Home ଜିଲ୍ଲା ପରିକ୍ରମା ବିଶ୍ୱ ରୋଟାରୀ ଦିବସ ରେ ସ୍ୱାଧିନତା ସଂଗ୍ରାମୀ ଇର୍ମାବାକା ସ୍ୱତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟରେ ସହିଦ ଯବାନଙ୍କୁ...

ବିଶ୍ୱ ରୋଟାରୀ ଦିବସ ରେ ସ୍ୱାଧିନତା ସଂଗ୍ରାମୀ ଇର୍ମାବାକା ସ୍ୱତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟରେ ସହିଦ ଯବାନଙ୍କୁ ଶ୍ରଦ୍ଧାଜଂଳୀ

180

ମାଲକାନଗିରି,୨୪ା୨  (ଓଡିଆ ପୁଅ ) ବିଶ୍ୱ ରୋଟାରୀ ଦିବସ ଅବସରରେ ଆଦିବାସୀ ଅଧ୍ୟୁଷିତ ନାୟକଗୁଡା ଗ୍ରାମରେ ଥିବା ସ୍ୱାଧିନତା ସଂଗ୍ରାମୀ ଇର୍ମାବାକା ସ୍ୱତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟରେ ସହିଦ ଯବାନଙ୍କୁ ଶ୍ରଦ୍ଧାଜଂଳୀ ଜଣାଇ ଉକ୍ତବିଦ୍ୟାଳୟକୁ ପୋଷ୍ୟଭାବେ ଗ୍ରହଣ ସହ ସେଠାରେ ପାନୀୟଜଳ ଓ ପରିମଳ ବ୍ୟବସ୍ଥା କରାଯାଇଛି । ମାଲକାନଗିରି ଜିଲ୍ଲା  ରୋଟାରୀକ୍ଲବ ପକ୍ଷରୁ  ନାୟକଗୁଡା ଇର୍ମାବାକୀ ସ୍ୱତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟ ପରିସରରେ ଜିଲ୍ଲାରୋଟାରୀ କ୍ଲବର ସଭାପତି ଜି.ଶ୍ୟାମ ବାବୁ ଦୋରା ଙ୍କ ଅଧ୍ୟକ୍ଷତାରେ ବିଶ୍ୱରୋଟାରୀ ଦିବସ ଅନୁଷ୍ଟିତ ହୋଇଯାଇଛି । ଏହି  ଉତ୍ସବରେ ମୁଖ୍ୟଅତିଥି ଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ,ମୁଖ୍ୟବକ୍ତା ଭାବେ ବିଦ୍ୟାଳୟର ସଭାପତି ବାମନ ଚନ୍ଦ୍ର ପାଢୀ,ସମ୍ମାନିତ ଅତିଥି ଭାବେ କେଶବ ଚନ୍ଦ୍ର ନାୟକ, ଭାସ୍କରବୁରୁଦା,ବିଦ୍ୟାଳୟ ପ୍ରତିଷ୍ଟାତା ପ୍ରଫୁଲ କୁମାର ପାଣିଗ୍ରାହୀ,ଦୟାନିଧି ବାକା,ବିଦ୍ୟାଳୟ ସଂପାଦକ ଡମ୍ବରୁ ଧର ବାକା ଯୋଗଦେଇ  ବିଶ୍ୱ ରୋଟାରୀ ଦିବସର ତାତ୍ପର୍ଯ୍ୟତା ସଂପର୍କରେ କହିବାସହ ଆଜିର ଶିଶୁ କାଲିର ନାଗରିକ ଶିଶୁ ହସିଲେ ଦୁନିଆ ହସିବ,ନିଜକୁ କେବେ ଭିନ୍ନ କ୍ଷମ ଭାବିବା ଉଚିତ ନୁହଁ, ଶନ୍ଥକବି ଭୀମଭୋଇ ଓ ଜଗତର ନାଥ ଜଗନ୍ନାଥ ମଧ୍ୟ ଭିନ୍ନକ୍ଷମ, ଇଶ୍ୱରଙ୍କ ଦରବାରରେ ଦିବ୍ୟାଙ୍ଗ ମାନେ ହିଁ ସବୁକିଛି ସମ୍ଭବ କରିପାରନ୍ତି ବୋଲି ମଚାଂଶିନ ଅତିଥି ମାନେ କହିଥିଲେ  । ବିଦ୍ୟାଳୟର ଅଧ୍ୟନକରୁଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ରୋଟାରୀ କ୍ଲବ ପକ୍ଷରୁ ପାନୀୟଜଳ ଓ ଶୌଚାଳୟର ବ୍ୟବସ୍ଥା କରା ଯିବ ବୋଲି ରୋଟାରିଆନ ମାନେ ଘୋଷଣା କରିଥିଲେ  । ସର୍ବପ୍ରଥମେ ବିଦ୍ୟାଳୟ ପରିସରରେ ପ୍ରତିଷ୍ଟିତ ଜାତୀର ପିତା ମହାତ୍ମାଗାନ୍ଧୀ ଓ ସ୍ୱାଧିନତା ସଂଗ୍ରମୀ ଇର୍ମା ବାକା ଙ୍କ ପ୍ରତିମୂର୍ତିରେ ପୁସ୍ପମାଲ୍ୟ ଅର୍ପଣ ସହ ଅତିଥି ମାନେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ସଭାଆରମ୍ଭ ପୁର୍ବରୁ ଜମ୍ମୁକାଶ୍ମୀର ପୁଲଓ୍ୟାମ ଠାରେ ସହିଦ ହୋଇଥିବା ଯବାନ ମାନଙ୍କ ଉଦେଶ୍ୟରେ କ୍ୟାଣ୍ଡେଲ ଜାଳି ଯବାନଙ୍କ ଫଟୋଚିତ୍ରରେ ପୁସ୍ପଗୁଚ୍ଛ ଦେଇ ଶ୍ରଦ୍ଧାଜଂଳି ଜଣାଇବାସହ ବିଦ୍ୟାଳୟର ମୁଖ୍ୟପ୍ରତିଷ୍ଠାତା ସ୍ୱର୍ଗତ ପୁର୍ଣ୍ଣଚନ୍ଦ୍ର ଧଳଙ୍କ ବିୟୋଗରେ ଦୁଇମିନିଟ ନିରବ ପ୍ରାର୍ଥନା କରିଥିଲେ ।

ବିଦ୍ୟାଳୟର ଦିବ୍ୟାଙ୍ଗ ଶିକ୍ଷୟତ୍ରୀ ଅରୁଣାପଟନାୟକ ଓ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀ ଛାତ୍ର ମାନେ ଦେଶାତ୍ମବୋଧ ସଂଗୀତ ଗାଇଥିଲେ, ପୁର୍ଣ୍ଣଚନ୍ଦ୍ର ରାଉତ ସହିଦ ଯବାନଙ୍କ ଉଦେଶ୍ୟରେ କବିତା ପାଠକରିଥିଲେ । ଜିଲ୍ଲାରୋଟୀ କ୍ଲବର ସଂପାଦକ ଗୌରି ଶଙ୍କର ପଣ୍ଡା ସଂପାଦକୀୟ ବିରଣୀ ପାଠ ସହ ସଭାର ଆଭିମୁଖ୍ୟ ସଂପର୍କରେ କହିଥିଲେ । ଏହି ଅବସରରେ ରୋଟାରୀଆନ ଜଗଦିଶ ତ୍ରୀପାଠୀ(ମୁନା),ଶ୍ରୀ ଏସ.ସାମଲ ପ୍ରମୁଖ ରୋଟାରୀକ୍ଲବର କର୍ମକର୍ତା ଓ ପ୍ରତିମା ପାଣିଗ୍ରାହୀ,ସୁଦର୍ଶନ ଦାସ,ବଂଶିଧର ବୁରୁଦା ପ୍ରମୁଖ ଉପସ୍ଥିତ ରହି ଅମର ସହିଦ ଯବାନଙ୍କ ସ୍ମୃତିଚାରଣ କରିଥିଲେ । ଅତିଥି ମାନଙ୍କ ସହିତ ରୋଟାରୀ କ୍ଲବର ସଭ୍ୟମାନେ ମାଥିଲି ବ୍ଲକ ର ଆଦିବାସୀ ଅଧ୍ୟୁଷିତ ନାୟକଗୁଡା ଅନ୍ଧ,ମୁକ, ବଧିର ସ୍ୱତନ୍ତ୍ର ଦିବ୍ୟାଙ୍ଗ ବିଦ୍ୟାଳୟ ପରିଦର୍ଶନ କରି ଅନ୍ତେବାସୀ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ପଚାରି ବୁଝି ଥିଲେ । ସେ ବିଦ୍ୟାଳୟ କୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରି ଜଳ ଓ ପରିମଳ ବ୍ୟବସ୍ଥା ପ୍ରତି ପ୍ରଥମେ ଧ୍ୟାନଦିଆ ଯିବ ବୋଲି  ଘୋଷଣା କରାଯାଇଥିଲା । ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନେ ବହୁତ ଖୁସି ହୋଇ ଅତିଥି ଓ ରୋଟାରିଆନ ମାନଙ୍କୁ ପୁସ୍ପଗୁଚ୍ଛ ଦେଇ ପାଛୋଟି ନେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.