Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ମେଗା ଆଇନ ଶିବିର,୧୬୨୦୪ଜଣ ହିତାଧିକାରୀଙ୍କୁ ଜମିପଟା,ଭତା ଓ ବିଭିନ୍ନ ସାମଗ୍ରୀ ବଟଂନ

ଜିଲ୍ଲାସ୍ତରୀୟ ମେଗା ଆଇନ ଶିବିର,୧୬୨୦୪ଜଣ ହିତାଧିକାରୀଙ୍କୁ ଜମିପଟା,ଭତା ଓ ବିଭିନ୍ନ ସାମଗ୍ରୀ ବଟଂନ

367

ମାଲକାନଗିରି,୨୪ା୨  (ଓଡିଆ ପୁଅ )  ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ  ମିଳିତି ଅନୁକୁଲ୍ୟରେ   ଜିଲ୍ଲାଜଜ ତଥା ଜିଲ୍ଲାଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଲୋହିତ ଲାଲ ପଣ୍ଡା ଙ୍କ ପୌରହିତରେ ମାଲକାନଗିରି ଦଣ୍ଡକାରଣ୍ୟ ଖେଳପଡିଆ ଠାରେ ଆଜି ମେଗା ଆଇନ ଶିବିର ଅନୁଷ୍ଟିତ ହୋଇ ଯାଇଛି । କଟକ ହାଇକୋର୍ଟ ବିଚାରପତି ତଥା ରାଜ୍ୟ ଆଇନ ପ୍ରଧିକାରଣ କାର୍ଯ୍ୟନିର୍ବାହି  ଅଧ୍ୟକ୍ଷା ଶୁଶ୍ରୀ ସଂଜୁପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଆନୁଷ୍ଟାନିକ ଭାବେ ଉଦଘାଟନକରି ଦାରିଦ୍ର ନିରାକରଣ, ଅଣ ସଂଘଠିତ ଶ୍ରମିକ, ଆଦିବାସୀ ,ଭିନ୍ନ କ୍ଷମଙ୍କ ଅଧିକାର ଓ ଯତ୍ନ,ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ମାନଙ୍କ ଅଧିକାର,ସରକାରି ଉନ୍ନୟନ ଯୋଜନା ସଂପର୍କରେ ସୁଚନା ଦେବାସହିତ ଗରିବ ଲୋକଙ୍କୁ ମାଗଣରେ ଆଇନ ସହାୟତା ଯୋଗାଇ ଦେବା, ନିର୍ଯ୍ୟାତିତ ମହିଳା,ଶିଶୁ,ଭିନ୍ନକ୍ଷମଙ୍କୁ କିପରି ମାଗଣାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେବାସହ ସେମାନଙ୍କୁ ଆର୍ଥିକ ସହାୟତା ଓ ଆଇନ ସହାୟତା ଯୋଗାଇ ଦିଆଯାଉ ଥିବା ସଂପର୍କରେ କହିଥିଲେ । ଏହି ଅବସରେ ମାଲକାନଗିରି ଜିଲ୍ଲାର ସାତଟି ବ୍ଲକ ଓ ୧୧୧ଟି ପଚାଂୟତ ରୁ ବଛାଯାଇଥିବା ୧୬୨୦୪ଜଣ ହିତାଧିକାରୀମାନଙ୍କୁ ଜଙ୍ଗଲ ଜମିପଟା, ଭତା, ସୁକନ୍ୟା ଯୋଜନା,ପିତୃମାତୃ ହିନ କନ୍ୟାଶନ୍ତାନଙ୍କୁ ସହାୟତା,ଅଣ ସଂଘଠିତ,ନିର୍ମାଣ ଶ୍ରମିକ ଓ କୃଷକ ମାନଙ୍କୁ ବିଭିନ୍ନ ସାମଗ୍ରୀ ମୁଖ୍ୟଅତିଥି ହାଇକୋର୍ଟ ବିଚାରପତି ଶୁଶ୍ରୀ ପଣ୍ଡା ବଟଂନ କରିଥିଲେ ଏହି ଅବସରେ ଜିଲ୍ଲାଆଇନ ସେବା ପ୍ରାଧିକରଣ ସଚିବ ଅମରେଶ ନାୟକ ସଭା ପରିଚାଳନା କରିଥିବା ବେଳେ  ସମ୍ମାନିତ ଅତିଥି ଭାବେ ରାଜ୍ୟ ଆଇନସେବା ପ୍ରାଧିକରଣ ସଚିବ ଦେବାଶିସ ନାୟକ,ରାଜ୍ୟ ଆଇନ ସେବା ପ୍ରାଧିକରଣ ଉପସଚିବ ଦୀପକ ରଂଜନ ସାହୁ,ଅତିରିକ୍ତ ଜିଲ୍ଲା ଦୌରାଜଜ ପ୍ରଜ୍ଞାନଳିନୀ ମିଶ୍ର,ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ଏସପି ଜଗମୋହନ ମୀନା, ପିଡି ଡିଆରଡିଏ ଲିଙ୍ଗରାଜ ପଣ୍ଡା,ସିଜେଏମ ଦେବାଶିଶ ପଣ୍ଡା,ରେଜିଷ୍ଠ୍ରା ସିଭିଲ କୋର୍ଟ ହିମାଶୁଂ ଶେଖର ସିଂ,ସିଭିଲ ଜଜ୍ ଏସ.କ୍ରୁପାଳିନୀ,ଏସଡି ଜେଏମ ଅମିତାଶ ପଣ୍ଡା,ଜେଏମସି ମୋଟୁ ଅସିତ କୁମାର ସିଂ,ସିଭିଲ ଜଜ୍ ଶ୍ରୀକାନ୍ତ ପାଢୀ ପ୍ରମୁଖ ଯୋଗଦେଇଥିଲେ । ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ରାମକ୍ରୀଷ୍ଣା ଗଣ୍ଡ ଦାରିଦ୍ର ଦୂରିକରଣ ଯୋଜନା,ଏମଜିଏନଆରଜିଏ,ଅଣ ସଂଗଠୀତ ଶ୍ରମିକ ଯୋଜନା,ଜଙ୍ଗଲ ଅଧିକାରୀ ଆଇନ,ବୃଦ୍ଧ,ବୃଦ୍ଧାଙ୍କୁ ଭତା ବୃଦ୍ଧି,ଶୁକନ୍ୟା ସମୃଦ୍ଧି ଯୋଜନା,ଚାଷ ଓ  ଚାଷୀ ଙ୍କ ଉନ୍ନତି ଯୋଜନା,ସ୍ୱାସ୍ଥ୍ୟ,ଶିକ୍ଷା, ଗମନା ଗମନ,ସହିତ ସରକାରଙ୍କ ପକ୍ଷରୁ  ଜିଲ୍ଲାରେ  ଚାଲିଥିବା ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ସଂପର୍କରେ ସୁଚନା ଦେଇଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗ ପକ୍ଷରୁ ଉନ୍ନୟନ ପ୍ରଦର୍ଶନି ଷ୍ଟଲ ସହ ମାଗଣା ସ୍ବାସ୍ଥ୍ୟସେବା ଶିବିର କରାଯାଇଥିଲା ,ଷ୍ଟଲ ଗୁଡିକୁ ଓଡିଶା ଉଚ୍ଚନ୍ୟାୟଳର ବିଚାର ପତି ଓ ଅନ୍ୟାନ ଅତିଥି ମାନେ ପରିଦରର୍ଶନକରି ବିଭାଗୀୟ ଅଧିକାରୀ ଓ ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ ।

ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ପ୍ରଥମଥର କରି ମେଗା ଆଇନ ଶିବିର ଅନୁଷ୍ଟିତ ହେଉଥିବାରୁ ୧୧୧ଟି ପଚାଂୟତ ରୁ ହିତାଧିକାରୀ ମାନଙ୍କ ସହିତ ୧୦ହଜାରରୁ ଉର୍ଦ୍ଦ ଲୋକଙ୍ଗ ଜନ ସମାଗମ ହୋଇଥିଲା ।  ଜମ୍ମୁକାଶ୍ମୀର ଠାରେ ଆତଙ୍କ ବାଦିଙ୍କ ଆକ୍ରମଣରେ ସହିଦ ଯବାନଙ୍କ ସ୍ମ୍ମୃତି ଉଦେଶ୍ୟରେ ଦେଶାତ୍ମବୋଧକ ସଂଗୀତ ଗାନପରେ ଏହି ଶିବିରରେ ଅତିଥି ଓ ବିଭିନ୍ନ ଅଚଂଳରୁ ଆସିଥିବା ଜନସାଧରଣଙ୍କ ମନୋରଜଂନ ନିମନ୍ତେ ବଣ୍ଡା,କୋୟା, ପରଜା ପାରମ୍ପାରିକ ଆଧିବାସୀ ନୃତ୍ୟ ଲ ସଂଗୀତ ସାଙ୍ଗକୁ ଅଲ ଓଡିଶା ମାର୍ଶଲ ଆର୍ଟଏକାଡେମୀର ଛାତ୍ର ଛାତ୍ରୀ ମାନେ ଆଫ୍ରିକାନ ଡ୍ୟାନ୍ସ ପରିବେଶଷଣ କରିଥିଲେ । ବିନାଶକୁମାର ମିଶ୍ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ର ସାଂସ୍କୃତିକ ମଚଂପରିଚଳାନା କରିଥିଲେ । ଅନ୍ୟାନ ମାନଙ୍କ ମଧ୍ୟରେ, ଜିଲ୍ଲାମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ଡାରକ୍ତର ଅଜିତ କୁମାର ମହାନ୍ତି, ଜିଲ୍ଲା ଅବକାରୀ ବିଭାଗ ସୁପରିଟେଣ୍ଡେଟଂ ଅଶୋକ କୁମାର ସେଠ,,ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର,ବିଡିଓ ତଥା ଜିଲ୍ଲାସୁଚନା ଲୋକ ସଂପର୍କ ଅଧିକାରୀ ଗୁଣନିଧି ନାୟକ,ଜିଲ୍ଲାଶ୍ରମ ଅଧିକାରୀ ମଦନ ମୋହନ ପାଇକ,ଜିଲ୍ଲସ୍ତରୀୟ ଅଧିକାରୀ,ଜିଲ୍ଲା ବାର ଏସୋସିଏସନ ର କର୍ମକର୍ତା,ଆଇନ ଜିବୀ,ବୁଦ୍ଧିଜିବୀ, ବରିଷ୍ଟ ନାଗରିକ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶାନ୍ତି ଶୃଙ୍ଖଳା ପାଇଁ ଏସଡିପିଓ ରିଶିକେଶ ଖିଲାରୀ,ମାଲକାନଗିରି ଥାନା ଆଇଆଇସି ରଜଂନକୁମାର ସାହୁ ଓ ଆରକ୍ଷୀ ବାହିନୀ ଉପସ୍ଥିତ ରହି କଡା ପୁଲିସ ସୁରକ୍ଷା ବ୍ୟବସ୍ଥା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.