୦୨୫ ଏବଂ ନାଲସା (ଦାରିଦ୍ର‌୍ୟ ଦୂରୀକରଣର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ) ଯୋଜନା, ୨୦୧୫ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ସଚେତନତା କାର୍ଯ୍ୟକ୍ରମ ଅବସରରେ ଶ୍ରମ ବିଭାଗ ଦ୍ୱାରା ଶ୍ରମ କାର୍ଡ ଏବଂ ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ମଧୁ ବାବୁ ପେନସନ ଯୋଜନା ଅନ୍ତର୍ଗତ ବାର୍ଦ୍ଧକ୍ୟ ଭତ୍ତା , ବିକଳାଙ୍ଗ ଭତ୍ତା , ବିଧବା ଭତ୍ତା ଇତ୍ୟାଦି ପ୍ରଦାନ କରାଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣ ର କର୍ମୀଗଣ ଏହି କାର୍ଯକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.